ଏକ ନିର୍ଧନ ବ୍ରାହ୍ମଣୀ ଥିଲା l ଭିକ୍ଷାବୃତି କରିଜୀବନ ଜାପାନ କରୁଥିଲା ଏକଦା ଏମିତି ସମୟ ଆସିଲା ଚାରିପାଞ୍ଚ ଦିନ ପର୍ଯ୍ୟନ୍ତ ତାକୁ କୌଣସି ଭିକ୍ଷା ମିଳିନ ନାହିଁ l ସେ ପ୍ରତିଦିନ ରାତିରେ ପାଣିପିଇ ଭଗବାନ କୃଷ୍ଣଙ୍କ ନାଁ ନେଇ ସୋଇ ପଡୁଥିଲା l ଷଷ୍ଠଦିନ ତାକୁ ଭିକ୍ଷାରେ କିଛି ଚଣା ମିଳିଲା ,ସେ ତାର କୁଡ଼ିଆରେ ପହଁଚିଲା ବେଳକୁ ରାତି ହୋଇଯାଇଥିଲା l ତେଣୁ ସେ ମନେମନେ ଚିନ୍ତାକଲା ଯାଉଛି ଆଜି ରାତିରେ ମୁଁ ସୋଇ ପଡିବି ସକାଳୁ ଏହି ଚଣାକୁ ବାସୁଦେବ ପାଖରେ ଭଗଲଗଇ ଖାଇବି l ଏହା ମନେମନେ ଚିନ୍ତା କରି ଚନାକୁ ଏକ କପଡ଼ାରେ ବାନ୍ଧି ରଖିଦେଇ ଶୋଇପଡ଼ିଲା l
ବ୍ରାହ୍ମଣୀ ଶୋଇବା ପରେ କିଛି ଚୋରା ଚୋରି କରିବା ପାଇଁ ତା କୁଡିଆକୁ ପଶିଲେ l ଚାରିଆଡେ ଖୋଜିଲା ପରେ ଚଣା ମୁଣିଟିକୁ ସ୍ବର୍ଣ୍ଣମୁଦ୍ରା ଭାବି ନେଇ ପଳାଇଗଲେ l ଏହି ସମୟରେ ବ୍ରାହ୍ମଣୀର ନିଦ ଭାଙ୍ଗିଗଲା ଓ ସେ ଚୋରାଚୋରା ବୋଲି ପାଟି କରିବାକୁ ଲାଗିଲା l ତା ପାଟିଶୁଣି ଗାଁ ର ସମସ୍ତ ଲୋକ ଏକାଠି ହୋଇ ଚୋରକୁ ଗୋଡ଼ାଇବାକୁ ଲାଗିଲେ l ସେହି ଗାଁରେ ସଂଦୀପନ ମୁନିଙ୍କର ଆଶ୍ରମ ଥିଲା ,ଯେଉଁଠାରେ କୃଷ୍ଣ ଓ ସୁଦାମ ଶିକ୍ଷା ଗ୍ରହଣ କରୁଥିଲେ l ଚୋରମାନେ ଭୟବିତ୍ତ ହୋଇ ସଂଦୀପନ ମୁନିଙ୍କ ଆଶ୍ରମରେ ପଶିଗଲେ l
ଗୁରୁମାତାଙ୍କୁ ଲାଗିଲା କିଏ ଆଶ୍ରମ ଭିତରକୁ ପଶି ଆସିଛି ତେଣୁ ସେ ଦେଖିବା ପାଇଁ ଆଗେଇ ଚାଲିଲେ ,ଚୋରମାନେ ଜାଣିଗଲେ ଯେ କିଏ ଜଣେ ତାଙ୍କ ଆଡକୁ ଆସୁଛି l ଚୋରମାନେ ଡରି ଯାଇ ଆଶ୍ରମରୁ ଦୌଡ଼ି ପଳାଇ ଗଲେ ,ଯିବା ସମୟରେ ସେହି ଚଣା ମୁଣିଟି ତାଙ୍କ ହାତରୁ ଖସି ପଡିଲା l ଗରିବ ବ୍ରାହ୍ମଣୀଟି ଭୋକରେ ଆଉତଟୁ ପାଉଟୁ ହୋଇ ନିଜର ଚଣାମୁଣି କୁ ନପାଇ କ୍ରୋଧିତ ହେଲା l କ୍ରୋଧିତ ହୋଇ ଅଭିଶାପ ଦେଲା ଯେ ମୋ ଭଳି ଦିନ ହିନର ଚନାକୁ ଯିଏ ଖାଇବା ସିଏ ଅଜନ୍ମ ଦରିଦ୍ର ରହିବ l
ସକାଳ ସମୟରେ ଗୁରୁମାତା ଆଶ୍ରମକୁ ଝାଡୁ କରୁଥିଲା ବେଳେ ଗୁରୁମାତାଙ୍କୁ ସେହି ଚଣାମୁଣିଟି ମିଳିଲା ,ସିଏ ତାକୁ ଖୋଲିକି ଦେଖିଲେ ଯେ ସେଥିରେ କିଛି ଚଣା ଅଛି l ସୁଦାମ ଓ କୃଷ୍ଣ ଜଙ୍ଗଲକୁ ଏହି ସମୟରେ କଥା ଆଣିବାକୁ ଯାଉଥିଲେ l ପ୍ରତେକ ଦିନ ପରି ଗୁରୁମାତା କିଛି ଖାଇବାକୁ ସେ ଦୁହିଁଙ୍କୁ ଦେଇଥାନ୍ତି ,ତେଣୁ ଏହି ଚଣା ମୁଣିଟିକୁ ସୁଦାମକୁ ଦେଇ କହିଲେ ପୁତ୍ର ବଣରେ ଯେତେବେଳେ ଭୋକ ଲାଗିବ ଦୁଇଜଣ ଏହି ଚଣା ଖାଇଦେବ l ସୁଦାମା ଜଣେ ବ୍ରହ୍ମଜ୍ଞାନୀ ବ୍ରାହ୍ମଣ ଥିଲେ l ଯେତେବେଳେ ସୁଦାମ ଚଣା ମୁଣିଟିକୁ ହାତରେ ଧରିଲେ ତାଙ୍କୁ ସମସ୍ତ ରହସ୍ୟ ଜଣା ପଡିଗଲା l
ସୁଦାମା ଭାବିଲେ ଗୁରୁମାତା କହିଛନ୍ତି ଏହି ଚଣାକୁ ଦୁଇଜଣ ମିଶି ଖାଇବା ପାଇଁ ,କିନ୍ତୁ ତ୍ରିଭୁବନପତି କୃଷ୍ଣ ଯଦି ଏହାକୁ ଖାଇବେ ତେବେ ସାରା ସୃଷ୍ଟି ଦରିଦ୍ର ହୋଇଯିବ l ତେଣୁ ମୁଁ ଏହା କଦାପି ହେବାକୁ ଦେବିନାହିଁ l ମୁଁ ଏହି ସମସ୍ତ ଚଣାକୁ ନିଜେ ଖାଇଦେବି l ଏହା ଚିନ୍ତା କରି ସୁଦାମା ସମସ୍ତ ଚଣାକୁ ଖାଇଲେ ଓ ଦରିଦ୍ର ହେବାର ଅଭିଶାପକୁ ଗ୍ରହଣ କଲେ l କିନ୍ତୁ ନିଜ ମିତ୍ରଙ୍କୁ କୌଣସି ଦୁଃଖ ଦେଲେ ନାହିଁ l
