Odisha news

ଖୋର୍ଦ୍ଧା : ଭୋଗଡା ଓ ଦିନିଆରୀ ଡକାୟତି ଘଟଣା; ଗିରଫ ସଂଖ୍ୟା ୧୨ଛୁଇଁଲା

0

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ପୋଲିସ ଅଧିନ ବାଘମାରୀ ଥାନା ଅନ୍ତର୍ଗତ ଭୋଗଡା ଗ୍ରାମରେ ଚଳିତ ବର୍ଷ ମେ ମାସ ୨୫ ଏବଂ ଏପ୍ରିଲ ୩୦ରେ ଦିନିଆରୀ ଗ୍ରାମରୁ ହୋଇଥିବା ଡକାୟତି ଘଟଣାରେ ଗିରଫ ସଂଖ୍ୟା ୧୨ଛୁଇଁଛି । ପୂର୍ବରୁ ଏ ଘଟଣାରେ ୭ ଗିରଫ ହୋଇଥିବାବେଳେ ବାଘମାରୀ ପୁଲିସ ପୁଣି ୫ଜଣଙ୍କୁ ଗିରଫ କରିଛି ବୋଲି ଏସପି ଅଜେୟ ପ୍ରତାପ ସ୍ୱାଇଁ ଏକ ପ୍ରେସ ମିଟରେ ସୂଚନା ଦେଇଛନ୍ତି ।  ଏସପିଙ୍କ ସୂଚନା ମୁତାବକ, ଭୋଗଡା ଓ ଦିନିଆରୀ ଗ୍ରାମରେ ଗୋଟିଏ ରାତ୍ରରେ ପ୍ରାୟ ୧୨ରୁ ୧୫ଜଣ ଡକାୟତ ଘରେ ପଶି ଗୁହକର୍ତାଙ୍କୁ ମାଡ ମାରି ବୋମା ପକାଇ ଲକ୍ଷାଧିକ ଟଙ୍କାର ସୁନା , ରୂପା, ଟଙ୍କା  ଲୁଟି କରିନେଇଯାଇଥିଲେ ।

ଏହି ଘଟନା ଖୋର୍ଦ୍ଧା ଜିଲା ପୁଲିସର ମୁଣ୍ଡ ବିନ୍ଧାର କାରଣ  ହୋଇଥିଲା । ଫଳରେ ଏସପି ଶ୍ରୀ ସ୍ୱାଇଁଙ୍କ ନିଦେ୍ର୍ଦଶକ୍ରମେ ସ୍ୱତନ୍ତ ସ୍କାର୍ଡ  ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଥିଲା । ଚଢାଉବେଳେ ଗତ ଜୁନ ୧୨ ତାରିଖରେ ୪ଜଣ, ୧୪ ତାରିଖରେ ୨ଜଣ, ଓ ୧୬ ତାରିଖରେ ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲେ । ଏହି ଅଭିଯୁକ୍ତଙ୍କଠାରୁ ବହୁ ସୁନା ଅଳଙ୍କାର, ଟଙ୍କା, ବାଇକ, ମାରଣାସ୍ତ୍ରର ଜବତ କରିଥିଲେ ।

ତେବେ ଆଜି ଏହି ଘଟଣାରେ ପୁଣି ଜଣେ ମହିଳାଙ୍କ ସମେତ ୫ଜଣଙ୍କୁ ଗିରଫ କରିବାରେ ବାଘମାରୀ ପୁଲିସ  ସକ୍ଷମ ହୋଇଛି ବୋଲି ଏସପି ଶ୍ରୀ ସ୍ୱାଇଁ କହିଛନ୍ତି । ଏହି ଅଭିଯୁକ୍ତମାନେ ହେଲେ ନୟାଗଡ ଜିଲା ଇଟାମାଟି ଥାନା ଅର୍ନ୍ତଗତ ବିରୁଡା ଗ୍ରାମର ଅକ୍ଷିଲ କୁମାର ସାହୁ(୨୭),ଗଗନ ପ୍ରଧାନ(୨୮),ନୟାଗଡ ଟାଉନା ଅଂଚଳର ବସନ୍ତ ମଂଜରୀ ପ୍ରଧାନ(୫୦), କାହ୍ନା ଓରଫ ଗୈାରାଙ୍ଗ ପ୍ରଧାନ(୨୭), ଖଣ୍ଡପଡା ଥାନା ଅର୍ନ୍ତଗତ ଦୂରଗାଁ ର ରାକେଶ ନାୟକ (୪୦) । ଏମାନଙ୍କଠାରୁ ୨ଟି ବାଇକ, ନଗଦ ୪୪ହଜାର ୫୦୦ଟଙ୍କା, ୨ କେଜି ୬୬୭ଗ୍ରାମର ରୂପା, ୬୮.୩୦ଗ୍ରାମର ସୁନା, ୨ଟି ପିସ୍ତଲ, ୨ଟି ଜୀବନ୍ତ ବୋମା, ବୋମା ତିଆରି ବିଭିନ୍ନ ସାମଗ୍ରୀ, ସେଲୋ ଟେପ, ଗୁଟକା ଡବା ପ୍ରଭୃତିକୁ ଜବତ କରାଯାଇଥିବା ଏସପି କହିଥିଲେ ।

ସୂଚନାଯୋଗ୍ୟ, ଏହି ଦୁଇ ଡକାୟତି ଘଟଣାରେ ଗତ ୧୨ତାରିଖ ଦିନ ବେଗୁନିଆ ଥାନା ଅନ୍ତର୍ଗତ କେନ୍ଦୁପଲ୍ଲୀ ଗ୍ରାମର ହରିଆ ଓରଫ ହରିବନ୍ଧୁ ଖଟୁଆ(୩୦) ଓ ଅଜି ଓରଫ୍ ଅଜୟ ନାୟକ(୪୦) ଏବଂ ନୟାଗଡ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ବଡପୋଖରୀଆ ଗ୍ରାମର ସୁକାନ୍ତ ବେହେରା(୩୪) ଗିରଫ ହୋଇଥିଲେ । ସେମାନଙ୍କଠାରୁ ନଗଦ ୩୫ହଜାର ୫ଶହ ଟଙ୍କା, ୩.୭୦୦ଗ୍ରାମ ଓଜନର ତରଳ ସୁନା, ଖେଳନା ବନ୍ଧୁକ, ଛୁରୀ, ଲୁହା ଶାବଳ ସମେତ ବିଭିନ୍ନ ମାରଣାସ୍ତ୍ର ଏବଂ ଏକ ବାଇକ୍ କୁ ପୁଲିସ ଜବତ କରିଥିଲା ।

ତେବେ ଡକାୟତମାନଙ୍କ ଠାରୁ ସୁନା ଅଳଙ୍କାର ରଖିଥିବା ଅଭିଯୋଗରେ ନୟାଗଡ ଟାଉନ ଥାନା ଅନ୍ତର୍ଗତ ଶିବାଜୀ ନଗର ର ମହିଳା ସୁନାଦୋକାନୀ ଅନିତା ସାହୁ(୪୫)ଙ୍କୁ ପୁଲିସ ଗିରଫ କରିଥିବାବେଳେ ୧୪ ତାରିଖ ଦିନ ତାଙ୍କ ସ୍ୱାମୀ ରତ୍ନାକର ସାହୁଙ୍କ ସମେତ ବୋଲଗଡ ଥାନା ଅନ୍ତର୍ଗତ ଗୋବର୍ଦ୍ଧନପୁର ଗ୍ରାମର ଗଦାଧର ନାୟକ(୫୪) ପୁଲିସ ଗିରଫ କରିବାରେ ସଫଳ ହୋଇଥିଲା । ସେମାନଙ୍କଠାରୁ ନଗଦ ୪ହଜାର ୭ଶହ ଟଙ୍କା, ୩୮.୨୦୦ଗ୍ରାମ ଓଜନର ତରଳ ସୁନା, ୧.୫୨୮ଗ୍ରାମ ଓଜନର ରୂପା ଅଳଙ୍କାର, ଏକ ବନ୍ଧୁକ, ବମ୍ ପ୍ରସ୍ତୁତିରେ ବ୍ୟବହୃତ ହେଉଥିବା ୪୦୦ଗ୍ରାମ ବାରୁଦ ପ୍ରଭୃିତି ଜବତ କରିଥିଲା । ତେବେ ଏହି ଘଟଣାର ଅନ୍ୟ ଅ÷ଭିଯୁକ୍ତ ବାଳକୃଷ୍ଣ ପାତ୍ରକୁ ୧୬ ତାରିଖ ଦିନ ପୁଲିସ ଗିରଫ କରିଥିଲା ।

Leave A Reply

Your email address will not be published.