Odisha news

ନବନିର୍ମାଣ କୃଷକ ସଂଗଠନର କୃଷି କାର୍ଯ୍ୟାଳୟ ଘେରାଉ

0

ଜଗତସିଂହପୁର : ସ୍ୱାଧୀନତାର ୭୪ ବର୍ଷ ପରେ ଆଜିବି ଚାଷୀ ବିଭିନ୍ନ ସମସ୍ୟା ଦେଇ ଗତି କରୁଛି। କୃଷକ ଦେଶର ମେରୁଦଣ୍ଡ। ଚାଷ ଅଛି ଯାହାର କେତେ ସୁଖ ତାହାର, ଜୟ ଜବାନ ଜୟ କିଷାନ ଭଳି ବହୁ ମଧୁର ସ୍ଲୋଗାନ ଦିଆଯାଉଥିଲେ ମଧ୍ୟ ସ୍ଵାଧୀନତା ପରେ କୃଷକ ମହରଗରୁ ଯାଇ କାନ୍ତାରରେ ପଡ଼ିଛି। କୃଷି ଓ କୃଷକ ପ୍ରତି ଅବହେଳା ଏତେ ହୋଇଛି ଯେ ଯେଉଁଥିପାଇଁ ସ୍ଵାଧୀନତାର ଦେଶରେ ୩ କକ୍ଷ ୨୦ ହଜାର କୃଷକ ଆତ୍ମହତ୍ୟା କଲେଣି। କିନ୍ତୁ ଏଥିପ୍ରତି ଶାସନ କି ପ୍ରଶାସନ ସଜାଗ ଓ ସମ୍ବେଦନଶୀଳ ହେଉନାହାଁନ୍ତି।

ସୂଚନା ଅନୁସାରେ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକରେ ସରକାର ଚାଷୀର କ୍ଷେତରୁ ଅଧିକ ଷସ୍ୟ ଉତ୍ପାଦନ ପାଇଁ ବିଭିନ୍ନ ପ୍ରକାରର ରାସାୟନିକ ଓ ଜୈବିକ ସାର ପ୍ରୟୋଗ ପାଇଁ ବଜାରକୁ ସମସ୍ତ କର ମୂଲ୍ୟ ଧାର୍ଯ୍ୟ କରିବା ପରେ ସରକାରଙ୍କ  ବିଭିନ୍ନ ବିଭାଗରେ ଥିବା ଅଧିକାରୀ ମାନେ ଚାଷିଙ୍କୁ ଶୋଷଣ କରୁଛନ୍ତି।

ବଜାରରେ ଚୋରା ସାର ବେପାରି ଚଢା ଦରରେ ସାର କୀଟନାଶକ ଔଷଧ ବିକ୍ରି କରୁଥିବା ବେଳେ କୃଷି ଅଧିକାରୀ ମାନେ  ଜାଣି ଚୁପ୍ ରହୁଛନ୍ତି ଏବଂ ଲାଇସେନ୍ସ ପ୍ରାପ୍ତ ସାରା ଦୋକାନୀ ସାର ବିକ୍ରି କରୁଥିବା ବେଳେ ତାଙ୍କ ଦୋକାନ ଆଗରେ ସାରର ଧାର୍ଯ୍ୟ ମୁଲ୍ୟ ଲେଖାଯାଇଥିବା ବୋର୍ଡ ଦେଖିବାକୁ ମିଳିନାହିଁ।ଗତ ଲଗାଣ ବର୍ଷାରେ କ୍ଷୟକ୍ଷତି ହୋଇଥିବା ସମସ୍ତ ଚାଷୀଙ୍କର ତୁରନ୍ତ ଆକଳନ କରାଯାଇ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବା ଓ କୃଷି ଅଧିକାରୀ ମାନେ କୃଷିକ୍ଷେତ୍ର ପରିଦର୍ଶନ ସମୟରେ ଚାଷୀ ଭାଇଙ୍କୁ ଭେଟି ଦସ୍ତଖତ ସଂଗ୍ରହ କରିବା ଏହିଭଳି ଚାରି ଦଫା ସମ୍ବଳିତ ଦାବିପତ୍ର କୁ ନେଇ କୋଭିଡ୍ – 19 ର ନିୟମ କୁ ମାନି ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ନାଉଗାଁ କୃଷି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା। ଧାରଣା ଦେବାର କିଛ଼ି ଘଣ୍ଟା ପରେ କୃଷି ଅଧିକାରୀ ଧାରଣା ସ୍ତଳରେ ନିଜେ ପହଞ୍ଚି ସେମାନଙ୍କ ସହ ଆଲୋଚନା କରିଥିଲେ ଏବଂ ସମସ୍ତ ଦାବି ଉପରେ ତୁରନ୍ତ ପଦକ୍ଷେପ ନେବା ପାଇଁ ପ୍ରତିଶୃତି ଦେବାରୁ ଧାରଣା ପ୍ରତ୍ଯାହୃତ କରାଯାଇଥିଲା।

Leave A Reply