Odisha news

ଜଗତସିଂହପୁର-ମାଛଗାଁ ରାସ୍ତାର ଯୋଗଧାରୀ ଠାରେ ବିଦ୍ୟୁତ ଖୁଣ୍ଟରେ ପିଟି ହୋଇ ଜଣେ ମୃତ ଓ ଜଣେ ଆହତ

0

ଜଗତସିଂହପୁର :ଜଗତସିଂହପୁର-ମାଛଗାଁ ରାସ୍ତାର ଯୋଗଧାରୀ ଠାରେ ବିଦ୍ୟୁତ ଖୁଣ୍ଟରେ ପିଟି ହୋଇ ଜଣେ ମୃତ ଓ ଜଣେ ଆହତ ।ମୃତକ ଜଣକ ହେଲେ ବାଲିକୁଦା ଥାନା ତେନ୍ୁଲିବେଲାରି ଗ୍ରାମର ତରଣୀ ଖୁଣ୍ଟଆଙ୍କ ପୁଅ ବଳରାମ ଖୁଣ୍ଟିଆ(୨୫) ହୋଇଥିବା ଆହତ ହେଉଛନ୍ତି ସେହି ଗ୍ରାମର ଶ୍ରୀଧର ରାଉତଙ୍କ ପୁଅ ସିଦେ୍ଧଶ୍ୱର ରାଉତ(୨୪) ।ଦୁହେଁ ଆଜି ଅପରାହ୍ନ ୨.୩୦ ସମୟରେ ବଳରାମ ଓ ସିେଦେ୍ଧଶ୍ୱର ଏକ ପଲସର ବାଇକରେ ଜଗତସିଂହପୁରରୁ ନିଜ ଗ୍ରାମକୁ ଫେରୁଥିବା ବେଳେ ଏକ ସ୍କୁଟିକୁ ସାଇଡ ଦେବାକୁ ଯାଇ ଡାହାଣ ପଟରେ ଥିବା ଏକ ବିଦ୍ୟୁତ ଖୁଣ୍ଟରେ ପିଟି ହୋଇଯାଇଥିଲେ ।ଫଳରେ ଘଟଣା ସ୍ଥଳରେ ବାଇକ ଚଳାଉଥିବା ବଳରାମଙ୍କ ମୁଣ୍ଡ ବିଦ୍ୟୁତ ଖୁଣ୍ଟରେ ପିଟି ହୋଇଯାଇଥିଲା ।ମୁଣ୍ଡରେ ଶକ୍ତ ଆଘାତ ଲାଗିବାରୁ ଘଟଣା ସ୍ଥଳରେ ବଳରାମଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ପଛରେ ବସିଥିବା ସିଦେ୍ଧଶ୍ୱର ଗାଡିରୁ ଛିଟିକି ପଡିଥିଲେ ।ଦୁର୍ଘଟଣା ବାବଦରେ ସ୍ଥାନୀୟ ଲୋକେ ସଦର ପୋଲିସକୁ ଖବର ଦେବା ପରେ ଘଟଣା ସ୍ଥଳରେ ସଦର ଥାନା ଅଧୀକାରୀ ନରଜନୀକାନ୍ତ ମିଶ୍ର ପହଞ୍ଚି ମୃତ ଦେହକୁ ଜଗତସିଂହପୁର ମୁଖ୍ୟ ଚିକିସôାଳକୁ ପଠାଇଥିବା ବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ ।ଆହତ ହୋଇତିବା ସିେଦେ୍ଧଶ୍ୱରକୁ ମେଡିକାଲରେ ଭର୍ତ୍ତୀ କରାଯାଇଥିଲା । ସିଦେ୍ଧଶ୍ୱରଙ୍କ କହିବା ଅନୁସାରେ ସେମାନେ ଦୁଇ ଜଣ ଆଧାର କାର୍ଡ ସଂଶୋଧନ ପାଇଁ ଜଗତସିଂହପୁର ଆସିଥିଲେ ।କାର୍ଯ୍ୟ ସମାପ୍ତ କରି ଫେରିବା ସମୟରେ ହଠାତ ଏକ ସ୍କୁଟି ଆସିବାରୁ ତାକୁ ସାଇଡ ଦେବାକୁ ଯାଇ ଏପରି ଦୁର୍ଘଟଣା ଘଟିଛି ।

Leave A Reply