Odisha news

ଗୁରୁତର ରୋଗୀକୁ ଗାଡ଼ିରେ ରଖିବା ପରେ ଆମ୍ବୁଲାନ୍ସ ଅଚଳ , ଦେଢ଼ଘଂଟା ରୋଗୀ ଛଟପଟ।

0

ଜଗନ୍ନାଥ ପ୍ରସାଦ – ୨୨/୦୬(ଭଞ୍ଜନଗର ରୁ ଅମରେନ୍ଦ୍ର କୁମାର ପଟ୍ଟନାୟକ ସକାଳ ଖବର) : ରୋଗୀକୁ ନେବାକୁ ଆସିଥିବା ଆମ୍ବୁଲାନ୍ସ ଖରାପ ହୋଇଗଲା । ଗାଡି ଭିତରେ ରୋଗୀ ମୃତ୍ୟୁ ସହ ଛଟପଟ ହେଉ ଛି । ଏପଟେ ଆମ୍ବୁଲାନ୍ସ ଷ୍ଟାର୍ଟ ହେଉନଥିବାରୁ ଉତ୍ୟକ୍ତ ହେଲେ ସାହିବାସୀ ।
ଜଗନ୍ନାଥପ୍ରସାଦ ବ୍ଲକ ପ୍ରତାପୁର ପଞ୍ଚାୟତ କଲ୍ୟାଣପୁର ଗାଁ ରେ କୌଣସି ଘଟଣାକୁ ନେଇ ଦୁଇ ଯୁବକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା ମଣ୍ଟୁ ନାଇକ ନାମକ ଜଣେ ଯୁବକ କୁ ଅନ୍ୟ ଜଣେ ଯୁବକ ମୁଣ୍ଡ କୁ ଏକ ଧାରୁଆ ଅସ୍ତ୍ର ରେ ହାଣି ଦେଇ କୁଆଡେ ଫେରାର ହୋଇଯାଇଛି । ଗୁରୁତର ମଣ୍ଟୁ କୁ ଡାକ୍ତରଖାନା ନେବା ପାଇଁ ଆମ୍ବୁଲାନ୍ସ କୁ ଡକାଗଲା ଜଗନ୍ନାଥପ୍ରସାଦ ରୁ ଆମ୍ବୁଲାନ୍ସ ଆସି ପେସେଣ୍ଟ କୁ ଗାଡ଼ିରେ ଭର୍ତ୍ତି କରିବା ପରେ ଆଉ ଗାଡି ଷ୍ଟାର୍ଟ ହୋଇନଥିଲା । ସାହି ବାସିନ୍ଦା ଗାଡିକୁ ଅନେକ ଦୂର ଯାଏଁ ଠେଲିଥିଲେ ତଥାପି ଗାଡି ଷ୍ଟାର୍ଟ ହୋଇନଥିଲା । ପ୍ରାୟ ଦେଢ଼ଘଂଟା ପେଯ୍ୟନ୍ତ ରୋଗୀ ଗାଡ଼ିରେ ପଡିରହିଥିଲା । ମଣ୍ଟୁ ର ବଡ ଭାଇ ଅନ୍ୟ ଗାଡିରେ ନେବା ପାଇଁ ରାଯିହୋଇନଥିଲେ । ସରକାରଙ୍କ ଆମ୍ବୁଲାନ୍ସ ଯୋଜନା କୁ ନେଇ ପ୍ରଶ୍ନ ଉଠିଛି । ଦେଢ଼ଘଂଟା ପରେ ଅନ୍ୟ ଏକ ଆମ୍ବୁଲାନ୍ସ ଆସି ରୋଗୀ କୁ ମେଡ଼ିକାଲ ନେଇଥିଲା ।

Leave A Reply