Odisha news

ବାରବର୍ଷର ନିଷ୍ପାପ ଶିଶୁକୁ ଅମାନୁଷିକ ଭାବେ ହତ୍ୟା

0
ଜଗନ୍ନାଥ ପ୍ରସାଦ : 21/4 : ଜଗନ୍ନାଥ ପ୍ରସାଦ ଥାନା ଅନ୍ତର୍ଗତ ଅଲାଡି ପଞ୍ଚାୟତ କାଦପଡା ଗ୍ରାମର 12 ବର୍ଷ ନାବାଳକକୁ ଅମାନୁଷିକ ଭାବେ ହତ୍ୟାକରି ଅର୍ଦ୍ଧ ନିର୍ମିତ ପୋଖରୀରେ ଫିଙ୍ଗା ଯାଇଛି | ଉକ୍ତ ନାବାଳକ ଜଣକ  କାଡ଼ପଡା ବଡଦାଣ୍ଡ ସାହିର ଶିବରାମ ପଣ୍ଡା ଏବଂ ଉଷାରାଣୀ ପଣ୍ଡାଙ୍କ ବଡପୁଅ ବିଘ୍ନରାଜ ପଣ୍ଡା ବୟସ (12) l
ସୂଚନା ଥାଉକି ଆଜି ମୃତ ବିଘ୍ନରାଜ ସକାଳ 9.30ସମୟରେ ଟିଉସନ ସାରି ଘରୁ ସାଇକେଲ ଯୋଗେ ବାହାରିଥିଲେ l ଘରକୁ ଫେରିବା ବିଳମ୍ବ ହେବାରୁ ଘର ଲୋକେ ବହୁ ଖୋଜାଖୋଜି କରିଥିଲେ l
ବାପା ଶିବରାମ ସନ୍ଦେହକରି ସମାଧି ତୋଟାରେ ବିଘ୍ନରାଜ ଆମ୍ବ ତୋଳିବାକୁ ଯାଇଥିବା ସନ୍ଦେହ କରି ତୋଟା ନିକଟରେ ମୃତ ପୁଅର ସାଇକେଲ ଦେଖିଥିଲେ l ତୋଟା ନିକଟରେ ଥିବା ଏକ ଅର୍ଦ୍ଧ ନିର୍ମିତ ପୋଖରୀ ପାଖରେ ପୁଅର ଚପଲକୁ ଦେଖି ପାଣି ଭିତରକୁ ଯାଇ ଖୋଜାଖୋଜି କରିଥିଲେ l ପାଣିରେ ବୁଡି ରହିଥିବା ପୁଅ ବିଘ୍ନରାଜର କାଦ ପଟପଟିଆ ମୃତ ଦେହକୁ ବାହାରକୁ ବାହାର କରିଥିଲେ l ପରେ ଦେଖିଲା ବେଳକୁ ଦୁଇ ଆଖିରେ କ୍ଷତ ଚି଼ହ୍ନ ଦେଖି ନିକଟସ୍ଥ ଜଗନ୍ନାଥ ପ୍ରସାଦ ପୋଲିସ ଥାନାକୁ ଖବର ଦେଇଥିଲେ l ଖବର ପାଇ ଜଗନ୍ନାଥ ପ୍ରସାଦ ଥାନାଧିକାରୀ ଦିଲ୍ଲୀପ କୁମାର ସ୍ୱାଇଁ ଘଟଣା ସ୍ଥଳରେ ପହଂଚି ସବକୁ ଜବତ କରିବା ସହ ବ୍ୟବଛେଦ ପାଇଁ ଭଞ୍ଜନଗର ପଠାଇଥିବା ସୂଚନା ରହିଛି l
ଏହା ଏକ ମଡ଼ର ହୋଇଥିବା ସନ୍ଦେହ କରି ମୃତ ଶରୀର ମିଳିଥିବା ପୋଖରୀରେ କୌଣସି ମରଣାସ୍ତ୍ର ଥିବା ସନ୍ଦେହ କରି ଦମକଳ ଯୋଗେ ପୋଖରୀ ପାଣି ଶୁଖାଯାଇଛି l ମଡ଼ର କେଶ ନମ୍ବର 255/23 ରୁଜୁ କରିବା ସହ ତନାଘନା ଜାରି ରଖିଥିବା ତଦନ୍ତକାରି ଅଧିକାରୀ ଶ୍ରୀ ଦିଲ୍ଲୀପ କୁମାର ସ୍ୱାଇଁ ସୂଚନା ଦେଇଛନ୍ତି l ବାପାଙ୍କ କହିବା ଅନୁଯାଇ ପୁଅ ବିଘ୍ନରାଜ ଏକ ନମ୍ର ଓ ଶାନ୍ତଶିଷ୍ଠ ଥିଲେ l ତେଣୁ ବିଘ୍ନରାଜର ମୃତ ଖବର ଶୁଣି ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି କରିଥିଲା l
Leave A Reply