13ବର୍ଷ ନାବାଳିକା କୁ ଦୁଷ୍କର୍ମ ମାମଲା , ଫେରାର ଅଭିଯୁକ୍ତ କୁ ପଡିଲା ମହଙ୍ଗା : ପୋସ୍କୋ କୋର୍ଟ ଅଭିଯୁକ୍ତଙ୍କ ଘରୁ ସ୍ଥାବର, ଅସ୍ଥାବର ସମ୍ପତି ଜବତ
ଜଗନ୍ନାଥ ପ୍ରସାଦ :14/4: ଜଗନ୍ନାଥ ପ୍ରସାଦ ଥାନା ଅଧୀନ କାଦୁଆ ଗ୍ରାମର ପ୍ରଦୀପ ନାଇକଙ୍କ ପୁଅ ରାଜେଶ ନାଇକ (21)ଙ୍କ ନାମରେ ଏକ ନାବାଳିକା ଦୁଷ୍କର୍ମ ମାମଲାରେ ପସ୍କୋ କୋର୍ଟ (ବ୍ରହ୍ମପୁର) ଆଜି ଜାମିନ ବିହୀନ ପରୱାନା ଏବଂ ପଳାତକ ଘୋଷଣା କରିବା ସହ ତାଙ୍କର ସ୍ଥାବର ଓ ଅସ୍ଥାବର ସମ୍ପତିକୁ ଜବତ କରିଛି l
ସୂଚନା ମୁତାବକଗତ 2017ମସିହାରେ ଜନୈକ ନାବାଳିକା ଯମୁନା ନାଇକ (13)କୁ ପ୍ରେମ ଜାଲରେ ଫସାଇ ଶାରୀରିକ ସମ୍ପର୍କ ରଖି ଗର୍ଭବତୀ କରିଥିଲେ l ଏ ନେଇ ମାମୁଁଘର ଲୋକେ ଜଗନ୍ନାଥ ପ୍ରସାଦ ଥାନାରେ ଦ୍ୱାରସ୍ତ ହୋଇଥିଲେ l କିନ୍ତୁ ରାଜେଶ ନାଇକ ଫେରାର ହୋଇଯାଇଥିଲା l କୋର୍ଟ ର ବାରମ୍ବାର ନୋଟିସ ହେବା ପରେ ମଧ୍ୟ ରାଜେଶ କୋର୍ଟ ରେ ହାଜର ହୋଇନଥିଲା l ଶେଷରେ ଆଜି ମାନ୍ୟବର କୋର୍ଟଙ୍କ ନିର୍ଦେଶକ୍ରମେ ଏକଜୁ୍କୁଟିଭ ମାଜିଷ୍ଟ୍ରେଟ ତଥା ସ୍ଥାନୀୟ ତହସିଲଦାର ମନୋଜ କୁମାର ତ୍ରିପାଠୀ, ଭଞ୍ଜନଗର ଉପଖଣ୍ଡ ଅଧିକାରୀ ବିଶ୍ଵାମିତ୍ର ହରପାଲ ଏବଂ ଜଗନ୍ନାଥ ପ୍ରସାଦ ଥାନାଧିକାରୀ ଦିଲ୍ଲୀପ କୁମାର ସ୍ୱାଇଁଙ୍କ ଉପସ୍ଥିତିରେ ସ୍ଥାବର ଓ ଅସ୍ଥାବର ସମ୍ପତି ଜବତ କରିବା ସହ ନିଜ ଘରେ ଥିବା ସମସ୍ତ ଆସବାବ ପତ୍ରକୁ ଜବତ କରି ରାଜେଶଙ୍କ ନାମରେ ଘୋଷଣା ହୋଇଥିବା ଜାମିନ ବିହୀନ ପରୱାନା ଏବଂ ପଳାତକ ଘୋଷଣା ନୋଟିସ ନିଜ ଘର ଏବଂ କାଦୁଆ ସ୍ଥିତ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ନୋଟିସ ଜାରି କରାଯାଇଛି l ଏଥିରେ ଏସଆଇ ନିରଞ୍ଜନ ଦାସ ଏବଂ ବାବୁଲାଲ ରାଉଳ, ଏଏସଆଇ ପ୍ରଭାତୀ ବେହେରା, ରଞ୍ଜନ କୁମାର ଆଚାର୍ଯ୍ୟ, ହାବିଲଦାର ଜି.ଆପେୟା ପ୍ରଧାନ, ଏକ ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ ରହିବା ସହ ସ୍ଥାନୀୟ ସରପଞ୍ଚ ରୁନୀଲତା ସାହୁଙ୍କ ପ୍ରତିନିଧି, ସମିତି ମେମ୍ବର ପ୍ରକାଶ ଚନ୍ଦ୍ର ନାଇକ, 9 ନମ୍ବର ୱାର୍ଡ ସଭ୍ୟା ରୀନା ନାଇକ ଉପସ୍ଥିତ ରହି ସହଯୋଗ କରିଥିବା ସ୍ଥାନୀୟ ଥାନାଧିକାରୀ ଶ୍ରୀ ସ୍ୱାଇଁ ସୂଚନା ଦେଇଛନ୍ତି l