Odisha news

ଡଃ ଆମ୍ବେଦକରଙ୍କ ୧୩୨ ତମ ଜନ୍ମ ଜୟନ୍ତୀ ପାଳିତ।

0

ଆଠଗଡ଼ ତା ୧୪/୪/୨୩ ଗୁରୁବାର ବିଜୁଜନତା ଦଳ ପକ୍ଷରୁ ସ୍ଥାନୀୟ ବିଜୁପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ସମ୍ବିଧାନ ପଣେତା ଭାରତ ରତ୍ନ ବି ,ଆର, ଆମ୍ବେଦକର ଜନ୍ମ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି। ଦଳର ଅନୁସୂଚିତ ଜାତି ଜନଜାତି ମୋର୍ଚ୍ଚାର ସଭାପତି ରମେଶ ଚନ୍ଦ୍ର ଘଡେ଼ଇ ଙ୍କ ସଭାପତିତ୍ବରେ ସଭା ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ରୂପେ କଟକ ଜିଲ୍ଲା ବିଜୁଜନତା ଦଳର ଉପସଭାପତି ନୃସିଂହ ମହାପାତ୍ର, ମୁଖ୍ୟ ବକ୍ତା ଆଠଗଡ଼ ବ୍ଲକ ବିଜେଡି ସଭାପତି ରବିନ୍ଦ୍ରନାଥ ରାଉତ ଯୋଗଦେଇ ସମ୍ବିଧାନ ପଣେତା ବି,ଆର, ଆମ୍ବେଦକର ଙ୍କ ନିତୀ ଆଦର୍ଶ ରେ ଅନୁପ୍ରାଣିତ ହେବାପାଇଁ ଆଲୋକପାତ କରିଥିଲେ। ଶିକ୍ଷିତ ହୁଅ, ସଂଘର୍ଷ କର, ସଂଗଠିତ ରୁହ,ଏକ ସୁସ୍ଥ,ବିବେଧ ହିନ ଏବଂ ସାମାଜିକ ନ୍ୟାୟ ଭିତରେ ଯେଉଁ ସମାଜର ପରିକଳ୍ପନା ବାବା ସାହେବ୍ କରିଥିଲେ ତାହାକୁ ସାକାର କରିବାପାଇଁ ସମ୍ମିଳିତ ଉଦ୍ୟମ ଦରକାର। ଏହାହିଁ ହେବ ବାବା ସାହେବ୍ ଙ୍କ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ବୋଲି ମଞ୍ଚାସିନ ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଦଳିତ ମୋର୍ଚ୍ଚାର ସମ୍ପାଦକ ମାନସ ମଲ୍ଲିକ,ସହ ସମ୍ପାଦକ କାଶୀନାଥ ବେହେରା, ସଂଯୋଜକ ଗଣେଶ୍ୱର ନାଏକ, ଜିଲ୍ଲାପରିଷଦ ସଦସ୍ୟ ବଳଭଦ୍ର ବାଗ, ଶାନ୍ତିଲତା ବେହେରା, ବିଶ୍ୱଜିତ୍ ପ୍ରଧାନ, ମିନତୀ ଗାଗ୍ରାରାଇ, ଆଠଗଡ଼ ବ୍ଲକ ଉପାଧ୍ୟକ୍ଷା ସୁବାସ ମଲ୍ଲିକ, ଟାଙ୍ଗୀ ଚୌଦ୍ବାର ପୂର୍ବତନ ବ୍ଲକ ଅଧ୍ୟକ୍ଷା ମଧୁସ୍ମିତା ସେଠୀ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ।

Ad2
Leave A Reply