Odisha news

ନିମୋନିଆ ରୋଗରେ ପୀଡିତ ହୋଇ ସମାଜସେବୀ ସିଲୁ (ବିଦେଶୀ ) ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି , ସାହାର୍ଯ୍ୟର ହାତ ବଢାଇବା ପାଇଁ ପରିବାରଙ୍କ ଆକୁଳ ନିବେଦନ l

0
ଜଗନ୍ନାଥ ପ୍ରସାଦ :20/2:  ଜଗନ୍ନାଥ ପ୍ରସାଦ ବ୍ଲକରେ କାମ କରୁଥିବା ସମାଜସେବୀ ଅନୁଷ୍ଠାନ ଗୋପବନ୍ଧୁ ଚାରିଟେବୁଲ ଟ୍ରଷ୍ଟର ସଭ୍ୟ ବିଦେଶୀ ପ୍ରଧାନ (ସିଲୁ ଭାଇ ) 27 ବର୍ଷ ଗୁରୁତର ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି l ସେ ଦୀର୍ଘ 10ଦିନ ନିମୋନିଆ ରୋଗରେ ଗୁରୁତର ହୋଇ ଭୁବନେଶ୍ୱର ସମ ହସ୍ପିଟାଲ ଭେଣ୍ଟିଲେଟର ବେଡ଼ରେ ମୃତ୍ୟୁ ସହ ସଙ୍ଘର୍ଷ କରୁଛନ୍ତି l ତାଙ୍କୁ ଚିକିତ୍ସା କରିବା ପାଇଁ ଡାକ୍ତର ଟିମ ଆପ୍ରାଣ ଉଦ୍ୟମ ଜାରି ରଖିଛନ୍ତି l
ସିଲୁ ଭାଇ ଜଣେ ସାଧାସିଧା ନମ୍ର ସରଳ ହୃଦୟବାନ ବ୍ୟକ୍ତିଟିଏ ମଧ୍ୟରୁ ଜଣେ l କୌଣସି ବ୍ୟକ୍ତିର ଅସୁବିଧା ନଜର ପଡେ ତେବେ ସେ ଯାଇ ପହଁଞ୍ଚି ଯାଆନ୍ତି ତାଙ୍କ ପାଖରେ l ଗୋପବନ୍ଧୁ ଚାରିଟେବୁଲ ଟ୍ରଷ୍ଟର ଜଣେ ଆଗ ଧାଡିର ସଭ୍ୟ ଥିଲେ l ସମାଜସେବା କ୍ଷେତ୍ରରେ ହେଉ କିମ୍ବା ରକ୍ତଦାନ ଶିବିର ହେଉ କିମ୍ବା ଚକ୍ଷୁ ଚିକିତ୍ସା ଶିବିର ହେଉ ସେ ଆଗ ଧାଡିରେ ଯାଇ ସେବା ଯୋଗାଇ ଦିଅନ୍ତି l ବୟସ୍କ ବୃଦ୍ଧାଙ୍କୁ ଘରୁ ନେଇ ତାଙ୍କର ଚିକିତ୍ସା ମଧ୍ୟ୍ୟ କରାନ୍ତି l ସେହି ବ୍ୟକ୍ତି ଜଣକ ଆଜି ବଂଚିବା ପାଇଁ ଅନ୍ୟର ସାହାର୍ଯ୍ୟ ଲୋଡୁଛନ୍ତି l ସେ ଦୀର୍ଘ 10ଦିନ ହେବ ନିମୋନିଆ, ଶିକନସେଲ ଓ ଉଚ୍ଚ ରକ୍ତଚାପ ରୋଗରେ ଗୁରୁତର ଭାବେ ପୀଡିତ ହୋଇ ଭୁବନେଶ୍ୱର ସମ ହସ୍ପିଟାଲର ICU ନମ୍ବର 2ବେଡ଼ରେ ଚିକିତ୍ସିତ ହେଉଛନ୍ତି l ସୂଚନା ଅନୁଯାଇ ଗତ 10ତାରିଖ ଦିନ ସିଲୁ ଭାଇଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ପ୍ରଥମେ ଜଗନ୍ନାଥ ପ୍ରସାଦ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଭଞ୍ଜନଗର ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଗଲା l
ଦୁଇ ଦିନ ରହିବା ପରେ ଦେହ ଅଧିକ ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ନିଆଯାଇଥିଲା l ଡକ୍ଟରଙ୍କ କହିବା ଅନୁଯାଇ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଧୀରେଧୀରେ ସୁସ୍ଥ ହେଉଛି ଏବଂ ସମ୍ପୂର୍ଣ୍ଣ ସୁସ୍ଥ ହେବାକୁ ଅଧିକ ସମୟ ଲାଗିବା l ତେଣୁ ଟ୍ରିଟମେଣ୍ଟ ପାଇଁ 7ଲକ୍ଷ ଟଙ୍କାରୁ ଉର୍ଦ୍ଧ ଟଙ୍କା ଆବଶ୍ୟକ ସ୍ଥଳେ ଦୈନଦିନ 25000 ରୁ 30000 ଟଙ୍କା ଖର୍ଚ୍ଚ ହେଉଛି l ଯାହା ତାଙ୍କ ଥିଲା ତାହା ଖର୍ଚ୍ଚ ହୋଇଗଲାଣି l ଆଗକୁ ବହୁତ ଟଙ୍କା ଦରକାର ହେଉଥିବାରୁ ପାଖରେ ମଧ୍ୟ୍ୟ ସେମିତି କିଛି ସମ୍ଭବ ପର ହୋଇପାରୁନାହିଁ l ନିଜର ସାଙ୍ଗ, ସାଥୀ,ସମାଜସେବା ଅନୁଷ୍ଠାନ ବିପଦର ବନ୍ଧୁ ଅରକ୍ଷିତ ପରିଛା ଓ ଗୋପବନ୍ଧୁ ଚାରିଟେବୁଲ ଟ୍ରଷ୍ଟର ସଭାପତି ସଞ୍ଜୟ କୁମାର ପ୍ରଧାନଙ୍କ ତତ୍ୱାବଧାନରେ ମଗଯାଚ କରି କିଛି ଅର୍ଥ ଯୋଗାଡ଼ କରି ସାହାର୍ଯ୍ୟ କରିବାକୁ ପ୍ରୟାସ ଜାରି ରଖିଛନ୍ତି l
ଏପଟେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନ୍ତର୍ଭୂକ୍ତ କରିବା ପାଇଁ ଗୋପବନ୍ଧୁ ଟ୍ରଷ୍ଟ ସ୍ଥାନୀୟ ବିଡ଼ିଓ ଅନୁପ ପଣ୍ଡାଙ୍କୁ ଆକୁଳ ନିବେଦନ କରିଛନ୍ତି l ଯଦି କୌଣସି ସହୃଦୟ ବ୍ୟକ୍ତି ସାହାର୍ଯ୍ୟର ହାତ ବଢାଇବା ପାଇଁ ଚେଷ୍ଟା କରନ୍ତି ତେବେ ACC-33308836918, IFC CODE -SBIN 0012113, କୁଳମଣି ପ୍ରଧାନ ଏବଂ ଫୋନପେ ନମ୍ବର 7606962245 ଯୋଗାଯୋଗ କରିବା ପାଇଁ ପରିବାର ପକ୍ଷରୁ ଆକୁଳ ନିବେଦନ କରିଛନ୍ତି l
Nalco
Leave A Reply