ବେଲଗୁଣ୍ଠା, 20/02, ପରମ୍ପରା ମୁତାବକ ମହା ଶିବରାତ୍ରି ଉପଲକ୍ଷେ ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ଗ୍ରାମରେ ରବିବାର ଦିନ ଦୁଇ ଦଳ ମହାଭାରତ ନାଟକ ମଞ୍ଚସ୍ଥ ହୋଇଯାଇଛି I ନିର୍ଦ୍ଦେଶକ ଭଗବାନ ସାହୁଙ୍କ ନିର୍ଦ୍ଦେଶନାରେ ଆସିକା ନିକଟସ୍ଥ ଲଛମନପଲ୍ଲୀ ଏବଂ ନିର୍ଦ୍ଦେଶକ ବିଜୟ କୁମାର ମାଝୀଙ୍କ ନିର୍ଦ୍ଦେଶନାରେ କନ୍ଧମାଳ ଜିଲ୍ଳା ଗଣ୍ଡାପଡ଼ାର କଳାକାର ମାନେ ଏହି ନାଟକ ପରିବେଷଣ କରିଥିଲେ I ପ୍ରକାଶ ଥାଉକି ପ୍ରତିବର୍ଷ ଗାଙ୍ଗପୁର ଗ୍ରାମରେ ମହାଶିବରାତ୍ରି ପରଦିନ ଦୁଇ ଦଳ ରାମାୟଣ କିମ୍ବା ମହାଭାରତ ନାଟକ ମଞ୍ଚସ୍ଥ ହୋଇଥାଏ I କିନ୍ତୁ କୋଭିଡ କଟକଣା ଯୋଗୁଁ ଦୁଇ ବର୍ଷ ଧରି ଗ୍ରାମରେ ଏହି ଯାତ୍ର ବନ୍ଦ ରହିଥିଲା I ଚଳିତ ବର୍ଷ ପୁଣୀ ଥରେ ଗ୍ରାମରେ ନାଟକ ପରିବେଷଣ ହୋଇଥିବାରୁ ନାଟକ ଦେଖିବାକୁ ପ୍ରାୟ 20000 ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳିଥିଲା I ସୂଚନା ପ୍ରକାରେ ଶନିବାର ଦିନ ଗ୍ରାମାର ଆରାଧ୍ୟ ବାବା ସ୍ଵପ୍ନେଶ୍ଵରଙ୍କ ମନ୍ଦିରରେ ରୀତିନୀତି ପୂର୍ବକୁ ମହା ଶିବରାତ୍ରି ନୀତି ପାଳିତ ହୋଇଥିଲା I ରବିବାର ସକାଳୁ ଠାକୁର ପାରମ୍ପରିକ ବାଜାବାଣ ପଟୁଆରରେ ନଗର ଭ୍ରମଣ କରିଥିଲେ I ଏହାପରେ ଗ୍ରାମରେ ମଧ୍ୟାହ୍ନରେ ଗାହାଣ ଗଣ୍ଠି ଏବଂ ଅପରାହ୍ଣରେ ମହାଭାରତ ନାଟକ ମଞ୍ଚସ୍ଥ ହୋଇଥିଲା I କାର୍ଯ୍ୟକ୍ରମରେ ଗ୍ରାମ୍ୟ ପରିଚାଳନା କମିଟିଙ୍କ ସମେତ ଗ୍ରାମବାସୀ ସହଯୋଗ କରିଥିଲେ I ଗାଙ୍ଗପୁର ଥାନା ଅଧିକାରୀ ଶୁଭେନ୍ଦୁ କୁମାର ସାହୁଙ୍କ ନେତୃତ୍ୱରେ ପୋଲିସ୍ ବାହିନୀ ଭିଡ଼ ନିୟନ୍ତ୍ରଣ କରିବା ସହିତ ଆଇନ୍ ଶୃଙ୍ଖଳା ପରିସ୍ଥିତି ରକ୍ଷା କରିଥିଲେ I
