Odisha news

ସ୍ନାନ ପୂର୍ଣ୍ଣିମା ପୂର୍ବରୁୂ ଦଇତାପତିମାନଙ୍କର ହେବ କୋଭିଡ଼ି ପରୀକ୍ଷା

0

ପୁରୀ :ଆଗାମୀ ସ୍ନାନ ପୂର୍ଣ୍ଣମୀ ପୂର୍ବରୁ ଦଇତାପତିମାନଙ୍କର କୋଭିଡ ପରୀକ୍ଷା କରାଯିବ । ନୀଳାଦ୍ରି ଭକ୍ତ ନିବାସ ସମ୍ମିଳନୀ କକ୍ଷରେ ଦଇତାପତି ସେବକମାନଙ୍କ ପାଇଁ କରୋନା ଭୂତାଣୁ ସମ୍ପର୍କିତ ଏକ ସଚେତନତା ଶିବିର ଅନୁଷ୍ଠିତ ହେବାପରେ ଏହି ସୂଚନା ମିଳିଛି ।

ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ସ୍ୱାସ୍ଥ୍ୟ ବିଭାଗ ସହଯୋଗରେ ଅନୁଷ୍ଠିତ ଏହି ଶିବିରରେ ଦଇତାପତିମାନଙ୍କୁ କୋଭିଡ-୧୯ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ହାତ ଧୋଇବା, ସାମାଜିକ ଦୂରତ୍ୱ ରକ୍ଷା କରିବା ଓ ସ୍ୱାସ୍ଥ୍ୟ ରକ୍ଷା ସମ୍ପର୍କିତ ବିଭିନ୍ନ ପରାମର୍ଶ ପ୍ରଦାନ କରାଯାଇଥିଲା । ସ୍ୱାସ୍ଥ୍ୟ ବିଭାଗ ଅଧିକାରୀମାନେ କରୋନା ଭୂତାଣୁ ସଂକ୍ରମଣରୁ ରକ୍ଷା ପାଇବାର ବିଭିନ୍ନ ଉପାୟ ସମ୍ପର୍କରେ ଉପସ୍ଥିତ ଦଇତାପତି ସେବକମାନଙ୍କୁ ସଚେତନ କରାଇଥିଲେ ।

ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାସ, ଜିଲ୍ଲା ମୁଖ୍ୟ ଚିକିସôାଧିକାରୀ ଡାକ୍ତର ନୀଳକଣ୍ଠ ମିଶ୍ର, ଉପସ୍ୱାସ୍ଥ୍ୟ ଅଧିକାରୀ ଦେବୀ ପ୍ରସାଦ ମହାପାତ୍ର ଓ ଶ୍ରୀମନ୍ଦିରର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା ପ୍ରମୁଖ ଶିବିରରେ ଯୋଗ ଦେଇଥିଲେ ।ଦଇତାପତି ନିଯୋଗ ସଭାପତି ରବି ଦାସ ମହାପାତ୍ର, ସମ୍ପାଦକ ଦୁର୍ଗାପ୍ରସାଦ ଦାସ ମହାପାତ୍ରଙ୍କ ସମେତ ୯୩ଜଣ ଦଇତାପତି ସେବକ ଉପସ୍ଥିତ ଥିଲେ ।

 

 

Leave A Reply