Odisha news

ଜଗନ୍ନାଥଙ୍କର ଟଙ୍କା ୟେସ ବ୍ୟାଙ୍କରେ କାହିଁକି ? ପ୍ରଶ୍ନ ଉଠାଇଲେ ବିରୋଧୀ

0

ପୁରୀ ଗୁରୁତର ଆର୍ଥିକ ସଂକଟ ଦେଇ ଗତି କରୁଛି ୟେସ୍ ବ୍ୟାଙ୍କ। ସ୍ଥିତି ଏପରି ହୋଇଛି ଯେ, ରିଜର୍ଭ ବ୍ୟାଙ୍କ ପକ୍ଷରୁ ୟେସ ବ୍ୟାଙ୍କର ବୋର୍ଡ ଅଫ୍ ଡିରେକ୍ଟରମାନଙ୍କ କ୍ଷମତା ସଙ୍କୁଚିତ କରାଯାଇ ନିଜ ହାତକୁ କ୍ଷମତା ନେଇଛି। ସେତିକି ନୁହେଁ, ଆରବିଆଇ ଏବେ ୟେସ ବ୍ୟାଙ୍କରୁ ଟଙ୍କା ଉଠାଇବାକୁ ନେଇ କଟକଣା ଜାରି କରିଛି। ୫୦ ହଜାରରୁ ଅଧିକ ଟଙ୍କା ଉଠାଇ ପାରିବେନି। ଏପରି ଖବର ଜାଣିବା ପରେ ଗ୍ରାହକ ମାନେ ଛାନିଆ ହୋଇ ପଡ଼ିଛନ୍ତି। ଟଙ୍କା ଉଠାଇବା ପାଇଁ ୟେସ୍‌ ବ୍ୟାଙ୍କ ଏଟିମ୍‌ ପାଖରେ ଲମ୍ବା ଧାଡ଼ି ଲଗାଇଛନ୍ତି।

ବ୍ୟାଙ୍କର ଏପରି ଅବସ୍ଥାକୁ ଦେଖି ଜଗନ୍ନାଥ ମହାପ୍ରଭୁଙ୍କ ଜମା ଟଙ୍କା ଅବସ୍ଥା କ‘ଣ ହେବ ସମସ୍ତଙ୍କର ଚିନ୍ତା ବଢିଛି। ୟେସ୍ ବ୍ୟାଙ୍କରେ ମହାପ୍ରଭୁଙ୍କର ରହିଛି ୫୪୫କୋଟି ଟଙ୍କା। ଏହି ଟଙ୍କା କିପରି ଫେରସ୍ତ ଆସିବ ତାକୁ ନେଇ ଚିନ୍ତା ବଢିଛି। ଅଧିକାରୀଙ୍କ ଠାରୁ ଆରମ୍ଭ କରି କର୍ମଚାରୀମାନେ ସମସ୍ତେ ଏହି ଟଙ୍କାରୁ  ଦରମା ନିଅନ୍ତି। ଯଦି ଏହି ଟଙ୍କା ବୁଡିଯାଏ, ତେବେ ଶ୍ରୀମନ୍ଦିର ପରିଚାଳନାରେ ମହାବିଭ୍ରାଟ ଉପୁଜିବ ବୋଲି ଆଶଙ୍କା ପ୍ରକାଶ ପାଇଛି । ଏପରିକି ଗତ ୨୦ରେ ହୋଇଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ୟେସ ବ୍ୟାଙ୍କ ଜମା ଟଙ୍କାକୁ ନେଇ ତୁମ୍ବିତୋଫାନ ହୋଇଥିଲା ।

ଅନ୍ୟପକ୍ଷେ ୟେସ୍ ବ୍ୟାଙ୍କରେ ବିଭ୍ରାଟ ଏବଂ ଏଠାରେ ମହାପ୍ରଭୁଙ୍କ ଟଙ୍କା ଜମା ନେଇ ବର୍ଷିଲେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ। ଜାତୀୟ ବ୍ୟାଙ୍କ୍‌ରେ ଟଙ୍କା  ନ ରଖି ଘରୋଇ ବ୍ୟାଙ୍କରେ କାହିଁକି ରଖିଲ ବୋଲି ପ୍ରଶ୍ନ କରିଛନ୍ତି ସୁର। ଏହା ପଛରେ ଉଦ୍ଦେଶ୍ୟ କଣ, ଏହାର ନିରପେକ୍ଷ ତଦନ୍ତ ହେଉ ବୋଲି ସେ ଦାବି କରିଛନ୍ତି। ମହାପ୍ରଭୁଙ୍କ ଟଙ୍କାକୁ ଏମିତି ହେରଫେର କଲେ ଆନ୍ଦୋଳନ ହେବ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି ।

ସେହିପରି ପୁରୀର ପୂର୍ବତନ ବିଧାୟକ ମହେଶ୍ୱର ମହାନ୍ତି  ମଧ୍ୟ ୟେସ୍ ବ୍ୟାଙ୍କରେ ଟଙ୍କା ଜମା ପ୍ରସଙ୍ଗକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି।  ଅଧତ୍କ ସୁଧ ଲୋଭରେ ତତ୍କାଳୀନ ଶ୍ରୀମନ୍ଦିର ପ୍ରଶାସକ ଟଙ୍କା ରଖିଛନ୍ତି। ଏହା ନିଶ୍ଚିତ ଭାବେ ଏକ ଭୁଲ ପଦକ୍ଷେପ ଥିଲା ଥିଲା ବୋଲି ସେ କହିଛନ୍ତି। ତେବେ RBI ସହ ଶ୍ରୀମନ୍ଦିର ପ୍ରଶାସନ ସ୍ୱତନ୍ତ୍ର ଭାବେ ଆଲୋଚନା କରନ୍ତୁ। ମହାପ୍ରଭୁଙ୍କ ଟଙ୍କା କିପରି ଉଠାଣ ହେବ ସେନେଇ ବ୍ୟବସ୍ଥା କରିବାକୁ କହିଛନ୍ତି ମହେଶ୍ୱର।

 

Leave A Reply