Odisha news

କରୋନା ଟୀକ୍କା ନେଉଥିବା ସମୟରେ ଜଣେ ଯାଦୁକର କରିଥିଲେ ଯାଦୁ , ଜାଣନ୍ତୁ କଣ ଘଟିଥିଲା

0

ନୂଆଦିଲ୍ଲୀ :ଦୁନିଆ ସାରା ବର୍ତମାନ କରୋନା ସଂକ୍ରମଣ ବିରୁଦ୍ଧରେ ବିଭିନ୍ନ ଟୀକ୍କା କରଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି l ସେଥି ମଧ୍ୟରୁ ଗୋଟିଏ ଦେଶ ହଉଛି ଇସ୍ରାଏଲ ,ଯେଉଁଠାରେ କୋବିଡ ଟୀକ୍କା କରଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି l ଏହି ପ୍ରକ୍ରିୟା କାରଣ ସମୟରେ ସେଲିବ୍ରେଟି ଯାଦୁକର ୟୁରୀ ଗେଲର ମଧ୍ୟ ଟୀକ୍କା ଲଗାଇବାକୁ ଆସିଥିଲେ l କରୋନା ବିରୁଦ୍ଧରେ ଏହି ଅଭିଯାନରେ ୟୁରୀ ନିଜର ଖାସ ଅନ୍ଦାଜରେ ଟୀକ୍କା ନେଇଥିଲେ l ଇସ୍ରାଇଲରେ ଆରମ୍ଭରୁ ଟୀକ୍କା କରଣ ପ୍ରକ୍ରିୟାରେ ବୟସ୍କ ଲୋକ ମାନଙ୍କୁ ଟୀକ୍କାର ଡୋଜ୍ ଦିଆ ଯାଉଛି l ଏହି କାରଣରୁ ଗୁରୁବାର ଦିନ ୟୁରୀ ଟୀକ୍କା ନେବାକୁ ଆସିଥିଲେ l ଟୀକ୍କା ନେବା ସମୟରେ ୟୁରୀ ନିଜର ସିଗ୍ନେଚର ଷ୍ଟାଇଲ୍ ରେ ଚାମଚକୁ ମୋଡ଼ି ବଙ୍କା କରିଥିଲେ ଓ ଏହି ସମୟରେ ସ୍ୱାସ୍ଥ୍ୟକର୍ମୀ ମାନେ ତାଙ୍କୁ ଟୀକା ଦେଇଥିଲେ l

ଟୀକ୍କା ନେବା ପରେ ୭୫ ବର୍ଷୀୟ ଯାଦୁକର ଲେଖିଲେ ଯେ ହଁ ମୁଁ ଟୀକ୍କା ନେଇଗଲି l ଘଟଣାଟି ଏହିପରି ଟୀକ୍କା କରଣ ସମୟରେ ଯେତେବେଳେ ସିରିଞ୍ଜିର ଛୁଞ୍ଚି ତାଙ୍କ ବାହୁରେ ପଶିଲା ସେ ନିଜର ଅନ୍ୟ ଆହାଟରେ ଚାମଚକୁ ମୋଡ଼ିବାର ଯାଦୁବିଦ୍ୟା କରିଥିଲେ l ଏହି ଘଟଣା ବେଳେ ସେଠାରେ ଉପସ୍ଥିତ ଥିବା ଲୋକମାନେ ତାଙ୍କର ଉତ୍ସାହ ବଢ଼ାଇ ଥିଲେ l ଏହାକୁ ନେଇ ୟୁରୀ କହିଛନ୍ତି ଯେ ଯେଉଁ ବ୍ୟକ୍ତିମାନେ ୬୦ ବର୍ଷରୁ ଉର୍ଦ୍ଧ ଅଛନ୍ତି ସେମାନେ ଯଥାଶୀଘ୍ର ଭ୍ୟାକସିନ ନେବା ଆବଶ୍ୟକ l ଇସ୍ରାଇଲ ରେ ଡିସେମ୍ବର ୧୯ ତାରିଖରେ କରୋନାର ଟୀକ୍କା କାରଣ ପ୍ରକ୍ରିୟା ଆରମ୍ଭ ହୋଇଛି l

Nalco
Leave A Reply