ନୂଆଦିଲ୍ଲୀ : କରୋନା ମହାମାରୀ କାରଣରୁ ଲକ୍ଷ ଲକ୍ଷ ଲୋକ ନିଜର ଜୀଵନ ହରାଇ ଛାନ୍ତି ,ହଜାର ହଜାର ଲୋକ ମଧ୍ୟ ମାନସିକ ଅବସାଦ ସହିତ ଲଢେଇ କରି ବଞ୍ଚି ରହିଛନ୍ତି l କିଛି ଲୋକ ମଧ୍ୟ ଏହିପରି ହୋଇଛନ୍ତି ଯେଉଁ ମାନେ ଏହି ଭୁତାଣୁ ଯୋଗୁ ଲକଡାଉନ ହୋଇଥିବା କାରଣରୁ ଅବସାଦ ଗ୍ରସ୍ତ ହୋଇଛନ୍ତି ,ସେହିଭଳି ଜଣେ ବ୍ରିଟିଶ ଦମ୍ପତ୍ତି ଏହି ସମସ୍ତ ଅସୁବିଧାକୁ ଏଡ଼ାଇବା ପାଇଁ ଲକଡାଉନ ପୂର୍ବରୁ ଗୋଟିଏ ନିଷ୍ପତି ନେଇଥିଲେ l ଇଂଲଣ୍ଡରେ ରହୁଥିବା ୩୪ ବର୍ଷୀୟ ଲିୟୁକ ଓ ୩୬ ବର୍ଷୀୟା ସାରା ପ୍ରକୃତି ସହିତ ସମୟ ବିତାଇବାକୁ ଚାହୁଁଥିଲେ ଓ ଏହି କାରଣ ଯୋଗୁ କରୋନା ଲକଡାଉନ କିଛି ଦିନ ପୂର୍ବରୁ ଆୟାରଲ୍ୟାଣ୍ଡର ଗୋଟିଏ ଦ୍ୱୀପରେ ଯାଇ ବସତି ସ୍ଥାପନ କରିଥିଲେ l
ଏହି ଦ୍ୱୀପ ବିଷୟରେ ସ୍ଥାନୀୟ ଏକ ପତ୍ରିକାରେ ଲେଖା ଯାଇଛି ଯେ ୧୯୭୪ ମସିହାରେ ଶେଷ ଥର ପାଇଁ ଶୀତଋତୁରେ ଏଠାକୁ ପର୍ଯ୍ୟଟକ ଆସିଥିଲେ l ଏହି ସ୍ଥାନଟି ସେହି ଦିନଠାରୁ ଶୂନ୍ଶାନ ରହିଥିଲା l ଏହି ଦମ୍ପତି ଜଣଙ୍କ ଆସନ୍ତା ଏକ ବର୍ଷ ପାଇଁ ଗୋଟିଏ ସ୍ଥିର ଜୀବନ ବଞ୍ଚିବାକୁ ଚାହୁଁଛନ୍ତି l ଏହି ଦ୍ୱୀପକୁ ଯିବା ପାଇଁ ମାତ୍ର ଗୋଟିଏ ରାସ୍ତା ରହିଛି ଓ ଗୋଟି ହୋଲି ଡଙ୍ଗା ସାହାଯ୍ୟରେ ଅନ୍ୟ ଦ୍ୱୀପକୁ ଯାଇ ହେବ l ସାରା ପେସାରେ ଜଣେ ସମାଜସେବୀ ଅଟନ୍ତି l ଲିୟୁକ କହିଛନ୍ତି ଯେ ଆମେ ଏହି ସ୍ଥାନରେ ସମ୍ପୁର୍ଣ୍ଣ ଭାବରେ ଐସୋଲେଟେଡ ହୋଇ ରହିଛୁ ଓ ଆମେ ବାହାର ଦୁନିଆ ବିଷୟରେ ଅଦ୍ଭୁତ କଥା ଶୁଣିବାକୁ ପାଉଛୁ l ସାରା ଓ ଲିୟୁକ ଏଠାରେ ଗୋଟିଏ କଟେଜ ତିଆରି କରି ରହିଛନ୍ତି l
ସେମାନଙ୍କ ପାଖରେ ବର୍ଷାପାଣି ଏକାଠି କରିବା ପାଇଁ ଗୋଟିଏ ଟ୍ୟାଙ୍କ ରହିଛି l ବିଜୁଳି ଉପକରଣ ଗୁଡିକୁ ବ୍ୟବହାର କରିବା ପାଇଁ ଓ ଚାର୍ଜ କରିବା ପାଇଁ ସୋଲାର ପ୍ୟାନେଲ ରହିଛି l ଏଠାରେ ସିପିଙ୍ଗ ଲେନ୍ସ ରହିଥିବା କାରଣରୁ ଫୋନର ସିଗ୍ନାଲ ସୁବିଧାରେ ମିଳି ଯାଉଛି l ତେଣୁକରି ନିଜ ପରିଜନଙ୍କ ସହିତ କଥାବାର୍ତା ହେବା ପାଇଁ ଅସୁବିଧା ହେଉ ନାହିଁ l ସେମାନେ ଏହି ଟାପୁ ଉପରେ ବିଭିନ୍ନ ପ୍ରକାର ପନିପରିବା ମଧ୍ୟ ଉତ୍ପାଦନ କରୁଛନ୍ତି l ସେମାନେ କହିଛନ୍ତି ଯେ ଆମେ ଏଠାକୁ ଆସି ଅନେକ କିଛି ଶିଖିବାକୁ ପାଇଲୁ l ଏପରି କିଛି କାମ ଅଛି ଯାହା ଆମେ ପୂର୍ବରୁ କରି ନଥିଲୁ ଏଠାରେ କରିଲୁ l