ନୂଆଦିଲ୍ଲୀ : ସାମାଜିକ ଗଣମାଧ୍ୟମରେ ଅଧିକାଂଶ ସମୟରେ ଅଦ୍ଭୁତ ଫଟୋ ଦେଖିବାକୁ ମିଳେ l ଏହି ଫଟୋ ଗୁଡିକ ଭାଇରାଲ ହେବ ସହିତ ଳିକମାନେ ଏହା ଉପରେ ଅଦ୍ଭୁତ ପ୍ରତିକ୍ରିୟା ମଧ୍ୟ ଦେଇଥାନ୍ତି l ଏହିଭଳି ଗୋଟିଏ ଅଦ୍ଭୁତ ଫଟୋ ନିକଟରେ ଇଣ୍ଟରନେଟରେ ଭାଇରାଲ ହୋଇଛି l ଫଟୋ ଟିକୁ ଦେଖି ଲୋକମାନେ ଏହିପରି ମଧ୍ୟ ମତ ଦେଇଥିଲେ “ଭଗବାନଙ୍କ କୃପାରୁ ଏତିକିରେ ବନ୍ଦ କର ,ଆଉ ଦେଖିବାର ନାହିଁ l
ଏହି ଫଟୋଟିରେ ଗାଈଟିକୁ ଭିଡିଓ ସ୍କ୍ରିନ କରି ଚଳଚିତ୍ର ଦେଖା ଯାଉଛି l ଫଟୋଟି କୌଣସି ଆଫ୍ରିକା ଦେଶର ଲାଗୁଛି l କିଛି ଲୋକ ନିଜ ଥିଏଟରରେ ପ୍ରୋଜେକ୍ଟର ସାହାଯ୍ୟରେ ସିନେମା ଦେଖୁଛନ୍ତି ,କିନ୍ତୁ ମୁଖ୍ୟ କଥାଟି ହେଲା ପ୍ରୋଜେକ୍ଟର କାନ୍ଥ କିମ୍ବା ପରଦାରେ ବ୍ୟବହାର ହେବ ବଦଳରେ ଆଗରେ ଗାଈଟିଏ ଠିଆ କରି ତା ପେଟରେ ସିନେମା ଲଗାଯାଇଛି l ଏବଂ ପ୍ରୋଜେକ୍ଟର ସାମ୍ନାରେ ବସିଥିବା ଲୋକମାନେ ଚଳଚିତ୍ର ଦେଖି ଚାଲିଛନ୍ତି l ସିନେମା ଦେଖିବା ପାଇଁ କରାଯାଇଥିବା ଏହି ଅଜବ ଜିନିଷକୁ ଦେଖି ଲୋକମାନେ କେବଳ ଆଶ୍ଚର୍ଯ୍ୟ ହୋଇ ନାହାନ୍ତି ବରଂ ରୋଚକ ମତ ମଧ୍ୟ ଦେଇଛନ୍ତି l କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଫଟୋ ବିଷୟରେ କୌଣସି ତଥ୍ୟ ଦିଆଯାଇ ନାହିଁ l ଲୋକମାନେ ସାମାଜିକ ଗଣମାଧ୍ୟମରେ ଏହାକୁ ସେୟାର କରି ନିଜର ମତ ଲେଖୁଛନ୍ତି l
