ନୂଆଦିଲ୍ଲୀ : ଠକ ସୁକେଶ ଚନ୍ଦ୍ରଶେଖର ସହିତ ଜଡିତ ମନି ଲଣ୍ଡ୍ରଇଂ କେଶ ରେ ଆଜି ବଲିଉଡ ଅଭେନେତ୍ରୀ ଜ୍ୟାକଲିନ ଫର୍ଣ୍ଣଣ୍ଡିଜ ଙ୍କୁ ଦିଲ୍ଲୀ ପୋଲିସ ର ଆର୍ଥିକ ଅପରାଧ ଶାଖା ପୁନର୍ବାର ପଚରା ଉଚରା ପାଇଁ ଡାକି ଥିଲା l ଜ୍ୟାକଲିନ ସୋମବାର ଦିନ ସକାଳ ୧୧ . ୩୦ ମିନିଟ ରେ ମନ୍ଦିର ମାର୍ଗ ସ୍ଥିତ EOW ଅଫିସ ରେ ପହଂଚିବା ସମୟରେ ଖୁବ ଷ୍ଟାଇଲିସ ଲାଗୁଥିଲେ l ସେ ଗୋଟିଏ କ୍ରିମ କଲର ସାର୍ଟ, ବ୍ଲୁ ଜିନ୍ସ ଓ ଧଳା ଜୋତା ପିନ୍ଧିଥିଲେ l ଏହାପୂର୍ବରୁ ଜ୍ୟାକଲିନ ଙ୍କୁ ସେପ୍ଟେମ୍ବର ୧୪ ରେ ଜେରା କରାଯାଇ ଥିଲା l
ସେହି ସମୟରେ ସେ ଅସହଜ ରହି ଥିବାର ସୂଚନା ମିଳିଛି l ୧୪ ସେପ୍ଟେମ୍ବର ରେ ପୋଲିସ ପକ୍ଷରୁ ତାଙ୍କୁ ୫୦ ରୁ ଅଧିକ ପ୍ରଶ୍ନ ପଚାର ଯାଇଥିଲା l କିଛି ପ୍ରଶ୍ନର ଉତ୍ତର ସନ୍ତୋଷ ଜନକ ନମିଳିବାରୁ ତାଙ୍କୁ ପୁନର୍ବାର ସୋମବାର ଡକା ଯାଇଥିଲା l ଜ୍ୟାକଲିନ ଙ୍କ ବ୍ୟତୀତ ବଲିଉଡ ଅଭିନେତ୍ରୀ ନୋରା ଫତେହି ମଧ୍ୟ ଦିଲ୍ଲୀ ପୋଲିସ ର ଅପରାଧ ଶାଖା ଜେରା କରି ସାରିଛି l ସୂଚନା ଯୋଗ୍ୟ ଯେ ଜ୍ୟାକଲିନ ଙ୍କୁ ସୁକେଶ ଚନ୍ଦ୍ରଶେଖର ବିବାହ କରିବାକୁ ଚାହୁଁଥିଲା l