ନୂଆଦିଲ୍ଲୀ : ସୁକେସ୍ ଚନ୍ଦ୍ରଶେଖର ମାମଲା ରେ ଦିଲ୍ଲୀ ପୋଲିସ ର ଆର୍ଥିକ ଅପରାଧ ଶାଖା ସୋମବାର ସେପ୍ଟେମ୍ବର ୧୯ ତାରିଖ ଦିନ ପୁନର୍ବାର ଜାକ୍ଲିନ ଙ୍କୁ ପଚରା ଉଚରା କରିବ । ଜାକ୍ଲିନ ସକାଳ ୧୧.୩୦ ମିନିଟ୍ ସମୟରେ ମନ୍ଦିର ମାର୍ଗରେ ସ୍ଥିତ EOW ଅଫିସ୍ ରେ ପହଞ୍ଚିବେ । ଏହା ପୂର୍ବରୁ ଜାକ୍ଲିନ ସେପ୍ଟେମ୍ବର ୧୪ ତାରିଖ ଦିନ ଆର୍ଥିକ ଅପରାଧ ଶାଖା ସମ୍ମୁଖରେ ଉପସ୍ଥିତ ହୋଇଥିଲେ । ବୁଧବାର ଦିନ ତାଙ୍କୁ ପାଖାପାଖି ୮ ଘଣ୍ଟା ପଚରା ଉଚୁରା ଯାଇଥିଲା । ପଚରା ଉଚୁରା ସମୟରେ ସେ ଖୁବ୍ ଅସହଜ ରହୁ ଥିବାର ସୂଚନା ମିଳିଥିଲା । ତାଙ୍କୁ ବୁଧବାର ଦିନ ପାଖାପାଖି ୫୦ ଟି ପ୍ରଶ୍ନ ପଚରା ଯାଇଥିଲା ।
ଚଳିତ ମାସରେ ବଲିଉଡ ର ଅନ୍ୟତମ ଅଭିନେତ୍ରୀ ନୋରା ଫତେହି ଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ୬-୭ ଘଣ୍ଟା ପଚରା ଉଚୁରା କରିଥିଲେ । ତାଙ୍କର ବୟାନ ଦର୍ଜ ହୋଇଛି । ସୁକେଶ ପାଖରୁ ମୂଲ୍ୟବାନ ଉପହାର ନେବା ମାମଲା ରେ ନୋରା ଙ୍କୁ ପଚରା ଉଚୁରା ଯାଇଥିଲା ।
ସୁକେସ୍ ଚନ୍ଦ୍ରଶେଖର ବର୍ତ୍ତମାନ୍ ଜେଲ୍ ରେ । ସେ ମନି ଲାନ୍ଦ୍ରୀଙ୍ଗ କେଶ୍ ରେ ଜେଲ ରେ ଅଛି । ଏହି ମାମଲା ରେ ଫର୍ଟିଙ୍ଗସ୍ ହେଲ୍ଥ କେୟାର ର ପୂର୍ବ ପ୍ରମୋଟର ସିବିନ୍ଦର୍ ସିଂ ଙ୍କ ପତ୍ନୀ ମଧ୍ୟ ସାମିଲ ଅଛନ୍ତି ।