ଜଗତସିଂହପୁର୧୯/୦୩ : ଜଗତସିଂ ହପୁର୍ ଜିଲ୍ଲାର ପ୍ରସିଦ୍ଧ ମା କନକ ଦୁର୍ଗା ମନ୍ଦିର ରେ ପ୍ରସିଦ୍ଧ ବାରୁଣୀ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ବାରୁଣୀ ଯାତ୍ରା ରେ ପାରମ୍ପରିକ ରୀତି ନୀତି ଅନୁସାରେ ପ୍ରଭାତରେ ବାରୁଣୀ ସ୍ନାନ ଓ ପରେ ପରେ ମାନସିକ ଧାରୀଙ୍କ ଦ୍ଵାରା ଦାଣ୍ଡ ଓଳେଇବା ଓ କୁକୁଡ଼ା ଉଡ଼ାଇବା ଭଳି ବିରଳ କାର୍ଯ୍ୟକ୍ରମ ଦେଖିବାକୁ ମିଳିଛି।
ଜଗତସିଂହପୁର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ପିତେଇପୁର ପଂଚାୟତ ର କନକ ଦୂର୍ଗା ଙ୍କ ମନ୍ଦିର ରେ ଦୀର୍ଘ ପାଞ୍ଚ ଶହ ବର୍ଷ ରୁ ଉର୍ଦ୍ଧ୍ବ ହେବ ଏହି ବାରୁଣୀ ଯାତ୍ରା ଅନୁଷ୍ଠିତ ହୋଇ ଆସୁଛି । ଆଜି ପବିତ୍ର ଚୈତ୍ରମାସ ଚତୁର୍ଦ୍ଦଶୀ ତିଥିରେ ଏହି ବାରୁଣୀ ଯାତ୍ରା ଅନୁଷ୍ଠିତ ହୋଇଥାଏ । ଏହି ପ୍ରସିଦ୍ଧ ପୀଠରେ ଭକ୍ତ ଙ୍କର ସମସ୍ତ ମନସ୍କାମନା ପୂରଣ ହୋଇ ଥାଏ ବୋଲି ବିଶ୍ଵାସ ରହିଛି । ବିଶେଷ କରି ଏହି ପୀଠରେ ଅପୁତ୍ରିକ ନାରୀ ମାନେ ମାନସିକ ଧାରଣ କରି ମାତୃତ୍ୱ ଲାଭ କରିବା ପ୍ରମାଣ ରହିଛି । ପ୍ରତିଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ। ଆଜିର ଏହି ବାରୁଣୀ ଯାତ୍ରାରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ । ମନ୍ଦିର ଟ୍ରଷ୍ଟ ର କର୍ମକାର୍ତ୍ତା ଓ ପ୍ରଶାସନ ସହାୟତାରେ ରେ ଏହି ଯାତ୍ରାକୁ ଶାନ୍ତି ଶୃଙ୍ଖଳା ସହ କରାଯାଉଛି । ବୋଲି ଟ୍ରଷ୍ଟି ବିଷ୍ଣୁ ଚରଣ ବାରିକ, ସେବାୟତ ରମେଶ ଚନ୍ଦ୍ର ନାୟକ,ବରିଷ୍ଠ ସାମ୍ବାଦିକ ତଥା ସ୍ଥାନୀୟ ବାସିନ୍ଦା ପ୍ରଦୀପ୍ତକିଶୋର ଚୌଧୁରୀ ପ୍ରକାଶ କରିଛନ୍ତି ।
ଏହି ବାରୁଣୀ ଯାତ୍ରା ସ୍ଥାନୀୟ ଏକ ବୃହତ ପର୍ବ ଭାବେ ପରିଚିତ । ଆଜିର ଦିନରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ବହୁ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଆସିଥାନ୍ତି । ଏହି ବାରୁଣୀ ଯାତ୍ରାରେ କୁନିକୁନି ପିଲା, ଯେଉଁ ମାନଙ୍କର ଡେରିରେ କଥା କହୁଥିବା ପିଲାମାନଙ୍କ ମାଆ ଓ ମାନସିକ ଧାରୀ ମାନେ ଦାଣ୍ଡ ପହଂରିବା ସହ ମୁଣ୍ଡ ଉପରେ କୁକୁଡ଼ା ଉଡାଇଥାନ୍ତି । ଏହା ଦ୍ବାରା ମାନସିକ ପୂରଣ ହୁଏ ବୋଲି ମାନସିକ ଧାରୀ ରିଙ୍କି ନାୟକ,ଝରଣା ବିଶ୍ୱାଳ ପ୍ରମୁଖ ପ୍ରକାଶ କରିଛନ୍ତି ।
କଥାରେ ଅଛି ବିଶ୍ୱାସେ ମିଳଇ ହରି, ତରକେ ବହୁ ଦୂର । ସେହି କ୍ରମରେ ଏହାରେ ମାନସିକ ଧାରୀ ମାନଙ୍କର ଭିଡ଼ ପରିଲକ୍ଷିତ ହୋଇଥାଏ । ତେବେ ସ୍ଥାନୀୟ ଅଞ୍ଚଳର ବହୁ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଏହି ବାରୁଣୀ ଯାତ୍ରାରେ ସାମିଲ ହେବା ସହିତ ମନସ୍କାମନା ପୂର୍ଣ୍ଣ ହୋଇ ଥାଏ ବୋଲି ବିଶ୍ଵାସ ରହିଛି ।