ଗତ କିଛିବର୍ଷ ଧରି ଆମ ଲାଇସତଇଳ ରେ ଦ୍ରୁତଗତିରେ ପରିବର୍ତନ ହୋଇ ଚାଲିଛି l ଏପରି ସ୍ଥିତିରେ ମହିଳା ମାନଙ୍କର ମଧ୍ୟରେ ଇନଫର୍ଟିଲିଟି ରେ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି l ଏହାର ମୁଖ୍ୟ କାରଣ ହେଉଛି ମହିଳା ମାନଙ୍କ ନିକଟରେ ଫାଇନାନସିଆଲ ଓ ଏଜୁକେଶନାଲ ଏକ୍ସପେକ୍ଟେସନ ବୋଲି କୁହାଯାଉଛି l ଆଜିର ସମୟରେ ଇନଫର୍ଟିଲିଟି ଅନେକ ଚିକିତ୍ସା ମଧ୍ୟରୁ IVF ର ସଫଳତା ର ସମ୍ଭାବନା ସବୁଠୁ ଅଧିକ ରହିଥାଏ l ତେଣୁ ଆଜି ମଧ୍ୟ IVF ମାଧ୍ୟମକୁ ଆପଣାଉଛନ୍ତି l
ଅନେକ ଦମ୍ପତି ବିଭିନ୍ନ କାରଣରୁ IVF ମାଧ୍ୟମକୁ ଆପଣାଉ ଛାନ୍ତି l ଅନେକ ସମୟରେ ଏହି ବିଷୟରେ ଦମ୍ପତି ଭାବି ଭାବି ରହି ଯାଆନ୍ତି, ଓ ନିଜର ମୂଲ୍ୟବାନ ସମୟ ନଷ୍ଟ କରି ଦିଅନ୍ତି l ତେଣୁ ଆଜିର ଆର୍ଟିକିଲ ରେ ଆମେ ଆସନ୍ତୁ ଜାଣିବା IVF ପ୍ରୋସେସ ବିଷୟରେ -:
– ଇନ୍ଫର୍ଟଲିଟି ରେ IUI, IVF କିମ୍ବା ICSI ଭଳି ଅନେକ ଉପାୟ ସାମିଲ ରହିଛି l ଏହିସବୁ ଫର୍ଟିଲିଟି ଏଭାଳୁଏସନ ଉପରେ ନିର୍ଭର କରିଥାଏ , କି ଆମେ କେଉଁ ଉପାୟନକ ଆପଣାଇବା l
– IVF ପ୍ରକ୍ରିୟା ଆରମ୍ଭ କରିବା ପୂର୍ବରୁ ଦମ୍ପତିଙ୍କୁ ଗବେଷକ ଙ୍କ ନିକଟରୁ ଏହାର ଲାଭ ଓ କ୍ଷତି ବିଷୟରେ ଜାଣିବା ନିହାତିଜରୁରୀ l ଏହାଛଡା ନିଜର ବିଚାର ବାରମ୍ବାର ବଦଳାଇବା ଉଚିତ ନୁହେଁ l କୌଣସି ନିଷ୍ପତି ନେବା ପୂର୍ବରୁ ନିଜର ବିଚାରରେ ସ୍ଥିର ରହିବା ଉଚିତ l ବେଳେବେଳେ ଏପରି ହୋଇଥାଏ ଯେ ଗର୍ଭ ଧାରଣ ପାଇଁ ପଜିଟିଭ ଥିଁକିଙ୍ଗ ସବୁଠୁ ଜରୁରୀ l ଯାହାକି ଆମକୁ ଗର୍ଭ ଧାରଣ କରିବାରେ ସାହାଯ୍ୟ କରିଥାଏ l
– ଉଚିତ ମାତ୍ରାରେ ଓଜନ ମଧ୍ୟ IVF ମାଧ୍ୟମରେ ଗର୍ଭଧାରଣ କରିବାର ଗୋଟିଏ ଉପଯୁକ୍ତ କାରଣ l ଅଧିକ ଓଜନ IVF ମାଧ୍ୟମରେ ଗର୍ଭଧାରଣ କରିବାରେ ବାଧା ସୃଷ୍ଟି କରିଥାଏ l ଏଥିପାଇଁ ଉଭୟ ଦମ୍ପତି ଏପରି କିଛି ଜିନିଷ ସେବନ କରିବା ଜରୁରୀ ଯାହା ତାଙ୍କୁ ମାତାପିତା ହେବାର ଷୋୖଭାଗ୍ୟ ଦେଇ ପାରିବ l ଗର୍ଭଧାରଣ ପାଇଁ ଗୋଟେ ସ୍ୱାସ୍ଥ୍ୟକର ଜୀବନଚର୍ଯ୍ୟା ଖୁବ ଜରୁରୀ ଅଟେ l
– IVF ମାଧ୍ୟମରେ ଗର୍ଭଧାରଣ ପାଇଁ ଉପଯୁକ୍ତ IVF ସେଣ୍ଟର ବାଛିବା ନିହାତି ଜରୁରୀ l ଏପରି ସେଣ୍ଟର ଯିଏକି ଆପଣଙ୍କୁ ଗୋଟିଏ ନିର୍ଦ୍ଧିଷ୍ଟ ନୀତି ନିୟମ ଦ୍ୱାରା ପ୍ରୋତ୍ସାହନ ଦେବ l
– ଯେତେବେଳେ ଆପଣ IVF ର ସାହାଯ୍ୟ ନେଉଛନ୍ତି ତେବେ ଆପଣଙ୍କୁ ସଫଳ ହେବାପାଇଁ ଆପଣଙ୍କ ଡାକ୍ତରଙ୍କ ଉପରେ ଭରସା କରିବା ଜରୁରୀ l ଏହି ପ୍ରକ୍ରିୟା ଖୁବ ଅଧିକ ପଇସାର ହୋଇଥିଲେ ସୁଦ୍ଧା ଏହାକୁ ଦମ୍ପତିମାନେ ଆପଣାଇବା ଖୁବ ଇଛା କରୁଛନ୍ତି l