ବାରିପଦା : ମହାରାଜା କୃଷ୍ଣଚନ୍ଦ୍ର ଉଚ୍ଚ ବଦ୍ୟାଳୟ ପରିସରରେ ଇସ୍କନ ମାୟାପୁର ତରଫରୁ ଶ୍ରୀମଦ୍ ଭଗବତ୍ ଗୀତା ପୁସ୍ତକ ବିନା ଦେୟରେ ବିଦ୍ୟାଳୟର ସମସ୍ତ ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ତଥା ଶିକ୍ଷକ,ଶିକ୍ଷୟିତ୍ରୀ ମାନଙ୍କୁ ପ୍ରଦାନ କରାଯାଇଛି । ୯୦୦ ପୃଷ୍ଠା ସମ୍ବଳିତ ଏହି ଗୀତାପୁସ୍ତକ ନିଶ୍ଚିତ ଭାବରେ ଛାତ୍ରଛାତ୍ରୀମାନଙ୍କ ପାଇଁ ଉପାଦେୟ ସାବ୍ୟସ୍ତ ହେବ । ଏହି ଅବସରରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଗୋବିନ୍ଦ ଚନ୍ଦ୍ର ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଆଧ୍ୟାତ୍ମିକ ଆଲୋଚନାଚକ୍ରକୁ ଶିକ୍ଷକ ଅମିତାଭ ମିଶ୍ର ପରି·ଳନା କରିଥିଲେ ।
ଶ୍ରୀଧାମ ମାୟାପୁର ସଂକୀର୍ତ୍ତନ ମଣ୍ଡଳୀ ସଂକୀର୍ତ୍ତନ କରି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । ଏହି ବଣ୍ଟନ କାର୍ଯ୍ୟକ୍ରମରେ ଗୌରଧାମ ଦାସ ବ୍ରହ୍ମ·ରୀ ଓ ବନମାଳୀ ମୁକନ୍ଦ ଦାସ ପ୍ରମୁଖ ବକ୍ତବ୍ୟ ଦେଇ ଛାତ୍ରଛାତ୍ରୀମାନଙ୍କୁ ଶ୍ରୀମଦ୍ ଭଗବତ୍ ଗୀତା ପାଠ ପଠନପୂର୍ବକ ନିଜକୁ ମହନୀୟ ଚିନ୍ତାଧାରାରେ ଗଢିତୋଳିବା ସହ ରାଷ୍ଟ୍ର ଗଠନରେ ସାମିଲ ହେବାପାଇଁ ପରାମର୍ଶ ଦେଇଥିବାବେଳେ ଶିକ୍ଷକ ପ୍ରଦୀପ ଦଣ୍ଡପାଟ, ଉପେନ୍ଦ୍ରନାଥ ବେହେରା, ବୈଜୟନ୍ତ ଦାସ, ମନୋଜ ପରିଡା ଓ ରାଜୀବ ଲୋଚନ ଜେନା ପ୍ରମୁଖ ପରି·ଳନାରେ ସହଯୋଗ କରିଥିଲେ । ଇସ୍କନ ମାୟାପୁରର ଏହି ମହନୀୟ କାର୍ଯ୍ୟପାଇଁ ବିଦ୍ୟାଳୟ ପରି·ଳନା କମିଟି, ପ୍ରଧାନଶିକ୍ଷକ ଓ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ତରଫରୁ କୃତଜ୍ଞତା ବ୍ୟକ୍ତ କରାଯାଇଛି ।