ଦୁବାଇ,୯ା୧୦(ଏଜେନ୍ସି): ଆଇପିଏଲ୍ର ୨୨ତମ ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ୬୯ ରନ୍ ବ୍ୟବଧାନରେ କିଙ୍ଗ୍ସ ଏକାଦଶ ପଞ୍ଜାବକୁ ହରାଇଛି । ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରିଥିବା ସନ୍ରାଇଜର୍ସ ନିର୍ଦ୍ଧାରିତ ଓଭରରେ ୬ ୱିକେଟ୍ ହରାଇ ୨୦୧ ରନ୍ କରିଥିଲା । ଜବାବରେ କିଙ୍ଗ୍ସ ଏକାଦଶ ପଞ୍ଜାବ ୧୬.୫ ଓଭରରେ ୧୩୨ ରନ୍ କରିବାକୁ ସମର୍ଥ ହୋଇଥିଲା । ୯୭ ରନ୍ର ବିସ୍ପୋରକ ଇନିଂସ ପାଇଁ ଜନୀ ବେୟାରଷ୍ଟୋଙ୍କୁ ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ କରାଯାଇଥିଲା । ୨୦୨ ରନ୍ର ବିଜୟଲକ୍ଷ୍ୟ କିଙ୍ଗ୍ସ ଏକାଦଶ ପଞ୍ଜାବ ଆରମ୍ଭରୁ ବୋଝ ଉପରେ ନଳିତା ବିଡା ପରି ହୋଇଥିଲା । ଦଳୀୟ ସ୍କୋର ୧୧ ରନ୍ ବେଳେ ଭଲ ଫର୍ମରେ ଥିବା ମୟଙ୍କ ଅଗ୍ରୱାଲ ୯ ରନ୍ କରି ରନ୍ ଆଉଟ୍ ହୋଇଥିଲେ । ୩୧ ରନ୍ ବେଳେ ପ୍ରଭାସୀମରନ୍ ସିଂ ୧୧ ରନ୍ କରି ପାଭିଲିୟନ୍ ଫେରିଥିଲେ ।
ଅଧିନାୟକ ଲୋକେସ ରାହୁଲ ୧୧ ଓ ନିକୋଲାସ ପୁରନ ୭୭ ରନ୍ କରିଥିବା ବେଳେ ଅନ୍ୟମାନେ ଦୁଇ ଅଙ୍କ ଛୁଇଁପାରିନଥିଲେ ।
Prev Post