Odisha news

ରାଇନାଙ୍କୁ ଟପିଲେ ଧୋନି

0

ଦୁବାଇ, ୨ା୧୦(ଏଜେନ୍ସି): ଚେନ୍ନାଇ ସୁପରକିଙ୍ଗସ୍‌ ଅଧିନାୟକ ମହେନ୍ଦ୍ର ସଂ ଧୋନି ଆଇପିଏଲରେ ଆଉ ଏକ କୀର୍ତ୍ତିମାନର ଅଧିକାରୀ ହୋଇଛନ୍ତି । ସେ ଆଇପିଏଲର ପ୍ରଥମ ଖେଳାଳି ଭାବେ ସର୍ବାଧିକ ମ୍ୟାଚ୍‌ ଖେଳିବାର ରେକର୍ଡ କରିଛନ୍ତି । ସନରାଇଜର୍ସ ବିପକ୍ଷରେ ଧୋନି ୧୯୪ତମ ମ୍ୟାଚ୍‌ ଖେଳି ସୁରେଶ ରାଇନା(୧୯୩ ମ୍ୟାଚ)ଙ୍କୁ ଅତିକ୍ରମ କରିଛନ୍ତି । ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା ୧୯୨ ମ୍ୟାଚ୍‌ , କୋଲକାତା ନାଇଟ୍‌ ରାଇଡର୍ସ ଅଧିନାୟକ ଦିନେଶ କାର୍ତ୍ତିକ ୧୮୫ ମ୍ୟାଚ ଏବଂ ରୟାଲ ଜାଲେଞ୍ଜର୍ସ ବାଙ୍ଗାଲୋର ଅଧିନାୟକ ବିରାଟ କୋହଲି (୧୮୦ ମ୍ୟାଚ) ଏହି ତାଲିକାର ୪ର୍ଥ ସ୍ଥାନରେ ଅଛନ୍ତି । ଏହି ସଫଳତା ପରେ ଧୋନିଙ୍କୁ ସୁଭେଚ୍ଛାର ସୁଅ ଛୁଟିଛି ।

Leave A Reply