ନୂଆଦିଲ୍ଲୀ,୨୧ା୯(ଏଜେନ୍ସି): ରବିବାର କିଙ୍ଗ୍ସଏକାଦଶ ପଞ୍ଜାବ ଦିଲ୍ଲୀ କ୍ୟାପିଟାଲ ମଧ୍ୟରେ ଏକ ରୋମାଞ୍ଚକର ମ୍ୟାଚ୍ ଖେଳାଯାଇଥିଲା । ଏଥିରେ ଅମ୍ପାୟାରଙ୍କ ଭୁଲ ଯୋଗୁଁ ମ୍ୟାଚ୍ ସୁପର ଓଭର ହୋଇଥିଲା । ଏହି ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ଜିତିଥିଲା । ସିଙ୍ଗଲ୍ ରନ୍ କ୍ଷେତ୍ରରେ ଭୁଲ ନିଷ୍ପତ୍ତି ଯୋଗୁଁ ପଞ୍ଜାବ ନିଶ୍ଚିତ ବିଜୟ
ମ୍ୟାଚ୍ରେ ପଛରେ ପଡିଯାଇଥିଲା । ଏଭଳି ଭୁଲ ପାଇଁ ପଞ୍ଜାବ ଦଳ ମ୍ୟାଚ୍ ରେଫରୀ ଜଭଗଲ ଶ୍ରୀନାଥଙ୍କୁ ଭୁଲର ତଦନ୍ତ କରିବା ପାଇଁ ଅଭିଯୋଗ କରିଛି । ଅମ୍ପାୟାରଙ୍କ ଭୁଲ ନିଷ୍ପତ୍ତି ଯୋଗୁଁ ଦଳ ହାରିଗଲା ବୋଲି ପଞ୍ଜାବ ଅଭିଯୋଗ କରିଛି । ଏହି ଛୋଟିଆ ଭୁଲ ପାଇଁ ପଞ୍ଜାବର ପ୍ଲେ ଅଫ୍ ଆଶା ଧୂଳିସାତ ହୋଇପାରେ । ଅମ୍ପାୟାରଙ୍କ ଭୁଲ ଯୋଗୁଁ ମ୍ୟାଚ୍ ସୁପର ଓଭରରେ ପହଞ୍ଚିଯାଇଥିଲା । ନଚେତ ପଞ୍ଜାବ ଦଳ ୧୯ତମ ଓଭରରେ ହିଁ ମ୍ୟାଚ୍ ଜିତି ସାରିଥିଲା । ମୟଙ୍କ ଅଗ୍ରୱାଲଙ୍କ ଏକ ସିଙ୍ଗଲ୍ସ ରନ୍ ବେଳେ ଅମ୍ପାୟାର ତାଙ୍କୁ ରନ୍ଆଉଟ୍ ଘୋଷିତ କରିଥିଲେ । ଫଳରେ ମ୍ୟାଚ୍ ମାତ୍ର ଗୋଟିଏ ରନ୍ ପାଇଁ ଟାଇ ରହିଯାଇଥିଲା । ତେଣୁ ମ୍ୟାଚ୍ର ଫଳାଫଳ ବାହାର କରିବା ପାଇଁ ସୁପରଓଭର ସହାୟତା ନିଆଯାଇଥିଲା । ଏଥିରେ ଦିଲ୍ଲୀ ବାଜି ମାରିଥିଲା । ଜୋର୍ଡାନଙ୍କ ଏହି ବିବାଦୀୟ ରନ୍ ଟିଭି ରିପ୍ଲେରେ ଦେଖାଗଲା । ସେତେବେଳେ ଜୋର୍ଡାନଙ୍କ ବ୍ୟାଟ କ୍ରିଜ୍ ବାହାରେ ଥିଲା । ଏକ
ପିଟିଆଇ ଖବର ଅନୁଯାଇ କିଙ୍ଗ୍ସଏକାଦଶ ପଞ୍ଜାବ ସିଇଓ ସତୀଶ ମେନନ କହିଛନ୍ତି ଯେ, ଅମ୍ପାୟାର ନୀତିନ ମେନନଙ୍କ ଭୁଲ ନିଷ୍ପତ୍ତି ହେତୁ ହାରିଗଲୁ । ଏହି ଛୋଟିଆ ଭୁଲ ପାଇଁ ଆମେ ପ୍ଲେ ଅଫ୍ରେ ସ୍ଥାନ ହାସଲ କରିବା କଷ୍ଟସାଧ୍ୟ ହେବ ।
Prev Post
Next Post