Odisha news

୩୦୦ କୋଟି ଟଙ୍କା ସଂଗ୍ରହ କରିବାକୁ ବିସିସିଆଇର ଆଶା

0

ମୁମ୍ବାଇ,୧୨ା୮(ଏଜେନ୍ସି): ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଚଳିତବର୍ଷ ଆଇପିଏଲ୍‌ରେ ୩୦୦ କୋଟି ଟଙ୍କା ସଂଗ୍ରହ କରିବାକୁ ଆଶା ରଖିଛି । ଅଂଶଦାରୀଙ୍କ ସଂଖା ୩ରୁ ୫କୁ ବୃଦ୍ଧି କରିବାକୁ ତାହୁଁଛି । ଦୁଇଟି ଅଂଶୀଦାରଙ୍କ ଠୁ ୮୦ କୋଟି ପାଇବାକୁ ବୋର୍ଡ ଆଶାକରିଛି । ଏହି ଅନୁଯାୟୀ ଭିଭୋ ଯିବ ପରେ ବିସିସିଆଇ ନୂଆ ଟାଇଟଲ ପ୍ରାୟୋଜକଙ୍କଠୁ ୩୦୦ କୋଟି ଟଙ୍କାର ଡିଲ କରିବାକୁ ଯାଇଛି । ଏହି ସପ୍ତାହର ଶେଷ ଭାଗରେ ବିସିସିଆଇ ଆଇପିଏଲ୍‌ ଟାଇଟଲ ପ୍ରାୟୋଜକ ଅଧିକାର ହାସଲ କରିଥିବା କମ୍ପାନୀ ନାମ ଘୋଷଣା କରିବ । ମିଳିଥିବା ସୂଚନା ଅନୁଯାୟୀ ଆମାଜନ୍‌, ବିଜୁଜ, ଡ୍ରିମ୍‌-୧୧ ତଥା ପତଞ୍ଜଳୀ ଟାଇଟଲ ପ୍ରାୟୋଜକ ହେବା ପାଇଁ ଆଶାୟୀଙ୍କ ଦୌଡ଼ରେ ଅଛନ୍ତି । ତେଣୁ ଏଥର କେବଳ ୪ ମାସ ପାଇଁ ବିସିସିଆଇ ଟାଇଟଲ ପ୍ରାୟୋଜକଙ୍କ ସହ ଚୁକ୍ତି କରିବ । ଚୀନ୍‌ର ମୋବାଇଲ ପ୍ରସ୍ତୁତକାରୀ କମ୍ପାନୀ ‘ଭିଭୋ’ ଆଇପିଏଲ୍‌ର ଟାଇଟଲ ପ୍ରାୟୋଜକ ବାବଦକୁ ବାର୍ଷିକ ୪୫୦କୋଟି ଟଙ୍କା ଦେଇଥାଏ । କରୋନା ମହାମାରୀ ଯୋଗୁଁ ପରିସ୍ଥିତି ଭୟଙ୍କର ଥିବାରୁ ଏହି ସଂସ୍କରଣରେ ଭିଭୋ ଟାଇଟଲ ପ୍ରାୟୋଜକ ରହିବ ନାହିଁ ବୋଲି ସ୍ପଷ୍ଟ କରିସାରିଛି । ୨୦୧୮ରେ ଭିଭୋ ଇଣ୍ଡିଆ ୫ ବର୍ଷ ପାଇ ଆଇପିଏଲ୍‌ ଟାଇଟଲ ପ୍ରାୟୋଜକ ଅଧିକାର ହାସଲ କରିଥିଲା । ଚୁକ୍ତି ଅନୁଯାୟୀ ବାର୍ଷିକ ୪୪୦ କୋଟି ଟଙ୍କା ଦେବାକୁ ଚୁକ୍ତି ହୋଇଥିଲା ।

Leave A Reply