Odisha news

ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଲା ଚେନ୍ନାଇ ସୁପର କିଙ୍ଗସ୍

0

ଚେନ୍ନାଇ: ଆଇପିଏଲ୍‌ର ୨୨ତମ ମ୍ୟାଚ୍‌ରେ ସୋମବାର ଚେନ୍ନାଇ ସୁପର କିଙ୍ଗସ୍ (ସିଏସ୍‌କେ) ଏବଂ କୋଲକାତା ନାଇଟ୍ ରାଇଡର୍ସ (କେକେଆର) ମଧ୍ୟରେ କଡ଼ା ମୁକାବିଲା ହେଉଛି। ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଟସ୍ ଜିତି ଚେନ୍ନାଇ ସୁପର କିଙ୍ଗସ୍ ଅଧିନାୟକ ଋତୁରାଜ ଗାଏକ୍ବାଡ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। କୋଲକାତା ନାଇଟ୍ ରାଇଡର୍ସ ଅଧିନାୟକ ଶ୍ରେୟଶ ଆୟରଙ୍କ ନେତୃତ୍ବରେ ଦଳ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଛି।

 

ଚେନ୍ନାଇ ସୁପର କିଙ୍ଗସ୍ ପ୍ଲେଇଙ୍ଗ ୧୧‌ରେ ଋତୁରାଜ ଗାଇକୱାଡ (ଅଧିନାୟକ), ରଚିନ୍ ରବିନ୍ଦ୍ର, ଅଜିଙ୍କ୍ୟ ରାହାନେ, ଡାରିଲ ମିଚେଲ, ସମୀର ରିଜଭି, ରବିନ୍ଦ୍ର ଜାଡେଜା, ଏମଏସ ଧୋନି (ୱିକେଟ୍ କିପର), ଶାର୍ଦ୍ଦୁଲ ଠାକୁର, ମୁସ୍ତାଫିଜୁର ରହମାନ, ତୁଷାର ଦେଶପାଣ୍ଡେ, ମହିଷ ଥାକଶାନା ରହିଛନ୍ତି।

 

ସେହିପରି କୋଲକାତା ନାଇଟ୍ ରାଇଡର୍ସ ପ୍ଲେଇଙ୍ଗ ୧୧‌ରେ ଫିଲିପ ସଲ୍ଟ (ୱିକେଟ୍ କିପର), ସୁନୀଲ ନାରିନ, ଭେଙ୍କଟେଶ ଆୟର, ଶ୍ରେୟଶ ଆୟର (ଅଧିନାୟକ), ଅଙ୍କକ୍ରିଶ ରଘୁବଂଶୀ ଆଣ୍ଡ୍ରେ ରସେଲ, ରିଙ୍କୁ ସିଂ, ରମଣଦୀପ ସିଂ, ମିଚେଲ ଷ୍ଟାର୍କ, ବୈଭବ ଆରୋରା, ବରୁଣ ଚକ୍ରବର୍ତ୍ତୀ ରହିଛନ୍ତି।

 

 

Nalco
Leave A Reply