Odisha news

ଆଇ.ପି.ଏଲ. କ୍ରିକେଟ ବେଟିଙ୍ଗ ଚଢ଼ାଉ, ବିପୁଳ ସାମଗ୍ରୀ ଏବଂ ପାଞ୍ଚ ଅଭିଯୁକ୍ତ ଙ୍କୁ ଗିରଫ।

0
ନୂଆପଡ଼ା-୧୨/୪ : ନୂଆପଡା ଜିଲ୍ଲା ଖରିଆର ରୋଡ଼ ସହର ରାମ ମନ୍ଦିର ନିକଟସ୍ଥ ଏକ ଘରକୁ ଜୋଙ୍କ ଥାନା ଏଏସଆଇ  ଅରବିନ୍ଦ ମେହେର ତାଙ୍କ ସହକର୍ମୀଙ୍କ ସହ ଚଢ଼ାଉ କରିଥିଲେ। ଘଟଣା ସ୍ଥଳରେ ଆଇପିଏଲ କ୍ରିକେଟ ବେଟିଙ୍ଗ ଚଳୁଥିବା ଦେଖିବାକୁ ପାଇଥିଲେ। କୋଠରି ଭିତରେ ୨୧ ଗୋଟି ଏଣ୍ଡ୍ରଏଡ୍ ମୋବାଇଲ ଫୋନ ,୪ ଗୋଟି ଲେପଟପ, ବିଭିନ୍ନ ବ୍ୟାଙ୍କ ର ୧୫ ଗୋଟି ଏଟିଏମ କାର୍ଡ, ୧୦ ଗୋଟି ଚେକ ବହି, ୫ ଗୋଟି ପାସ ବହି,ଗୋଟିଏ ଗାଡି ଚାଳକ ଲାଇସେନ୍ସ, ଗୋଟିଏ ଆଧାର କାର୍ଡ, ଦୁଇ ଗୋଟି ଏୟାର ବେଗ ଜବତ ହୋଇଅଛି। ଆଜି ଜୋଙ୍କ ଥାନାରେ ଏକ ସାମ୍ବାଦିକ ସମ୍ମିଳନୀ ରେ ପୋଲିସ ଆରକ୍ଷୀ ଅଧିକ୍ଷକ ରାଘବେନ୍ଦ୍ର ରେଡି ପ୍ରକାଶ କରିଛନ୍ତି। ଅଭିଯୁକ୍ତ ମାନେ ପଡୋଶୀ  ଛତିଶଗଡ଼ରାଜ୍ୟ ର ରାୟପୁର, ବେମତରା, ରାଜନାନ୍ଦଗାଁ ବୋଲି ଜଣାପଡିଛି। ଏହି ସମ୍ମିଳନୀରେ ଖରିଆର ରୋଡ଼ ଥାନା ଅଧିକାରୀ କୈଳାସ ଚନ୍ଦ୍ର ସେଠି,ଥାନା କର୍ମଚାରୀ ମାନେ ଯୋଗ ଦେଇଥିଲେ। ଅଭିଯୁକ୍ତଙ୍କୁ କୋର୍ଟ ଚଳାନ କରିଛନ୍ତି।
Leave A Reply