ବ୍ରହ୍ମପୁର ବୁଢୀ ଠାକୁରାଣୀ ଯାତ୍ରା ପ୍ରବଳ ଉସ୍ଛବ ମୁଖର ହୋଇ ଉଠିଛି
ବ୍ରହ୍ମପୁର : ଆଜି ୯`ମ ଦିନ ହେଉ ଥିବା ରୁ ମାନସିକ ଧାରୀ ଭକ୍ତଙ୍କ ବିଭିନ୍ନ ବେଶ ଧାରଣ କରି ମା ଙ୍କୁ ଦର୍ଶନ କରୁ ଥିବା ବେଳେ ପ୍ରଭୁ କୃପା ଲାଭ କରିବା ପାଇଁ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି।ବିଶ୍ବପ୍ରସିଦ୍ଧ ଏହି ଠାକୁରାଣୀ ଯାତ୍ରାରେ ମା ହଜାର ହଜାର ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ନଗର ପରିକ୍ରମା କରି ବା ପାଇଁ ଆଜି ଦେଶୀ ବେହେରା ସାହି ସ୍ଥିତ ଅସ୍ଥାୟୀ ମଣ୍ଡପ ଠାରୁ ବାହାରି ରଜାଗୋର୍ଜି ମହୁରୀ ରାଜବାଟି ଠାରେ ମା ପୂଜା ଅର୍ଚ୍ଚନା ପରେ ଆରତି କରାଯାଇଥିଲା। ପରେ ଚାଇନା ବଜାର,ସାନ୍ତାରାଣି ସାହି ପରେ ଲାଲା ସାହି ରେ କଳା କୁଞ୍ଜ କୁ ନିମନ୍ତ୍ରଣ କରାଯାଇଥିଲା। ପରେ ବନ୍ଧ ସାହିରୁ କପିଳେଶ୍ବର ପେଟା ଠାରେ କଳାକୁଞ୍ଜକୁ ନିମନ୍ତ୍ରଣ କରି ଥିଲେ।
ପରେ ବାଲାଜୀ ପେଣ୍ଠ ଗୌଡ ରେ କୃଷ୍ଣ ରଥକୁ ନିମନ୍ତ୍ରଣ କରାଯାଇ ଥିଲା। ପୁଣି ବାଲାଜୀ ପେଣ୍ଠ ସାହିରେ ଇଶ୍ବର ରଥ,କୁମ୍ଭାର ସାହି ରେ ମହାଲକ୍ଷ୍ମୀ ରଥ କୁ ନିମନ୍ତ୍ରଣ କରି କେଉଟ ସାହି ଦେଇ ଅସ୍ଥାୟୀ ମନ୍ଦିର କୁ ଫେରି ଥିଲେ ବୋଲି ଯାତ୍ରା ପରିଚାଳକ ପି ଦୁର୍ଗା ପ୍ରସାଦ ଦେଶୀ ବେହେରା ସୂଚନା ଦେଇଛନ୍ତି। ପ୍ରତି ଦୁଇ ବର୍ଷ କୁ ଥରେ ଅନୁଷ୍ଠିତ ହେଉ ଥୀବା ଏହି ଯାତ୍ରା ରେ ମା ଙ୍କୁ ଦର୍ଶନ କଲେ ମାନସିକ ପୁରଣ ହୋଇ ଥାଏ ବୋଲି ସମସ୍ତ ଙ୍କ ବିଶ୍ୱାସ ରହିଛି। ତେଣୁ ଏହି ଯାତ୍ରାକୁ ଦେଖିବା ପାଇଁ ବ୍ରହ୍ମପୁର ସହର ସମେତ ଗଞ୍ଜାମ ଜିଲ୍ଲାର ଆଖପାଖ ଅଞ୍ଚଳର ବହୁ ମାନସିକ ଧାରୀ ଭକ୍ତ ଓ ଜନସାଧାରଣ ଦର୍ଶନ କରିବା ପାଇଁ ଆସିଥିବା ବେଳେ ଆଜି ଅସ୍ଥାୟୀ ମଣ୍ଡପ ଠାରେ ମା ଙ୍କ ଦର୍ଶନ କରିବା ପାଇଁ ଭକ୍ତଙ୍କ ଭିଡ ସକାଳୁ ସଂନ୍ଧ୍ୟା ପର୍ଯ୍ୟନ୍ତ ପ୍ରବଳ ଭିଡ ଦେଖିବାକୁ ମିଳିଛି।