Odisha news

ଆଇପିଏଲ ୨୦୨୨ ; ଲକ୍ଷ୍ନୌ ଆଗରେ ୧୫୦ ରନର ବିଜୟ ଲକ୍ଷ୍ୟ ରଖିଛି ଦିଲ୍ଲୀ

0

ମୁମ୍ବାଇ : ସ୍ଥାନୀୟ ଡଃ.ଡି.ଓ୍ବାଇ.ପାଟିଲ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୨ର ୧୬ତମ ମ୍ୟାଚରେ ଲକ୍ଷ୍ନୌ ଆଗରେ ୧୫୦ ରନର ବିଜୟ ଲକ୍ଷ୍ୟ ରଖିଛି ଦିଲ୍ଲୀ ।

ଏହି ମ୍ୟାଚରେ ଲକ୍ଷ୍ନୌ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୩ ଓ୍ବିକେଟ ହରାଇ ୧୪୯ ରନ କରିଥିଲା । ଦିଲ୍ଲୀ ପକ୍ଷରୁ ପୃଥିବୀ ଶ ସର୍ବାଧିକ ୬୧ ରନ କରିଥିବାବେଳେ ଋଷଭ ପନ୍ତ ୩୯ ରନ ଓ ସରପରାଜ ଖାଁ ୩୬ ରନ କରିଥିଲେ । ତେବେ ଆଜି ଦିଲ୍ଲୀ ପାଇଁ ପ୍ରଥମ ମ୍ୟାଚ ଖେଳୁଥିବା ଅଷ୍ଟ୍ରେଲୀୟ ଖେଳାଳି ଡେଭିଡ୍ ଓ୍ବାର୍ନର ମାକ୍ର ୪ରନ କରିଥିଲେ । ସେହିପରି ରୋଭମାନ ପାଓ୍ବେଲ ବି ମାତ୍ର ୩ ରନ କରି ଆଉଟ ହୋଇଥିଲେ । ଲକ୍ଷ୍ନୌ ପକ୍ଷରୁ ରବି ବିଷ୍ଣୋଇ ୨ଟି ଓ କ୍ରିଷ୍ଣାପ୍ପା ଗୋଥାମ ଗୋଟିଏ ଓ୍ବିକେଟ ନେଇଥିଲେ ।

ଚଳିତ ଆଇପିଏଲରେ ଦିଲ୍ଲୀ ଏପର୍ଯ୍ୟନ୍ତ ୨ଟି ମ୍ୟାଚ ଖେଳି ଗୋଟିଏ ବିଜୟ ସହ ୨ ପଏଣ୍ଟ ପାଇଛି । ଅନ୍ୟପକ୍ଷରେ ଲକ୍ଷ୍ନୌ ୩ଟି ମ୍ୟାଚ ଖେଳି ୨ଟି ବିଜୟ ସହ ୪ ପଏଣ୍ଟ ପାଇଛି ।

 

Leave A Reply