ନୂଆଦିଲ୍ଲୀ, ୧୬ା୯ (ଏଜେନ୍ସି) : ଆଇପିଏଲ୍ ନିମନ୍ତେ ଅମ୍ପାୟାର୍ ଓ ରେଫରୀଙ୍କୁ କରୋନା ଟେଷ୍ଟ କରାଯାଇଛି । ଏହି ପରୀକ୍ଷାରେ ୧୨ ଜଣ ଭାରତୀୟ ତଥା ୩ଜଣ ବିଦେଶୀ ଅମ୍ପାୟାର ଏବଂ ୫ଜଣ ଭାରତୀୟ ମ୍ୟାଚ୍ ରେଫରୀଙ୍କ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଛି । କ୍ୱାରାଣ୍ଟାଇନ୍ ପ୍ରୋଟୋକୋଲ ଅନୁଯାୟୀ ଏକାନ୍ତବାସ ସମୟରେ ଏମାନେ କମ୍ ହିନ୍ଦୀ ଫିଲ୍ମ ଦେଖିପାରିବେ । ସମସ୍ତ ଅମ୍ପାୟାର ଓ ମ୍ୟାଚ୍ ରେଫରୀ ଆଗାମୀ ୧୯ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଆଇପିଏଲ୍ ତ୍ରୟୋଦଶ ସଂସ୍କରଣରେ ସାମିଲ ହେବେ । କ୍ୱାରାଣ୍ଟାଇନ୍ ସମୟର ପ୍ରଥମ, ତୃତୀୟ ଓ ପଞ୍ଚମ ଦିନ ସେମାନଙ୍କ କରୋନା ଟେଷ୍ଟ କରାଯାଇଥିଲା । ସବୁଥର ରିପୋର୍ଟ ନେଗେଟିଭ୍ ଆସିଛି ବୋଲି ବିସିସିଆଇ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଆଇପିଏଲ୍-୧୩ର ସମସ୍ତ ମ୍ୟାଚ୍ ଆବୁଧାବୀ, ଦୁବାଇ ଓ ସାରଝାରେ ଖେଳାଯିବ । ନଭେମ୍ବର ୩ ତାରିଖ ପର୍ଯ୍ୟନ୍ତ ଲିଗ୍ ପର୍ଯ୍ୟାୟର ମୋଟ ୫୬ଟି ମ୍ୟାଚ୍ ଅନୁଷ୍ଠିତ ହେବ । ସେହିଭଳି ନଭେମ୍ବର ୧୦ ପର୍ଯ୍ୟନ୍ତ ୪ଟି ପ୍ଲେ-ଅଫ୍ସ ମ୍ୟାଚ୍ ତଥା ଫାଇନାଲ୍ ଖେଳାଯିବ ।
ଭାରତୀୟ ଅମ୍ପାୟାର : ଅନୀଲ ଚୌଧୁରୀ, ସି.ସାମ୍ସୁଦ୍ଦିନ, ବୀରେନ୍ଦ୍ର ଶର୍ମା, କେଏନ୍ ଅନନ୍ତ ପଦ୍ମନାଭନ, ନୀତିନ ମେନନ୍, ଏସ୍. ରବି, ବିନିତ୍ କୁଲକର୍ଣ୍ଣି, ଯଶୱନ୍ତ ବରଡେ, ଉଲ୍ଲାସ ଗାନ୍ଧେ, ଅନୀଲ ଦଣ୍ଡେକର, କେ. ଶ୍ରୀନିବାସନ ଏବଂ ପଶ୍ଚିମ ପାଠକ ।
ବିଦେଶୀ ଅମ୍ପାୟାର : ରିଚାର୍ଡ ଲିଙ୍ଗୱର୍ଥ (ଇଂଲଣ୍ଡ), ପଲ୍ ରେଫିଲ୍ (ଅଷ୍ଟ୍ରେଲିଆ),
ଖ୍ରୀଷ୍ଟୋଫର୍ ଗାଫିନ୍ (ନୁ୍ୟଜିଲାଣ୍ଡ) । ମ୍ୟାଚ୍ ରେଫରୀ (ଭାରତ) : ଜଭଗଲ ଶ୍ରୀନାଥ, ମନୁ ନାଏର, ଭି. ନାରାୟଣ କୁଟି, ଶକ୍ତି ସିଂ ଏବଂ ପ୍ରକାଶ ଭଟ୍ଟ ।
