ତା୧୩ ଅଗଷ୍ଟ ଶନିବାର ଆଳି ଜାଭିୟର ଇଇଣ୍ଟର ନେସନାଲ ସ୍କୁଲରେ ଅଳଙ୍କରଣ ସମାରୋହ ର ଆୟୋଜନ କରାଯାଇଥିଲା । ଶୁଭ ଲକ୍ଷ୍ମୀ ବେହେରା ,ଅର୍ପିତ ରାୟରାଅମ୍ରିତା ରାଉତ ସ୍ଵାଗତ ସଙ୍ଗୀତ ଗାନ କରିଥିଲେ। ଆୟୋଜିକା ଶ୍ବେତପ୍ରଜ୍ଞା ନାଟିଆ ଓ ଉଦଘୋଷକ ରୂପେ ଅଲିଭା ଦାସ କାର୍ଯ୍ୟ ପରିଚାଳନା କରିଥିଲେ । ଉକ୍ତ ସଭାରେ ସ୍କୁଲ ପ୍ରିନସପାଲ ଶ୍ରୀ ଯୁକ୍ତ ବନମାଳୀ ପାଣି ସଭାପତି ଓ , ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦାନ କରିଥିଲେ । ବୈଶାଖି ପଣ୍ଡା ହେଡଗର୍ଲ, ବିଶ୍ବରଂଜନ ମହାନ୍ତି ହେଡବୟ , ଅଙ୍କିତା ଧଳ ଏକାଡେମୀ କ୍ୟାପଟେନ, ବାସୁଦେବ ପଣ୍ଡା ଏକାଡେମୀ ଭାଇସ କ୍ୟାପଟେନ ରୂପେ କାର୍ଯ୍ୟ ଭାର ଗ୍ରହଣ କରିଥିଲେ ।
ପ୍ରିୟଙ୍କା ମହାନ୍ତି ରେଡ୍ ହାଉସ କ୍ୟାପଟେନ , ବ୍ଲ୍ୟୁ ହାଉସ୍ କ୍ୟାପଟେନ ସୁମିତ ପାତ୍ର ,ୟଲୋ ହାଉସ୍ କ୍ୟାପଟେନ ସ୍ମୃତି ସ୍ମରଣିକା ମଲ୍ଲିକ , ଗ୍ରୀନ ହାଉସ୍ କ୍ୟାପଟେନ ଋତୁ ରାଜ ବିଶ୍ବାଳ ଙ୍କୁବ୍ୟାଚ ପ୍ରଦାନ କରାଯାଇଥିଲା । ରେଡ୍ ହାଉସ୍ ମିଷ୍ଟେସ ସ୍ଵପ୍ନା ଶୁଭଦର୍ଶନୀ ପ୍ରଧାନ, ବ୍ଲୁ ହାଉସ୍ ମିଷ୍ଟେସ ସଂଘମିତ୍ରା ବାରିକ୍ , ଗ୍ରୀନ ହାଉସ୍ ମିଷ୍ଟେସ ଟି.ଆରସି ୟଲୋ ହାଉସ୍ ମାଷ୍ଟର ଅକ୍ଷୟ କୁମାର ପଣ୍ଡା ଆଦି ନିଜନିଜ ନିଜ ହାଉସ୍ ଦାୟିତ୍ବବହନ କରିଥିଲେ । ଷ୍ଟେଜ ଡେକୋରେସନ ଶ୍ରଦ୍ଧାଞ୍ଜଳି ବିଶ୍ବାଳ ଓ ଶ୍ରଦ୍ଧାଞ୍ଜଳି ଦାଶ କରିଥିଲେ । ପରିଶେଷରେ ଅକ୍ଷୟ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।