Odisha news

ଯୋଗଃ କର୍ମସୁ କୌଶଳଂ

0

ପ୍ରଫେସର ଡାକ୍ତର ଉମେଶ ଚନ୍ଦ୍ର ପାତ୍ର : ଶ୍ରୀମଦ୍ ଭଗବତ୍ ଗୀତାର ଦ୍ୱିତୀୟ ଅଧ୍ୟାୟରେ ଭଗବାନ ଶ୍ରୀକୃଷ୍ଣ ଭକ୍ତ ଅର୍ଜ୍ଜୁନଙ୍କୁ କହିଛନ୍ତି – କର୍ମର ଯେ ସୁ କୌଶଳ ଯୋଗ ବୋଲେ ତାହା, ଗୁରୁ ସମୀପରୁ ନର ଜାଣିପାରେ ଏହା । ଏହି ପ୍ରସଙ୍ଗରେ ଯୁଗପୁରୁଷୋତ୍ତମ ଭଗବାନ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ର ତାଙ୍କର ସ୍ୱହସ୍ତ ଲିଖିତ ପବିତ୍ର ସତ୍ୟାନୁସରଣରେ ପ୍ରକାଶ କଲେ – କୌଣସି କିଛିରେ ଯୁକ୍ତହେବା ବା ଏକମୁଖୀ ଆସକ୍ତିର ନାମ ହିଁ ଯୋଗ ।

ତୁମେ ଯଦି ଯୋଗୀ ହେବାକୁ ଚାହଁ, ତାହାହେଲେ ତୁମକୁ କୌଣସି ଆଦର୍ଶ, ସଦ୍ଗୁରୁ ବା ପ୍ରିୟପରମଙ୍କ ସହିତ ଭଲପାଇବା ବା ଆସକ୍ତି ମାଧ୍ୟମରେ ଏପରି ଭାବରେ ଯୁକ୍ତ ହେବାକୁ ହେବ ଯାହାଫଳରେ ତୁମେ ସର୍ବଦା ଓ ସର୍ବତୋଭାବେ ଏକ ଗଭୀର ତୃପ୍ତି ନେଇ ଚାଲିପାରିବ ବା ରହିପାରିବ – ତୁମର ଇଷ୍ଟ-ଗୁରୁ ଅକ୍ଷୁର୍ଣ୍ଣ ବା ଅତୁଟ ଥିଲେ ଦୁନିଆରେ ଆଉ ତୁମର କୌଣସି ପ୍ରୟୋଜନ ନାହିଁ, ଠିକ୍ ଏହିପରି ଭାବରେ ଚାଲିବାକୁ ହେବ ।

ଆଉ ଏହା ସହିତ ଗୁରୁଙ୍କର ଇଛା ଓ ଚାହିଦାର ପରିପୂରଣ କରି ତାଙ୍କୁ ତୁଷ୍ଟ ଓ ପୁଷ୍ଟ କରିବାର ସନ୍ଦୀପ୍ତମୟୀ ଚାହିଦା ଦାଉ ଦାଉ କରି ଜଳିଉଠିବ ତୁମ ଅନ୍ତରରେ, ଯାହାଫଳରେ କର୍ମରେ ତାର ବାସ୍ତବ ରୂପରେଖ ନଦେଇ ତୁମେ ଟିକିଏ ମାତ୍ର ଶାନ୍ତିରେ ରହିପାରିବନାହିଁ । ଆଉ ଏହିଠାରୁ ହିଁ କର୍ମର କଳକୌଶଳ, ପାରିପାଶ୍ୱିର୍କ ନିୟନ୍ତ୍ରଣ ଓ ପରିପୂରଣ ତୁମର ଚିନ୍ତା ଓ ଚରିତ୍ରରେ ଫୁଟି ଉଠି ତୁମକୁ ତଦନୁପାତିକ ଉଦ୍ଭାସିତ କରି ଉଠାଇବ ।

ଏଥିପାଇଁ କୁହାଯାଇଛି ଯୋଗଃ କର୍ମସୁ କୌଶଳଂ । ପୁନର୍ବାର ଜଗତ୍ଗୁରୁ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ର ପ୍ରକାଶ କଲେ – ଯୋଗଯୁକ୍ତ ନଥିଲେ କର୍ମର କୌଶଳ ଜାଣି ହୁଏନାହିଁ । କୌଣସି କିଛି ସୁଷ୍ଠୁ ଭାବରେ କରିବାକୁ ଗଲେ ମନରେ ଯେଉଁ ଏକାଗ୍ରତା ଓ ସୌନ୍ଦର୍ଯ୍ୟ ଦରକାର ତାହା ପାଇଁ ଆବଶ୍ୟକ ପ୍ରେଷ୍ଠନିଶା । ତେଣୁ ନିଷ୍ଠାବାନ ହୋଇ କର୍ମ କୌଶଳ ଆୟତ୍ତ କରିବା ଦରକାର । ଚିର ଅଭ୍ରାନ୍ତ ପୁରୁଷ ଯିଏ ତାଙ୍କ ସହିତ ଅଚୁ୍ୟତ ଭଲ ପାଇବା ସହିତ ଯୋଗ ଯୁକ୍ତ ହୋଇ ରହିଲେ ମନୁଷ୍ୟର ବୁଦ୍ଧି, ବିବେଚନା, ଚଳନ, କଥାବାର୍ତ୍ତା, ଆଚାର-ବ୍ୟବହାର, କର୍ମ ପଦ୍ଧତି ସବୁ ଆପେ ଆପେ ଠିକ୍ ହୋଇଆସେ । ଭକ୍ତିଯୋଗ, କର୍ମଯୋଗ ଓ ଜ୍ଞାନଯୋଗ ଇତ୍ୟାଦି ସବୁ ଭିତରେ ମୂଳ ଜିନିଷ ହେଉଛି ଭକ୍ତି ବା ଅନୁରାଗ । ଯାହାଙ୍କୁ ଭଲ ପାଉ ତାଙ୍କୁ ତୁଷ୍ଟ କରିବାର ପ୍ରବୃତ୍ତି ହୁଏ । ଏହିଠାରୁ ହିଁ ଆସେ କର୍ମ ଓ କର୍ମରୁ ଆସେ ଜ୍ଞାନ ।

ତେଣୁ ଏସବୁ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ଭକ୍ତି ଓ ଅନୁରାଗ ହେଉଛି ଜୀବନର ଅସଲ ସମ୍ପଦ । ଆକାଶର କାଳ୍ପନିକ ଭଗବାନଙ୍କ ଠାରେ ଅନୁରାଗ ହେଲେ ଚଳିବ ନାହିଁ, ଆବଶ୍ୟକ ସଦ୍ଗୁରୁ, ତାଙ୍କ ଠାରେ ଯୋଗଯୁକ୍ତ ହେଲେ ମନୁଷ୍ୟ ଭିତରେ ନିୟନ୍ତ୍ରଣ, ସାମଞ୍ଜସ୍ୟ, ସମାଧାନ, ଜ୍ଞାନ ଓ ପ୍ରଜ୍ଞାର ଉଦୟ ହୁଏ । ଭକ୍ତକବି ମଧୁସୂଦନ ରାଓଙ୍କ ଲିଖିତ – ନିଃଶବେ୍ଦ ଜୀବନ ସ୍ରୋତ ଧାଉଁଛି କିପରି ଭେଟିବାକୁ ମୃତୁ୍ୟସିନ୍ଧୁ କରାଳ ଲହରୀ । ଭଗବାନ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ର ଦୃଢ଼ କଣ୍ଠରେ ଉଦ୍ଘୋଷଣା କଲେ – ମରନା, ମାରନା, ଯଦିପାର ମୃତୁ୍ୟକୁ ଅବଲୁପ୍ତ କର । ଏହି ପ୍ରସଙ୍ଗରେ ଭକ୍ତଜନଙ୍କ ଆକୁଳ ପ୍ରାର୍ଥନାରେ ଭକ୍ତ ବତ୍ସଳ ଶ୍ରୀ ଶ୍ରୀ ଠାକୁର ବୁଝାଇ କହିଲେ – ମୃତୁ୍ୟ ସମୟରେ ସମଗ୍ର ଜୀବନର କାର୍ଯ୍ୟକଳାପ ଚଳଚ୍ଚିତ୍ର ପରି ଭାସିଉଠେÿ ଆମ ସମ୍ମୁଖରେ ଭଲମନ୍ଦ ସବୁକିଛି, ଯାହାକୁ କୁହାଯାଏ ଚିତ୍ରଗୁପ୍ତ ପାଞ୍ଜି । ଭଲକଥା ଦୃଶ୍ୟ ହେଲେ ମନ ଆନନ୍ଦିତ ହୁଏ ଏବଂ ମୁହଁରେ ସରସତାର ଚିହ୍ନ ଫୁଟି ଉଠେ । ଖରାପ କାମ କରୁଥିବା ଦେଖିଲେ ଭଲ ଲାଗେନାହିଁ ।

ତେଣୁ ସେହିପରି ବିକୃତ ଭାବର ଚିହ୍ନ ମୁହଁରେ ଫୁଟିଉଠେ । ଏଗୁଡ଼ିକ ଶେଷ ହୋଇଗଲା ପରେ ପ୍ରଚଣ୍ଡ ଶବ୍ଦ ଢ଼ଂ ଢ଼ଂ ଢ଼ଂ ହୋଇ ଶୁଣାଯାଏ, ଯାହାକୁ କୁହନ୍ତି ମୃତୁ୍ୟ ଘଣ୍ଟା । ତାପରେ ସବୁ ଅନ୍ଧକାର । ଅନ୍ଧକାର ଅଜଣା ମଧ୍ୟରେ ଭୟ ପାଇଯିବ ଆତ୍ମା । କୁଆଡ଼େ ଯିବ? ଯଦି ମଣିଷ ଜୀବନ କାଳ ମଧ୍ୟରେ ଇଷ୍ଟଯୁକ୍ତ ବା ଗୁରୁଯୁକ୍ତ ଓ ଯୋଗଯୁକ୍ତ ହୋଇଥିବ, ତାଙ୍କ ପଥରେ ନିଷ୍ଠା ଓ ବିଶ୍ୱାସର ସହିତ ଚାଲିଥିବ, ଧ୍ୟାନରେ ତାଙ୍କୁ ଦେଖିଥିବ, ତେବେ ସେହି ଭୟଙ୍କର ସମୟରେ ମଧ୍ୟ ସ୍ନିଗ୍ଧ ଆଲୋକ ଦୃଶ୍ୟ ହେବ ଏବଂ ତା ମଧ୍ୟରେ ଆର୍ବିଭୂତ ହେବେ ଇଷ୍ଟଗୁରୁ ପୁରୁଷୋତ୍ତମ । ସେ ଆତ୍ମାର ହାତଧରି ନେଇଯିବେ ଅଜଣା ପଥରେ, ତାପରେ ତାର କର୍ମ ଅନୁସାରେ ରହିବାର ସ୍ଥାନଦେବେ ଅର୍ଥାତ୍ ତାର ପୁର୍ନଜନ୍ମ ହେବ । ଏହା ହିଁ ମୃତୁ୍ୟସିନ୍ଧୁ ପାର ହେବାର ରହସ୍ୟ । ଆତ୍ମହ

Leave A Reply