Odisha news

ସେଲ ରାଉରକେଲା ଇସ୍ପାତ କାରଖାନାର ଆଭ୍ୟନ୍ତରୀଣ ଅନଲାଇନ ପ୍ରୋସେସିଂ ସିଷ୍ଟମ ଓ ନୂତନ ପୋର୍ଟାଲ ସିଇଓଙ୍କ ଦ୍ଵାରା ଶୁଭାରମ୍ଭ

0

  

ସେଲ ରାଉରକେଲା ଇସ୍ପାତ କାରଖାନାର ଆଭ୍ୟନ୍ତରୀଣ ଅନଲାଇନ ପ୍ରୋସେସିଂ ସିଷ୍ଟମ ଓ ନୂତନ ପୋର୍ଟାଲକୁ ସିଇଓ, ଶ୍ରୀ ଦୀପକ ଚଟ୍ଟରାଜ ଜୁଲାଇ ୧୫ ତାରିଖରେ ସିଇଓଙ୍କ ସମ୍ମେଳନ କକ୍ଷଠାରେ ଅନୁଷ୍ଠିତ ଏକ ଉତ୍ସବରେ ଶୁଭାରମ୍ଭ କରିଥିଲେ।  ଏହି ଅବସରରେ କାର୍ଯ୍ୟ ବିଭାଗର ନିର୍ବାହୀ ନିର୍ଦ୍ଦେଶକ, ଶ୍ରୀ ପି କେ ଦାସ, କାର୍ମିକ ଓ ପ୍ରଶାସନ ବିଭାଗର ନିର୍ବାହୀ ନିର୍ଦ୍ଦେଶକ, ଶ୍ରୀ ରାଜବୀର ସିଂହ, ସାମଗ୍ରୀ ପରିଚାଳନା ବିଭାଗର ନିର୍ବାହୀ ନିର୍ଦ୍ଦେଶକ, ଶ୍ରୀ ଦିଲ୍ଲୀପ କୁମାର ମହାପାତ୍ର, ପ୍ରକଳ୍ପ ବିଭାଗର ନିର୍ବାହୀ ନିର୍ଦ୍ଦେଶକ, ଶ୍ରୀ ପଙ୍କଜ କୁମାର, ବିତ୍ତ ଓ ଲେଖା ବିଭାଗର ମୁଖ୍ୟ ମହାପ୍ରବନ୍ଧକ, ଶ୍ରୀ ପ୍ରବୀଣ ନିଗମ ଏବଂ ଚିକିତ୍ସା ଓ ସ୍ୱାସ୍ଥ୍ୟସେବା ବିଭାଗର ଭାରପ୍ରାପ୍ତ ନିର୍ଦ୍ଦେଶକ, ଡକ୍ଟର ବି କେ ହୋତା ଉପସ୍ଥିତ ଥିଲେ। କୋଭିଡ ୧୯ ମାର୍ଗଦର୍ଶିକାର ସଂପୂର୍ଣ୍ଣ ଅନୁପାଳନ ସହକାରେ ଉକ୍ତ ଉତ୍ସବ ଅନୁଷ୍ଠିତ ହୋଇଥିଲା।

ଉଲ୍ଲେଖନୀୟ ଯେ, ବିଭାଗୀୟ ଅଥବା ଆନ୍ତଃବିଭାଗୀୟ କାର୍ଯ୍ୟାଳୟ ଚିଠିଫର୍ଦ୍ଦ ଆଦାନପ୍ରଦାନକୁ ଏଡେଇବା ଉଦ୍ଦେଶ୍ୟରେ ଆରଏସପିର  ସି ଆଣ୍ଡ ଆଇଟି ବିଭାଗ ଦ୍ଵାରା ନିଜସ୍ୱ ସମ୍ବଳ ଓ ଦକ୍ଷତାର ଉପଯୋଗ ପୂର୍ବକ ଅନଲାଇନ ନୋଟ ପ୍ରୋସେସିଂ ବ୍ୟବସ୍ଥା ବିକଶିତ କରାଯାଇଛି। କାର୍ଯ୍ୟାଳୟ ଯୋଗାଯୋଗର ତ୍ଵରାନ୍ଵୟନ, ଉତ୍ତରଦାୟିତ୍ଵବୋଧତାରେ ଉନ୍ନତି ସାଧନ ଏବଂ ଡାଟା ସୁରକ୍ଷା ସୁନିଶ୍ଚିତ କରିବା ସହିତ ଏହି ପେପରରହିତ ବ୍ୟବସ୍ଥା ସାଂପ୍ରତିକ ମହାମାରୀ ଦୃଶ୍ୟପଟ୍ଟରେ ସାମାଜିକ ଦୁରତ୍ଵ ରକ୍ଷା କରିବା କ୍ଷେତ୍ରରେ ମଧ୍ୟ ସହାୟକ ହେବ।

ଏ, ଆଇ ଆଣ୍ଡ ଆଇଟି ବିଭାଗର ମୁଖ୍ୟ ମହାପ୍ରବନ୍ଧକ, ସୁଶ୍ରୀ ଆତଶି ପ୍ରାମାଣିକ ଉକ୍ତ ଅନଲାଇନ ନୋଟ ପ୍ରୋସେସିଂ ବ୍ୟବସ୍ଥାର ଉଦ୍ଦେଶ୍ୟ ଏବଂ ବିଭିନ୍ନ ବୈଶିଷ୍ଟ୍ୟ ସନ୍ଦର୍ଭରେ ସଂକ୍ଷିପ୍ତରେ ତଥ୍ୟ ରଖିଥିଲେ।  ଉକ୍ତ ବ୍ୟବସ୍ଥାକୁ ଇଆରପି ପ୍ଲାଟଫର୍ମରେ ସି ଆଣ୍ଡ ଆଇଟି ବିଭାଗର ଡ଼ିଜିଏମ, ଶ୍ରୀ ଧୀରେନ୍ଦ୍ର ମହାପାତ୍ର ଓ ଜିଏମ, ଶ୍ରୀ ପି ଏସ ରାଓଙ୍କ ତତ୍ତ୍ଵାବଧାନରେ ବିଭାଗର ସିନିୟର ମ୍ୟାନେଜର, ଶ୍ରୀ ଗୋବିନ୍ଦ କୁମାର ବିକଶିତ କରିଥିଲେ।

ଉତ୍ସବରେ ଉନ୍ମୋଚିତ ହୋଇଥିବା ଆରଏସପିର ନୂତନ ପୋର୍ଟାଲକୁ ସଦ୍ୟତମ ବୈଷୟିକ ଜ୍ଞାନକୌଶଳର ଉପଯୋଗ ପୂର୍ବକ ଇ ଆଣ୍ଡ ଏ ବିଭାଗର ଜିଏମ, ଶ୍ରୀ ସମରେନ୍ଦ୍ର ବେହେରା ଓ ଏଜିଏମ, ଶ୍ରୀ ସଞ୍ଜୟ କୁମାର ଗୌତମଙ୍କ ମାର୍ଗଦର୍ଶନରେ ସି ଆଣ୍ଡ ଆଇଟି ବିଭାଗର ଡ଼ିପିଓ, ଶ୍ରୀ ଗଜିନ୍ଦ୍ର ସେଠ ବିକଶିତ କରିଛନ୍ତି । ଉକ୍ତ ପୋର୍ଟାଲରେ ବହୁ ନୂତନ ବୈଶିଷ୍ଟ୍ୟ ଉପଲବ୍ଧ ରହିଛି ଏବଂ ବିବିଧ ତଥ୍ୟାବଳୀ ହାସଲରେ ଉନ୍ନତି ସାଧିତ ହୋଇଛି। ଏହିସମ୍ବନ୍ଧୀୟ ନେଟୱାର୍କ ଓ ଆଇଟି ଭିତ୍ତିଭୂମି ଉନ୍ନତିକରଣ ସି ଆଣ୍ଡ ଆଇଟି ବିଭାଗର ବିଭାଗ ମୁଖ୍ୟ ତଥା ଜିଏମ, ଶ୍ରୀ ଯଜ୍ଞ ପ୍ରକାଶ ଦାସଙ୍କ ମାର୍ଗଦର୍ଶନରେ ଇ ଆଣ୍ଡ ଏ ବିଭାଗର ଏଜିଏମ, ଶ୍ରୀ ଫରାଜ ଆବାସୀ ଏବଂ ସି ଆଣ୍ଡ ଆଇଟି ବିଭାଗର ସିନିୟର ମ୍ୟାନେଜର, ଶ୍ରୀ ବିଶ୍ଵଜିତ୍ ମଣ୍ଡଲଙ୍କ ଦ୍ଵାରା ସମ୍ପନ୍ନ ହୋଇଛି । ଲୋକ ସମ୍ପର୍କ ବିଭାଗ ଦ୍ଵାରା ପୋର୍ଟାଲ ନିମନ୍ତେ ସବିଶେଷ ତଥ୍ୟାବଳୀ ଯୋଗାଇ ଦିଆଯାଇଥିଲା । ନୂତନ ସୁବିଧାଗୁଡିକର ଅନଲାଇନ ଡିସପ୍ଲେ କାର୍ଯ୍ୟରେ ଇ ଆଣ୍ଡ ଆଇ ବିଭାଗର ଜିଏମ ଇନ ଚାର୍ଜ, ଶ୍ରୀ ଏସ କୋଣ୍ଡା ଏବଂ ସିଇଡ଼ି ବିଭାଗର ଜିଏମ, ସୁଶ୍ରୀ ଏସ ଭଟ୍ଟାଚାର୍ଯ୍ୟ ସକ୍ରିୟ ରୂପେ ଯୋଗଦାନ ଦେଇଥିଲେ।

Govt
Leave A Reply