କାର୍ଯ୍ୟ ସଠିକ ସମୟରେ ଠିକ ଭାବରେ ହୋଇଥାଏ , ସେହିଭଳି ଯଦି ଭାଗ୍ୟର ଡୋରି ଲାଗିଯାଏ ତେବେ ମଣିଷ ନିଜ ଜୀବନ ରେ ସଫଳତାର ଶୀର୍ଷ ରେ ପହଂଚିଥାଏ l ମଣିଷ ନିଜ ଭାଗ୍ୟ କୁ ନିଜ ଜନ୍ମ ସହିତ ନେଇ ଆସିଥାଏ l କୁହାଯାଏ ଯେ ଯେତେବେଳେ ଗୋଟିଏ ଛୁଆ ନିଜର ମା ଗର୍ଭ ରେ ଥାଏ ସେତେବେଳେ ସେ ନିଜର ଭାଗ୍ୟ ନେଇ ଆସିଥାଏ l
– ମଣିଷ ର ଆୟୁ ତାର ଭାଗ୍ୟରେ ଲେଖା ଯାଇଥାଏ l କିଏ କେତେବେର୍ସ ବଂଚିବ ଓ କିଏ କେତେବର୍ଷ କଷ୍ଟ ଭୋଗିବ ତାହା ମଧ୍ୟ ପୂର୍ବରୁ ନିର୍ଧାରିତ ରହିଥାଏ l ତେଣୁ ମଣିଷ ର ଭଲ ଓ ଖରାପ କର୍ମ ର ଫଳ ତାର ପୂର୍ବରୁ ସ୍ଥିର ହୋଇଥାଏ l ମଣିଷ ଯେତେ ଧନ ଖର୍ଚ୍ଚ କରୁ କିମ୍ବା ଶତ ଚେଷ୍ଟା କଲେ ମଧ୍ୟ ନିଜ ଆୟୁ ବଦଳାଇ ପାରିନଥାଏ l
– ସେହିଭଳି ମଣିଷ ଯେଉଁ କର୍ମ କରିଥାଏ ତାହା ପୂର୍ବରୁ ତାର ଭାଗ୍ୟରେ ନିର୍ଧାରିତ ହୋଇଥାଏ l ମଣିଷ ନିଜର ଭାଗ୍ୟର ଫଳ ଅନୁସାରେ ଜନ୍ମ ନେଇଥାଏ ଓ ସେ କେଉଁ ଜନ୍ମ ରେ କେଉଁ କାର୍ଯ୍ୟରେ ଲିପ୍ତ ରହିବ ଏହା ତାର ଭାଗ୍ୟ ନିର୍ଧାରଣ କରିଥାଏ l
– ଧନଵାନ ହେବ ମଧ୍ୟ ମଣିଷ ଭାଗ୍ୟରେ ପୂର୍ବରୁ ନିର୍ଧାରିତ ହୋଇଥାଏ l ମଣିଷ ଭଲ କର୍ମ ରେ ଲିପ୍ତ ରହି ଯେଉଁ ଧନ ଅର୍ଜନ କରିଥାଏ ସେହି ଭାଗ୍ୟ ଫଳ ତାକୁ ପର ଜନ୍ମ ରେ ଭଲ କର୍ମରେ ଲିପ୍ତ ରଖି ଧନଵାନ କରିଥାଏ
– ବିଦ୍ୟା ଅଟଇ ମହା ଧନ l ତେଣୁ ଯଦି ଜଣେ ବ୍ୟକ୍ତି ଜୀବନ ରେ ବିଦ୍ୟା ଅର୍ଜନ କରିଥାଏ, ଏହା ତାର ଭାଗ୍ୟ ବଳରେ ନିର୍ଧାରିତ ହୋଇଥାଏ l କଦାପି ଜଣେ ମନୁଷ୍ୟ ବଳପୂର୍ବକ ଅନ୍ୟର ଜ୍ଞାନକୁ ହାସଲ କାରରି ନଥାଏ l ତେଣୁ ଜଣେ ଭାଗ୍ୟ ବଳରେ କେବେଳ ଜ୍ଞାନୀ ହେବାର ମୁକୁଟ ପିନ୍ଧିପରି ଥାଏ l
– ମୃତ୍ୟୁ ଅଟକାଇବା ଅସମ୍ଭବ, ଦୁନିଆରେ ମୃତ୍ୟୁ ହିଁ ହେଉଛି ଚିର ସତ୍ୟ l ମୃତ୍ୟୁ ଯେତେବେଳେ ଆସିଥାଏ ସେତେବେଳେ ମଣିଷ ନିଜକୁ କଦାପି ଅଟକାଇ ପାରି ନଥାଏ l ସାତ ସିନ୍ଦୁକ ମଧ୍ୟରେ ରହିଲେ ମଧ୍ୟ ମୃତ୍ୟୁ ଆସିବା ସୁନିଶ୍ଚିତ l ତେଣୁ ଏହା ମଧ୍ୟ ଭାଗ୍ୟ ବଳରେ ଆସିଥାଏ l