ବୈଜ୍ଞାନିକ ମାନଙ୍କ ଚେତାବନୀ : ଏହି ସବୁ କାରଣ ଯୋଗୁଁ ପୁରୁଷ ମାନଙ୍କ ନିକଟରେ ନଷ୍ଟ ହେଉଛି ଷ୍ପର୍ମ କ୍ୱାଲିଟି ଓ ଶିକାର ହେଉଛନ୍ତି ବାଂଝପଣର
କିଛିବର୍ଷ ପୂର୍ବରୁ ଲୋକେ ଭାବୁଥିଲେ ଯେ ବାଂଝପଣ କେବଳ ମହିଳା ମାନଙ୍କ ନିକଟରେ ଦେଖିବାକୁ ମିଳିଥାଏ, କିନ୍ତୁ ଯେଭଳି ଭାବରେ ଦିନକୁ ଦିନ ଟେକ୍ନୋଲୋଜି ଓ ବିଜ୍ଞାନ ର ଉନ୍ନତି ହେଉଛି ଦେଖିବାକୁ ମିଳୁଛି ଯେ ପୁରୁଷ ମାନେ ମଧ୍ୟ ବାଂଝପଣ ର ଶିକାର ହୋଇ ଥାଆନ୍ତି । ଏହା ଗୋଟିଏ ଏଭଳି ସମସ୍ୟା ଯାହାଦ୍ଵାରା ଦମ୍ପତି ଦୀର୍ଘଦିନ ଧରି ଯେତେ ଚେଷ୍ଟା କଲେ ମଧ୍ୟ ଗର୍ଭ ଧାରଣ କରି ପାରନ୍ତି ନାହିଁ । ଆଜିର ଦୁନିଆରେ ୯୦ ପ୍ରତିଶତ ପୁରୁଷ ମାନଙ୍କ ନିକଟରେ ଇନ୍ଫର୍ଟିଲିଟି ବାଂଝପଣ ର କାରଣ ଶୁକ୍ରାଣୁ ର କମି ଓ ଖରାପ କ୍ବଳିଟି ସମସ୍ୟା ଦେଖିବାକୁ ମିଳିଥାଏ । ଅର୍ଥାତ୍ ସୀମେନ୍ ରେ ସ୍ପର୍ମ କାଉଣ୍ଟ ର କମି କାରଣରୁ ମହିଳା ମାନଙ୍କ ର ଗର୍ଭ ଧାରଣ ରେ ଅସୁବିଧା ଦେଖା ଦେଇଥାଏ । ଏହି କାରଣରୁ ପୁରୁଷ ମାନେ ବାଂଝପଣ ର ଶିକାର ହୋଇ ଥାଆନ୍ତି ।
ଏହାକୁ ନେଇ ଗୋଟିଏ ଗବେଷଣା ହୋଇଥିଲା । ଯେଉଁଥିରେ ପ୍ରଦୂଷଣ , ଧୁମ୍ରପନ, ବେରୀ କୋସେଲେ , ମଧୁମେହ , ଟେଷ୍ଟି କ୍ୟୁଲାର ଟ୍ୟୁମର ଶୁକ୍ରାଣୁ କୋଷିକା ଉପରେ ଅଧିକ ପ୍ରଭାବ ପକାଇ ଥାଏ । ଏହି ଅଧ୍ୟୟନ ରି – ପ୍ରଡକ୍ଟିଭ ବାୟୋଲୋଜି ଏଣ୍ଡ ଏଣ୍ଡି କ୍ରୀନୋଲୋଜୀ ଜର୍ଣାଲ ରେ ପ୍ରକାଶିତ ହୋଇଥିବା ଖବର ଅନୁସାରେ ଜଣା ପଡ଼ିଛି ।
* ବର୍ତମାନ ଅଧ୍ୟୟନ ରେ ଗବେଷକ ମାନେ ତଥ୍ୟ ପ୍ରଦାନ କରିଛନ୍ତି ଯେ ଧୁମ୍ରପାନ ର ପ୍ରଭାବ ଶୁକ୍ରାଣୁ ଉପରେ ପଡ଼ିଥାଏ । ଯେଉଁ କାରଣରୁ ପୁରୁଷ ମାନଙ୍କ ଶୁକ୍ରାଣୁ ଇନ୍ ଅକ୍ଟିଭ ହେବାକୁ ଲାଗିଥାଏ ଓ ପୁରୁଷ ମାନେ ବାଂଝପଣ ର ଶିକାର ହୋଇ ଥାଆନ୍ତି ।
* ଏହାଛଡା ମଦ୍ୟପାନ ମଧ୍ୟ ପୁରୁଷ ମାନଙ୍କ ର ଶୁକ୍ରାଣୁ କୁ ପ୍ରଭାବିତ କରିଥାଏ । କାହିଁକି ନା ମଦ୍ୟପାନ ଦ୍ଵାରା ଶରୀର ର ଓଜନ ବୃଦ୍ଧି ମଧ୍ୟ ଗୋଟିଏ କାରଣ । ଏପରିକି ମେଦ ବହୁଳତା ମଧ୍ୟ ପୁରୁଷ ମାନଙ୍କ ର ବାଂଝପଣ ର ଗୋଟିଏ କାରଣ ଭାବରେ ଆଜି କାଲି ଦେଖା ଦେଉଛି । ମଦ୍ୟପାନ କାରଣରୁ ଶୁକ୍ରାଣୁ ଉପରେ ଖରାପ ପ୍ରଭାବ ପଡିଥାଏ ।
* କୋକିନ ଭଳି ନିଶା ଦ୍ରବ୍ୟ ମଧ୍ୟ ପୁରୁଷ ମାନଙ୍କ ର ଶୁକ୍ରାଣୁ ର କ୍ୱାଲିଟି କୁ ପ୍ରଭାବିତ କରିଥାଏ । ୩୦ ବର୍ଷ ପରେ ପୁରୁଷ ମାନଙ୍କ ନିକଟରେ ଟେଷ୍ଟୋ ଷ୍ଟରାନ୍ ସ୍ତର ରେ ଉତ୍ପାଦନ ରେ ହ୍ରାସ ହୋଇଥାଏ , ଯାହାକି ଶୁକ୍ରାଣୁ ଉତ୍ପାଦନ କୁ ପ୍ରଭାବିତ କରିଥାଏ । ଯେଉଁ କାରଣରୁ ପୁରୁଷ ମାନଙ୍କ ର ବାଂଝପଣ ସମସ୍ୟା ୩ଗୁଣା ବଢ଼ି ଯାଇଥାଏ ।