ତାଳଚେର ତା ୨୯/୦୪ ତାଳଚେର ବ୍ଲକ ଅନ୍ତର୍ଗତ ଗୁରୁଜାଙ୍ଗ ଗ୍ରାମ ଠାରେ ଡ଼ାକଘର ପକ୍ଷରୁ ଡ଼ାକମେଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗୁରୁଜାଙ୍ଗ ସରପଂଚ ଅମ୍ବିକା ତ୍ରିପାଠୀ, ଏଏସପି (ଓଡ଼ି) ଢ଼େଙ୍କାନାଳ ଡ଼ିଭିଜନର ନିଳମଣି ଜାନି, ଅନୁଗୋଳ ବ୍ରାଂଚ ବ୍ୟାନେଜର୍ ସୁଦିପ କୁମାର ନନ୍ଦ, ତାଳଚେର ଡ଼ାକଘରର ହରେଶ ମିଶ୍ରଙ୍କ ଉପସ୍ଥିତିରେ ଏହି ମେଳା ଅନୁଷ୍ଠିତ ହୋଇଥିଲା । ଏସଜି ଗ୍ରୁପ୍ ମେମ୍ବର, ସ୍କୁଲ ଶିକ୍ଷକ, ଶିକ୍ଷୟତ୍ରୀ ଓ ସେହିଗ୍ରାମର ପ୍ରାୟ ୧୨୦ଜଣ କାର୍ଯକ୍ରମରେ ଉପସ୍ଥିତଥିଲେ । ଏହି ମେଳାର ମୁଖ୍ୟଲକ୍ଷ୍ୟ ଲୋକଙ୍କୁ ଡ଼ାକଘରର କାର୍ଯ୍ୟକାରୀତା ସମସ୍ତ ଜନସାଧାଣଙ୍କୁ ଡ଼ାକଘର ମାଧ୍ୟମରେ ପେନସନ୍, ଡ଼ିପୋଜିଟ୍, ଆରଡ଼ି, ପିଆଇଏଲ, ଆରପିଏଲଆଇ ଓ ସରକାରଙ୍କ ଦ୍ୱାରା ଡ଼ାକଘରର ବିଭିନ୍ନ ଯୋଜନା ସଂକ୍ରାନ୍ତରେ ଜନ ସଚେତନତା ସୃଷ୍ଟି କରିବା ସହ ଘରେ ଘରେ ଡ଼ାକସେବା କିପରି ଉପଲବ୍ଧ ହୋଇ ପାରିବ ସେହି ସମ୍ପର୍କରେ ଗୁରୁତ୍ୱାରୋପ କରିଥିଲେ ।