ତାଳଚେର ତା ୨୯/୦୪ ତାଳଚେରରେ ରହିଥିବା ମା’ହିଙ୍ଗୁଳା ଟ୍ରାନ୍ସପୋର୍ଟ ଏବଂ ହିଙ୍ଗୁଳା ଟ୍ରେଡର୍ସରେ ଜିଏସଟି ଏକ ୨୫ଜଣିଆ ଟିମ୍ ଜିଏସଟି ହେରଫେର୍ କରୁଥିବା ଘଟଣାକୁ କେନ୍ଦ୍ରକରି ଚଢ଼ାଉ କରିଥିବା ଜଣାପଡ଼ିଛି । ଦୁଇ କୋଇଲା ବ୍ୟବସାୟୀ ମହେନ୍ଦ୍ର ବେହେରା ଓ ରାଜେନ୍ଦ୍ର ବେହେରାଙ୍କ ବାସଭବନ ଓ ତାଙ୍କ କାର୍ଯ୍ୟାଳରେ ଜିଏସଟି ପକ୍ଷରୁ ଚଢ଼ାଉ କରାଯାଇଛି । ତାଳଚେର ସମେତ ଭୂବନେଶ୍ୱର ଓ ଢ଼େଙ୍କାନାଳରେ ଥିବା ବାସଭବନ ବ୍ୟବସାୟୀକ ପ୍ରତିଷ୍ଠାନ ଏବଂ କାର୍ଯ୍ୟାଳୟରେ ତାଙ୍କର ଆୟ ଓ ୱେବସାଇଟ୍ରେ ଫାଇଲ୍ ହୋଇଥିବା ଜିଏସଟି ତଥ୍ୟରେ ତାଳମେଳ ରହୁନଥିବାରୁ ଏହି ଚଢ଼ାଉ କରାଯାଇଥିବା ନେଇ ବ୍ୟବସାୟୀଙ୍କ ମହଲରେ ଆତଙ୍କ ଖେଳାଇ ଦେଇଛି ।