ଇଣ୍ଡୋନେସିଆର ଜାକର୍ତ୍ତାରୁ ୱେଷ୍ଟ କାଲିମଣ୍ଟାନକୁ ଯାଉଥିବା ଶ୍ରୀୱିଜୟା ବିମାନ ଜାକର୍ତ୍ତାରୁ ବିମାନ ଉଡ଼ାଣର କିଛି ମିନିଟ ପରେ ଆକାଶରୁ ଅଦୃଶ୍ୟ : ବିମାନରେ୬୨ ଜଣ ଯାତ୍ରୀ ଥିଲେ
ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାରୁ ବିମାନ ଉଡ଼ାଣ ପରେ୬୨ ଜଣଙ୍କୁ ନେଇ ଏକ ଶ୍ରୀୱିଜୟା ଏୟାର ବିମାନ ଏୟାର ଟ୍ରାଫିକ ନିୟନ୍ତ୍ରକଙ୍କ ସହ ସମ୍ପର୍କ ହରାଇଛି। ବିମାନଟି ଯୋଗାଯୋଗ ହରାଇବା ପରେ ପଶ୍ଚିମ କାଲିମାନନ୍ତ ପ୍ରଦେଶର ପଣ୍ଟିଆନାକ ଅଭିମୁଖେ ଯାଉଥିଲା।
ବିମାନରେ ୬୨ ଜଣ ଯାତ୍ରୀ ଥିଲେ। ଶ୍ରୀବିଜୟା ଏୟାରର ବୋଇଙ୍ଗ୍ ୭୩୭-୫୦୦ ବିମାନ ଯାତ୍ରୀଙ୍କୁ ନେଇ ରାଜଧାନୀ ଜାକର୍ତ୍ତାରୁ ପଶ୍ଚିମ କଲିମନତନର ପଣ୍ଟାଇନେକକୁ ଯାଉଥିଲା। ସୁକୋର୍ଣ୍ଣୋ ହାତା ଆନ୍ତର୍ଜାତିକ ବିମାନ ବନ୍ଦରରୁ ଟେକ୍ ଅଫ କରିଥିଲା ବିମାନ। କିନ୍ତୁ ଉଡାଣ ଆରମ୍ଭ କରିବାର ୪ ମିନିଟ ପରେ ବିମାନ ସହ ଯୋଗାଯୋଗ ବିଛିନ୍ନ ହୋଇଥିଲା।
ସୂଚନା ମିଳିଛି, ଯୋଗଯୋଗ ବିଛିନ୍ନ ହେବା କିଛି ସମୟ ପୂର୍ବରୁ, ଗୋଟିଏ ମିନିଟରୁ କମ ସମୟ ଭିତରେ ବିମାନଟି ହଠାତ ୧୦ ହଜାର ଫୁଟ୍ ତଳକୁ ଖସିଥିଲା। ତେଣୁ ବିମାନ ଦୁର୍ଘଟଣାର ଆଶଙ୍କା ସୃଷ୍ଟି ହୋଇଛି। ଏହି ବିମାନଟି ପ୍ରାୟ ୨୭ ବର୍ଷ ପୁରୁଣା ବୋଲି ଜଣାପଡିଛି। ଏଥିରେ ୧୩୦ ଜଣ ଯାତ୍ରୀ ବସି ପାରିବେ। ଏବେ ବିମାନ ନିଖୋଜ ହେବା ପରେ ଉଦ୍ଧାକାରୀ ଦଳକୁ ତୁରନ୍ତ ସକ୍ରିୟ କରାଯାଇଛି। ପୂର୍ବରୁ ମଧ୍ୟ ଇଣ୍ଡୋନେସିଆରେ ବଡ଼ ବିମାନ ଦୁର୍ଘଟଣା ଘଟିଛି। ଅକ୍ଟୋବର ୨୦୧୮ରେ ଲାୟନ ଏୟାର ଫ୍ଲାଇଟର ବୋଇଂ ୭୩୭ ମାକ୍ସ ୮ ବିମାନ ଦୁର୍ଘଟଣା ଗସ୍ତ ହୋଇଥିଲା। ଜାଭ ସମୁଦ୍ର ଭିତରେ ପଡିଥିବା ବିମାନ। ଏଥିରେ ୧୮୯ ଜଣଙ୍କ ମୃତ୍ୟୁ ହୋଇଥିଲା।
