Odisha news

LAC ରେ ଚୀନ୍ ର ସୈନ୍ୟକୁ ଧରିଲେ ଭାରତୀୟ ଯବାନ : ତା ପରେ ….

0

ନୂଆଦିଲ୍ଲୀ : ଲଦାଖର ବାସ୍ତବିକ ନିୟନ୍ତ୍ରଣ ରେଖାରେ ଭାରତ ପକ୍ଷରୁ ଚୀନର ସୈନ୍ୟ ଧାରା ଯାଇଥିଲା l ମିଳିଥିବା ସୂଚନା ଅନୁସାରେ ଚୀନର ସୈନିକ ଶୁକ୍ରବାର ଦିନ ପେଂଗଙ୍ଗ ହ୍ରଦର ଦକ୍ଷିଣ ଭାଗରେ ଧାରା ଯାଇଥିଲା l PLA ର ସୈନିକ LAC କୁ ଅତିକ୍ରମ କରି ଆସିବା ପରେ ଧରାଗଲା l ଗତ ଏକ ବର୍ଷ ମଧ୍ୟରେ କୌଣସି ଚୀନ ସୈନିକ ଧାରା ଯିବାର ଏହା ଦୁତୀୟା ଘଟଣା ଅଟେ l PLA ରେ ଧରାଯାଇଥିବା ହେତୁ ସମସ୍ତ ପ୍ରକ୍ରିୟା ଅନୁସାରେ ତା ପ୍ରତି କାର୍ଯ୍ୟାନୁଷ୍ଠାନ କରା ଯାଉଛି l ଏହା ଯାଞ୍ଚ କରାଯାଉଛି ଯେ କେଉଁ ପରିସ୍ଥିତିରେ ସେ LAC ପାର କରିଛି l

କହିରଖୁଛୁ ଯେ ଗତବର୍ଷ LAC ରେ ଉତେଜନା ପରେ ମଧ୍ୟ ଉଭୟ ପକ୍ଷର ସୈନ୍ୟ ସେଠାରେ ମୁତୟନ ଅଛନ୍ତି l ମିଳିଥିବା ସୂଚନା ମୁତାବକ ଚୀନ ସେନାଙ୍କୁ ସୂଚନା ଦିଆଯାଇଛି ଯେ ତାଙ୍କର ଗୋଟିଏ ସୈନ୍ୟ ଭାରତରେ କଷ୍ଟଡିରେ ଅଛି l ଉଭୟ ଦେଶ ଏହି ମୁଦାକୁ ନେଇ ସମ୍ପର୍କରେ ରହିଛନ୍ତି l LAC ରେ ଉତେଜନା ସମାପ୍ତ କରିବା ପାଇଁ ଭାରତ ଓ ଚୀନ ମଧ୍ୟରେ ଅନେକଥର ବୈଠକ ହୋଇ ସାରିଛି l କମାଣ୍ଡର ସ୍ତରୀୟ ବୈଠକ ବ୍ୟତୀତ ଗତ ବର୍ଷ ଉଭୟ ଦେଶର ବିଦେଶ ମନ୍ତ୍ରୀ ଓ ରକ୍ଷାମନ୍ତ୍ରୀଙ୍କ ମଧ୍ୟ ଆଲୋଚନା ହୋଇଥିଲା l ଉଭୟ ପକ୍ଷ ଏହି ମୁଦାରେ ସହମତ ଥିଲେ ଯେ ସୀମାରେ ଉତେଜନା କମ ହେଉ

Nalco
Leave A Reply