ନୂଆଦିଲ୍ଲୀ,୧୦ା୯(ଏଜେନ୍ସି): ମର୍ଯ୍ୟାଦାଜନକ ଥୋମାସ କପ୍, ଉବେର କପ୍ ତଥା ଡେନ୍ମାର୍କ ଓପନ ଓ ମାଷ୍ଟର ପ୍ରତିଯୋଗିତା ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ତାରକା ମହିଳା ସଟଲର ପିଭି ସିନ୍ଧୁ, ଓ ସାଇନା ନେହ୍ୱାଲ ଉବେର କପ୍ ତଥା ଡେନମାର୍କ ଓପନ ଖେଳିବେ । ଜାତୀୟ କ୍ୟାମ୍ପ ବାତିଲ ହେବା ସତ୍ତେ୍ୱ ଏସମସ୍ତ ପ୍ରତିଯୋଗିତା ପାଇଁ ଖେଳାଳି ମନୋନୟନ ହୋଇଛି । ଗତ ୭ ତାରିଖରୁ ପୁଣିଥରେ ଖେଳାଳିଙ୍କ ପ୍ରଶିକ୍ଷଣ ଶିବିର କରୋନା ଗାଇଡଲାଇନ୍ ମୁତାବକ ଆରମ୍ଭ ହୋଇଛି । ବ୍ୟାଡ଼ମିଣ୍ଟନ ଆସୋସିଏସନ୍ ଅଫ୍ ଇଣ୍ଡିଆର ସାଧାରଣ ସମ୍ପାଦକ ଅଜୟ ସିଙ୍ଘାନିଆ କହିଛନ୍ତି ଯେ, ଏକାଧିକ ଉଚ୍ଚସ୍ତରୀୟ ବୈଠକ ପରେ ଜାତୀୟ କ୍ୟାମ୍ପ ବାତିଲ ପାଇଁ ନିଷ୍ପତ୍ତି ହୋଇଥିଲା । କିନ୍ତୁ ଥୋମାସ୍, ଉବେର କପ୍ ଓ ଡେନମାର୍କ ଓପନରେ ଭାରତ ଅଂଶଗ୍ରହଣ କରିବ ବୋଲି ସହମତି ମିଳିଥିଲା । ଅକେଫାବର ୩ରୁ ୧୧ ତାରିଖ ପର୍ଯ୍ୟନ୍ତ ଡେନମାର୍କର ଆର୍ହୁସ୍ରେ ଥୋମାସ୍ ଏବଂ ଉବେର କପ୍ ଅନୁଷ୍ଠିତ ହେବ । ପୂର୍ବରୁ ଆଗାମୀ ୧୭ ତାରିଖରେ ଦଳ ଘୋଷଣା ହେବାର ଥିଲା । କିନ୍ତୁ ଗୁରୁବାର ୨୦ ଜଣିଆ ତାଲିକା ପ୍ରକାଶ ପାଇଛି ।
ଭାରତୀୟ ଦଳ
ଥୋମାସ କପ୍: କିଦାମ୍ବୀ ଶ୍ରୀକାନ୍ତ, ପାରୁପଲୁ କାଶ୍ୟପ, ଲକ୍ଷ୍ୟ ସେନ୍, ଶୁଭଙ୍କର ଦେ, ସିରିଲ ବର୍ମା, ମନୁ ଅଟ୍ରି, ସୁମିତ ରେzୀ, ଏମ୍ଆର୍ ଅର୍ଜୁନ, ଧ୍ରୁବ କପିଲା ଓ କୃଷ୍ଣ ପ୍ରସାଦ ଗରଙ୍ଗା
ଉବେର କପ୍: ପିଭି ସିନ୍ଧୁ, ସାଇନା ନେହ୍ୱାଲ, ଆକର୍ଷି କାଶ୍ୟପ, ମାଲବିକା ବଂଶୋଦ, ଅଶ୍ୱିନୀ ପୋନାªା, ଏନ୍ ସିକି ରେzୀ, ପୂଜା ଧଣ୍ଡୋ, ସ ଞ୍ଜ ନ । ସନ୍ତୋଷ, ପୂର୍ବିସା ରାମ ଏବଂ ମେଘନା ଜାକାମପୁଡି ।
ଡେନ୍ମାର୍କ ଓପନ ଓ ମାଷ୍ଟର୍ସ:
ପିଭି ସିନ୍ଧୁ, କିଦାମ୍ବୀ ଶ୍ରୀକାନ୍ତ, ଲକ୍ଷ୍ୟ ସେନ, ସାଇନା ନେହ୍ୱାଲ, ଅଶ୍ୱିନୀ ପୋନ୍ନାପା ଏବଂ ସିକି ରେzୀ ।
Prev Post