ରାୟଗଡା : (ରବିନ୍ଦ୍ର ପାଟଖଣ୍ଡାଳ) : ଭାରତ ଚାଲୁଛି । ଆମ ଦେଶ ଗଠନରେ ଶ୍ରେଷ୍ଟ ଭୂମିକା ଗ୍ରହଣ କରୁଥିବା ଶ୍ରମିକ ଆଜି ଦିନରାତି ଚାଲୁଛନ୍ତି । ପାଦକୁ ତରନାହିଁ । ରସ୍ତାକୁ ଫୁରୁଷତ ମଧ୍ୟ ନାହିଁ । କି ଦିନ ରାତି ଖାତିର ବି ନାହିଁ । ମାସମାସ ଧରି ଚାଲୁଛନ୍ତି ଶ୍ରମିକ । ନିସ୍ଥବ୍ଧ ରାସ୍ତାଘାଟ ଚଳଚଞ୍ଚଳ ହୋଇଉଠିଛି । ରାସ୍ତାରେ ଉପରେ ହଜାର ହଜାର ଶ୍ରମିକ । ଗୋଟିଏ ପଟେ ଭୋକର ଜ୍ୱାଳା । ଅନ୍ୟପଟେ ନିଜ ଭିଟାମାଟିକୁ ଫେରିବାର ମୋହ । ବିଶ୍ରାମ ନେବାକୁ ତିଳେ ତରନାହିଁ । କରୁଣା ଭଳି ମହାବିପତ୍ତିରେ ନିଜ ପରିବାରକୁ ଭେଟିବାର ବ୍ୟାକୁଳତା ସେମାନଙ୍କୁ ପଥିକ ସଜେଇ ଦେଇଛି । ଆଉ ସବୁଠି ମୁଠାଏ ଦାନା ଏବଂ ମୁନ୍ଦାଏ ପାଣି ପାଇଁ ଆର୍ତ୍ତ ଚିକ୍ରାର ଶୁଣିବାକୁ ମିଳୁଛି ।
କରୋନା ପାଇଁ ସାରା ଭାରତବର୍ଷରେ ଲକଡାଉନ । କେଉଁଠି କେଉଁଠି କରଫ୍ୟୁ । ମାହାମାରୀ ସହ ଲଢ଼େଇରେ ଛନ୍ଦିହୋଇଯାଇଛନ୍ତି ଶ୍ରମିକ । କରୋନା ଭଳି ଆଉଏକ ବିପତ୍ତି ଭିତରେ ଛନ୍ଦିହୋଇଯାଇଛନ୍ତି ଦେଶର ଦିନ ମଜୁରିଆ ଓ ଶ୍ରମିକ ଶ୍ରେଣୀର ବ୍ୟକ୍ତି । ଭାରତ ଭଳି ଏକ କୃଷି ପ୍ରଧାନ ଦେଶରେ ଶ୍ରମଶକ୍ତି ଏକ ବହୁତବଡ ପୁଞ୍ଜି । ଆଉ ବିଶ୍ୱବ୍ୟାପି ମହାମାରୀ ସେହି ଶକ୍ତିକୁ ଏବେ ଦାଣ୍ଡର ଭିକାରୀ ସଜେଇଦେଇଛି । ତେବେ ବିଡମ୍ବନାର କଥାଯେ ସେମାନଙ୍କ ଏହି ବିପତ୍ତି ବେଳରେ କେହି ମଧ୍ୟ ଆହା ଟିକିଏ କରିବାକୁ ନଥିବା ସ୍ପଷ୍ଟ ବାରିହୋଇପଡୁଛି । ଦକ୍ଷିଣ ଭାରତର ରୁ ଉତ୍ତର ପର୍ଯ୍ୟନ୍ତ ପୂର୍ବରୁ ପଶ୍ଚିମ ପର୍ଯ୍ୟନ୍ତ ରାସ୍ତାଘାଟରେ କେବଳ ପାଦରେ ଚାଲୁଥିବା ଶ୍ରମିକ ଓ ସେମାନଙ୍କ ପରିବାରଙ୍କୁ ହିଁ ଦେଖିବାକୁ ମିଳିବ । ସବୁଠି ହା ଅନ୍ନ ହା ଅନ୍ନ ଏବଂ ତୃଷ୍ଣାର ଚିକ୍ରାର ଶୁଣିବାକୁ ମିଳୁଛି । ସଭିଏଁ ଶ୍ରମିକୟ ।
ଦିନରେ ଖଟିଲେ ରାତିରେ ଚୁଲିଜଳେ । କିନ୍ତୁ କିଏତ ଅଟାଳିକା ନିର୍ମାଣ ପାଇଁ ବ୍ୟବହାର ସିମେଣ୍ଟ କାରଖାନାରେ ତ ଆଉ କିଏ ସିମେଣ୍ଟକୁ ଗୋଡିସହ ଯୋଡି ରଖିପାରୁଥିବା ଲୁହାଛଡ କାରଖାନରେ କାର୍ଯ୍ୟ କରୁଛନ୍ତି । ଏପରିକି କେତେକ ଟିଭି, ଫ୍ରୀଜ, ମଟରଗାଡି, ଯାନବାହାନ ଏପରିକି ରେଳଡବା ନିର୍ମାଣ କାରଖାନରେ କାମକରୁଥିବା ଆଲୋଚନା ବେଳେ ପ୍ରକାଶ କରିଛନ୍ତି । ଆଉ କେତେକ ଉତ୍ତରକୁ ଦକ୍ଷିଣ ସହ ଯୋଡିରଖୁଥିବା ରେଳବାଇରେ ଯାତ୍ରୀଙ୍କୁ ଖାଦ୍ୟ ଯୋଗାଇବାରେ କାର୍ଯ୍ୟ କରୁଥିବା ବ୍ୟକ୍ତିବିଶେଷଙ୍କ ସହ ଏହି ଦିନ ମାନଙ୍କରେ ସାକ୍ଷାତ ହୋଇଛି । ତେବେ ଯେ କୌଣସି ପ୍ରକାର ଶ୍ରମିକ ହୋଉନା କାହିଁକି ଆନ୍ଧ୍ରପ୍ରଦେଶ ସୀମା ପାରହୋଇ ରାୟଗଡା ଜିଲା ଭିତରକୁ ପଶିଆସୁଥିବା ସଭିଁଙ୍କ ମୁହରେ ଗୋଟିଏ କଥା ଭୋକ ଆଉ ଶୋଷ । ଗୋଟିଏ ପ୍ରଶ୍ନ ମୋ ଗାଁ ଏଇଠୁଁ କେତେଦୂର ।
ପୁଣି ଆଉଲକ ଲକଡାଉନ ନିଶ୍ଚିତ । କରୋନା ଜନିତ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିଚାଲିଛି । ସମତାଳରେ ମୃତ୍ୟୁସଂଖ୍ୟା ମଧ୍ୟ ହୁହୁ ହୋଇ ବଢ଼ିଚାଲିଛି । ଦାନାପାଣି ସବୁକିଛଇ ହରାଇଥିବା ମଜୁରିଆ ଓ ଶ୍ରମିକ ଶ୍ରେଣୀର ଲୋକେ ଏବେ ପରିବାରକୁ ଭେଟିବା ପାଇଁ ନିଜ ଭିଟାମାଟିକୁ ଧାଇଁଛନ୍ତି । ରାୟଗଡ଼ା ସୀମାନ୍ତ ଫାଟକ ପାରହୋଇ ପଡ଼ୋଶୀ ଆନ୍ଧ୍ରପ୍ରଦେଶ ସମେତ ତେଲେଙ୍ଗାନା, କେରଳ ଓ ତାମିଲନାଡ଼ୁରୁ ଓଡିଶାର ଛତିଶଗଡ଼, ବିହାର, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶ ରାଜ୍ୟ ସମେତ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ ଦୈନିକ ଫେରୁଛନ୍ତି ହଜାର ହଜାର ଶ୍ରମିକ ।
ଆମ ରାଜ୍ୟର ନବରଙ୍ଗପୁର, ନୂଆପଡା, ବରଗଡ, ବଲାଙ୍ଗିର ଓ ସୁନ୍ଦରଗଡ ଜିଲ୍ଲାକୁ ମଧ୍ୟ ଏହିରସ୍ତା ଦେଇ ହଜାରେ ସଂଖ୍ୟାରେ ଦାଦନ ଖଟିବାକୁ ଯାଇଥିବା ଶ୍ରମିକ ପାଦରେ ଚାଲି ଚାଲି ପଥ ଅତିକ୍ରମ କରିବାରେ ଲାଗିଛନ୍ତି । ସହରରେ ଦିନରାତି ଲାଗିଛି ଶ୍ରମିକଙ୍କ ଲମ୍ବାଧାଡ଼ି । ଆନ୍ଧ୍ର-ଓଡ଼ିଶା ସୀମାନ୍ତ କେରେଡ଼ା ଗ୍ରାମଠାରୁ ଆରମ୍ଭ କରି ରାୟଗଡ଼ା-କଳାହାଣ୍ଡି ଜିଲ୍ଲା ସୀମାନ୍ତ ଅମ୍ବାଦଳା ପର୍ଯ୍ୟନ୍ତ ଘରବାହୁଡ଼ା ଶ୍ରମିକଙ୍କ ପ୍ରବଳ ଭିଡ଼ ।
ସମସ୍ତେ ନିଜସ୍ୱ ପାଦ ଉପରେ ଭରଷା କରି ଭିଟାମାଟି ଆଡକୁ ମୁହାଇଛନ୍ତି । ସରକାରଙ୍କ ନିସ୍ପତି ପ୍ରକାରେ ପଞ୍ଜିକରଣ କରି ଦୀର୍ଘଦିନ ଅପେକ୍ଷା କରିବା ପରେ ମଧ୍ୟ କୌଣସି ରାହା ନପାଇ ଘରକୁ ବାହୁଡୁଥିବା ଭୋକ ଶୋଷରେ ଆଉଟୁପାଉଟୁ ଶ୍ରମିକ ମାନେ ରାସ୍ତାରେ କହିଛନ୍ତି । କିଏ ହାତଟେକି ମୁଠାଏ ଭାତ ଦେଲା ତ ସେ ତାଙ୍କପାଇଁ ଭଗବାନ ।
କାଳେ କିଏ ହାତ ପସାରି ଦାନା ଟିକିଏ ଦେବ ଭାବି ରାସ୍ତାପାଶ୍ୱରେ ଠିଆ ହୋଇଥିବା ଲୋକଙ୍କୁ ଘଡିଏ ଅନାଇ ସେମାନେ ବାଟ ଚାଲୁଥିବା କହିଛନ୍ତି । ତେବେ ଏହି ଘଡିସନ୍ଧି ମୁହୁର୍ତ୍ତରେ ସେମାନଙ୍କ ସମସ୍ୟା ଉପରେ ବିଚାର କରିବାର ବେଳ ଆସିଛି । ଯଦି ଶ୍ରମିକ ଦେଶ ଗଠନର କଥାୁ ଚିନ୍ତା କରିବା ବନ୍ଦ କରିଦେବେ ଭାରତ ଚିରଦିନ ପାଇଁ ଲକଡାଉନା ହୋଇଯିବ ବୋଲି କିଛି ବୁଦ୍ଧିଜିବୀ ମତବ୍ୟକ୍ତ କରିଛନ୍ତି ।