Odisha news

ଭାରତୀୟ ସାମୁଦ୍ରିକ ଅଞ୍ଚଳ ଦେଇ ଆମେରିକୀୟ ଜାହାଜ ଯିବାକୁ ନେଇ ଭାରତ ଦେଲା ତୀବ୍ର ପ୍ରତିକ୍ରିୟା : ଆସନ୍ତୁ ଜାଣିବା ପୁରା ଖବର

0

ନୂଆଦିଲ୍ଲୀ : ଆମେରିକୀୟ ଜାହାଜ ଭାରତୀୟ ସମୁଦ୍ର କ୍ଷେତ୍ରରେ ଯିବାକୁ ନେଇ ଉଭୟ ଦେଶଙ୍କ ମଧ୍ୟରେ ଦ୍ୱନ୍ଦ ବଢ଼ିବାରେ ଲାଗିଛି । ଭାରତ ଆମେରିକୀୟ ଜାହାଜର ଏହି ଭଳି ଯିବାକୁ ନେଇ ଅପତି ପ୍ରଦର୍ଶନ କରୁଛି । ନୂଆଦିଲ୍ଲୀ ଓ ଆମେରିକାର ରାଜଧାନୀ ଦୁଇଟି ସ୍ଥାନରେ ଆମେରିକୀୟ ଜାହାଜକୁ ବିନା ଅନୁମତିରେ ଭାରତୀୟ କ୍ଷେତ୍ର EEZ ରେ ପ୍ରବେଶ କରିବାକୁ ନେଇ ଭାରତ ଅଭିଯୋଗ କରିଛି । ଭାରତ ପକ୍ଷରୁ ଏହି ଅଭିଯୋଗ କୁଟ ନୈତିକ ମାଧ୍ୟମରେ ଦର୍ଜ୍ କରାଯାଇଛି ।

ଏହି ମାମଲାକୁ ନେଇ ଭାରତ ସଂଯୁକ୍ତ ରାଷ୍ଟ୍ର ସଂଘରେ ଉଠାଇଛି । ଏହି ଅଭିଯୋଗକୁ ହସ୍ତଗତ କରି କୁହଜିଛି ଯେ କୌଣସି ଅନ୍ୟ ଦେଶର ବାହନ ଯଦି ଦେଶର ସମୁଦ୍ର ସୀମା ଦେଇ ଯାଏ ତେବେ ସେହି ଦେଶର ଅନୁମତି ନେବା ଆବଶ୍ୟକ । କିନ୍ତୁ ଆମେରିକା ଏହି ମାମଲାକୁ ନେଇ ଅନ୍ୟ ପ୍ରକାର କଥା କହୁଛି । ଆମେରିକୀୟ ନୌବାହିନି ନିଜକୁ ସୁରକ୍ଷା ଦେବାକୁ ଚାହୁଁଛି ।

ଆମେରିକୀୟ ନୌବାହିନୀ କହିଛି ଯେ ଗୋଟିଏ ସାମାନ୍ୟ ଅପରେସନ ପାଇଁ ସାଧାରଣ ସଞ୍ଚାଳନ କରାଯାଉ ଥିଲା । ଯାହାକୁ ଦେଖିଲେ ଅନ୍ତ ରାଷ୍ଟ୍ରୀୟ ନିୟମ ଅନୁସାରେ ହୋଇଛି ବୋଲି ଜଣା ପଡ଼ୁଛି ।ଆମେରିକାର ନୌବାହିନି ପ୍ରବକ୍ତା ଶୁକ୍ରବାର ଦିନ କହିଛନ୍ତି ଯେ ଏହା ଅନ୍ତ ରାଷ୍ଟ୍ରୀୟ ନିୟମ ଅନୁସାରେ ହୋଇଛି ଓ ଆମେ ନିଜର ଅଧିକାରକୁ ଏହିଭଳି ଭାବରେ ଜାରି ରଖିବୁ । ଭାରତ ପକ୍ଷରୁ ଆମେରିକା ନୌବାହିନୀର ମତାମତକୁ ନେଇ ତୀବ୍ର ପ୍ରତିକ୍ରିୟା ଦେଖା ଦେଇଛି । ଯାହା ଉଭୟ ଦେଶ ପାଇଁ ବର୍ତ୍ତମାନ ସ୍ଥିତିରେ ଗୋଟିଏ ବଡ ଅସୁବିଧାର କାରଣ ଅଟେ ।

Ad2
Leave A Reply