ନୂଆଦିଲ୍ଲୀ : ଆଧୁନିକ ଯାନ୍ତ୍ରିକ ଯୁଗରେ ଆମ ପାଇଁ ସବୁ କାର୍ଯ୍ୟ ଅତି ସହଜ ହୋଇ ଯାଇଛି ଓ ଗୁଗୁଲ୍ ମ୍ୟପ୍ ଏହାର ଜ୍ୱଳନ୍ତ ଉଦାହରଣ । ଆପଣ ଗିଗୁଲ୍ ମ୍ୟାପ୍ ଜରିଆରେ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚି ଯାଇଥାଆନ୍ତି । କିନ୍ତୁ ବେଳେବେଳେ ଆମେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଅସୁବିଧାର ସମ୍ମୁଖୀନ ହୋଇଥାଏ । କିଛି ଭଳି ଘଟିଛି ଇଣ୍ଡୋନେସିଆରେ ଯେଉଁଠି ଗୁଗୁଲ ମ୍ୟାପ ର ଭୁଲ ଯୋଗୁ ଜଣେ ଯୁବକ ଭୁଲ ଠିକଣାରେ ପହଞ୍ଚି ଯାଇଥିଲେ ଓ ତାଙ୍କର ବିବାହ ଭୁଲ ବଶତଃ ଅନ୍ୟ ଗୋଟିଏ ଝିଅ ସହିତ ହେଉ ହେଉ ଅଟକି ଗଲା।
ଯେତେବେଳେ ବିବାହ ସ୍ତଳରେ ବର ବରଯାତ୍ରୀଙ୍କ ସହିତ ପହଞ୍ଚି ଥିଲେ ସେତେବେଳେ କନ୍ୟାପକ୍ଷ ଅତିଥି ମାନଙ୍କୁ ସ୍ଵାଗତ କରିଥିଲେ ଓ ଖାଇବାକୁ ମଧ୍ୟ ଦେଇଥିଲେ ପରିବାର ସଦସ୍ୟଙ୍କ କଥାବାର୍ତ୍ତା ସମୟରେ ସୌଭାଗ୍ୟ ବଶତଃ କନ୍ୟାଙ୍କ ପରିବାର ପକ୍ଷରୁ ଜଣଙ୍କୁ ଅନୁଭବ ହେଲା ଯେ ଏମାନେ ଭୁଲ ବଶତଃ ଅନ୍ୟ ଗୋଟିଏ ବର ପକ୍ଷକୁ ଅତିଥି ସତ୍କାର କରିଛନ୍ତି । ଗୋଟିଏ ଭୁଲ ଅଘଟଣ ଘଟିବ ପୂର୍ବରୁ ସବୁକିଛି ଠିକ୍ ହୋଇଗଲା ।
ମିଳିଥିବା ସୂଚନା ଅନୁସାରେ ସେହିଦିନ ଗୋଟିଏ ଗ୍ରାମରେ ଜଣଙ୍କର ବିବାହ କାର୍ଯ୍ୟ ଓ ଆଉ ଜଣଙ୍କର ନିର୍ବନ୍ଧ କାର୍ଯ୍ୟ ଥିବାରୁ ଏପରି ପରିସ୍ଥିତି ଉପୁଜି ଥିଲା । ସୂଚନାରେ ଦିଆଯାଇଛି ଯେ କନ୍ୟା ଜଣଙ୍କ ଆରମ୍ଭରୁ ଏହି ସ୍ଥିତି ବିଷୟରେ ଅଜଣା ଥିଲେ କାରଣ ସେ ନିଜର ପ୍ରସାଧନକୁ ନେଇ ବ୍ୟସ୍ତ ଥିଲେ । ବର୍ତ୍ତମାନ ଏହି ଘଟଣାର ଗୋଟିଏ ଭିଡିଓ ଭାଇରାଲ ହେଉଛି ,ଯେଉଁଥିରେ ଦେଖା ଯାଇଛି ବର ପକ୍ଷ କନ୍ୟା ପକ୍ଷଙ୍କ ଘରୁ ଯିବାବେଳେ ନିଜର ସମସ୍ତ ଉପହାର ବୋହିବାହ ନେଉଛନ୍ତି । ଉକ୍ତ ଦିନ ବର ପକ୍ଷରୁ ଡେରିରେ ବାହାରିଥିବା କାରଣରୁ ଗୁଗଲ ମ୍ୟାପ ଜରିଆରେ ଶୀଘ୍ର ପହଞ୍ଚି ଯିବେ ବୋଲି ଭାବିଥିଲେ । କିନ୍ତୁ ଭୁଲ ଜାଗାରେ ପହଞ୍ଚି ଯିବାରୁ ନିଜକୁ ଲଜିତ ମନେକଆରିବ ସହିତ ଗୁଗଲେ ମ୍ୟାପକୁ ଦୋଷ ଦେଇଛନ୍ତି ।
