Odisha news

ଧାମନଗରରେ ନିରାଡ଼ମ୍ବର ଭାବେ ପବିତ୍ର ଇଦ୍ ପର୍ବ ପାଳନ

0

ଧାମନଗର (Basudev Tripathy): ଧାମନଗର ଅଞ୍ଚଳରେ ପବିତ୍ର ଇଦ୍- ଉଲ୍- ଫିତର ପର୍ବ ନିରାଡ଼ମ୍ବର ଭାବେ ପାଳନ କରାଯାଇଛି । କରୋନା କଟକଣା ହେତୁ ମନ୍ଦିର, ମସଜିଦ୍, ଇଦ୍ଗା ସମେତ ସମସ୍ତ ଧର୍ମ ଅନୁଷ୍ଠାନରେ ପ୍ରଶାସନ ତରଫରୁ ୧୪୪ଧାରା ଜାରି କରାଯାଇଥିବାରୁ ଶହ ଶହ ବର୍ଷର ପରମ୍ପରା ଭଙ୍ଗ କରାଯାଇ ଧାମନଗର ଇଦ୍ଗା ମଇଦାନରେ ୫ହଜାର ପରିବର୍ତ୍ତେ ମାତ୍ର ୫ଜଣଙ୍କୁ ନେଇ ସମୁହ ନମାଜ ପାଠ କରାଯାଇଥିବାବେଳେ ମୁସଲମାନ ଭାଇମାନେ ନିଜ ନିଜ ଘରେ ଆଜି ନମାଜ ପାଠ କରିଥିବା ଜଣାଯାଇଛି । ଏକ ମାସର ରମଜାନ୍ ରୋଜା ଶେଷପରେ ମୁସଲମାନ ଭାଇ ଭଉଣୀ ମାନେ ପବିତ୍ର ଇଦ୍ପର୍ବ ଆନନ୍ଦ ଉଲ୍ଲାସର ସହ ପାଳନ କରିଥାନ୍ତି ।

ମାତ୍ର କରୋନା ସଂକ୍ରମଣ ଓ ଲକଡ଼ାଉନ୍ ପାଇଁ ସାମାଜିକ ଦୂରତା ନିୟମକୁ କଢା କଢିଭାବେ ପାଳନ କରାଯାଉଥିବାରୁ ଏହି ଇଦ୍ ପର୍ବ ଫିକାପଡ଼ିଥିବା ଦେଖିବାକୁ ମିଳିଛି । ପ୍ରଶାସନର ନିଦେ୍ର୍ଦଶକୁ ସମ୍ମାନ ଦେଇ ଆଜି ସକାଳ ୮ଟା ୩୦ମିନିଟ୍ ସମୟରେ ଧାମନଗର ଇଦ୍ଗା ମଇଦାନରେ ଖାନକା ସରିଫର ମତୱଲି ଅଲହାଜ ସୟଦ୍ ଗୋଲାମ ମହମ୍ମଦ ହବିବି ମାତ୍ର ୫ଜଣ ମୁସଲମାନ ଭାଇଙ୍କୁ ନେଇ ଏହି ପବିତ୍ର ଇଦ୍ର ନପାଜ ପାଠ କରିଥିଲେ । ଶାନ୍ତି ଶୃଙ୍କଳା ରକ୍ଷା ନିମନ୍ତେ ଧାମନଗରରେ ଆବଶ୍ୟକ ପୋଲିସ ମୁତୟନ କରାଯାଇଥିବାବେଳେ ଏସ୍ଡ଼ିପିଓ ମନୋରଂଜନ ସାମଲ, ଆଇଆଇସି ରତିକାନ୍ତ ଗିରି ସଦଳବଳେ ଧାମନଗର ଓ ଦୋବଲ ଅଞ୍ଚଳ ବୁଲି ଇଦ୍ପର୍ବ କିଭଳି ସୁ·ରରୂପେ ପାଳନ କରାଯିବ ଅନୁଧ୍ୟାନ କରିଥିଲେ ।

Leave A Reply