Odisha news

ବିବାହର ପ୍ରଲୋଭନ ଦେଖାଇ ଯୁବତୀଙ୍କ ସହ ଶାରିରୀକ ସମ୍ପର୍କ ଅଭିଯୋଗ : ଅଭିଯୁକ୍ତ ଯୁବକ ଥାନାରେ ଅଟକ

0

ଧାମନଗର (Basudev Tripathy): ଧାମନଗର ଥାନା ଅନ୍ତର୍ଗତ ଭଗବାନପୁର ପଞ୍ଚାୟତ ପଳିକିରୀ ଗ୍ରାମର ଜଣେ ଯୁବକ କଲେଜରେ ପଢୁଥିବା ସମୟର ନିଜର ଜଣେ ସହ ପାଠିନୀକୁ ବିବାହର ପ୍ରତିଶୃତି ଦେଇ ତା’ ସହିତ ଅନୈତିକ ସମ୍ପର୍କ ରଖିଥିଲେ । ପରେ କୌଣସି କାରଣରୁ ଯୁବତୀ ଜଣକ ଧାମନଗର ଥାନାରେ ସମ୍ପୃକ୍ତ ଯୁବକଙ୍କ ବିରୁଦ୍ଧରେ ବିଭିନ୍ନ ଅଭିଯୋଗ ଆଣିବାରୁ ପୋଲିସ ଏକ ମାମଲା ରୁଜୁକରି ଯୁବକଙ୍କୁ ଅଟକ ରଖି ତଦନ୍ତ କରୁଥିବା ଜଣାଯାଇଛି ।

ଖବର ନେବାରୁ ଜଣାଯାଇଛି ଯେ ପଳିକିରୀ ଗ୍ରାମର ଗୌରମୋହନ ସାହୁଙ୍କ ପୁତ୍ର ଦେବବ୍ରତ ସାହୁ (ଟୁଲୁ) ପଡ଼ୋଶୀ ଗୁହାଳିଆ ଗ୍ରାମର ଜନୈକା କଲେଜ ପଢୁଆ ଯୁବତୀଙ୍କ ସହ ଦୀର୍ଘଦିନ ହେବ ସମ୍ପର୍କ ରଖିଆସୁଥିଲେ । ବିବାହର ପ୍ରଲୋଭନ ଦେଖାଇ ଉକ୍ତ ଯୁବତୀକୁ ପୁରୀର ଏକ ହୋଟେଲରେ ରଖି ରାତ୍ରୀ ଯାପନ ସହ ଶାରିରୀକ ସମ୍ପର୍କ ରଖିଥିଲେ । କୌଣସି କାରଣରୁ ସମ୍ପର୍କ ତିକ୍ତ ହେବାରୁ ଦେବବ୍ରତ ଯୁବତୀ ଜଣକୁ ଧମକ ଚମକ ଦେଉଥିଲେ । ଗତ ୧୫ତାରିଖ ରାତି ପ୍ରାୟ ୧୧ଟା ୩୦ମିନିଟ୍ ସମୟରେ ଦେବବ୍ରତ ଯୁବତୀଙ୍କ ଘରେ ପହଂଚି ତାଙ୍କୁ ଗାଳିଗୁଲଜ କରିବା ସହିତ ଏସିଡ଼ ଫିଙ୍ଗି ମାରିଦେବାପାଇଁ ଧମକ ଦେଇଥିଲେ ।

ଏ ସମ୍ପର୍କରେ ଯୁବତୀ ଜଣକ ଧାମନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ଧାମନଗର ଥାନା ଅଧିକାରୀ କେସ ନଂ ୧୧୭/୨୦ ଦଫା ୩୭୬, ୨୯୪, ୫୦୬ରେ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ଯୁବକ ଟୁଲୁକୁ ଥାନାରେ ଅଟକ ରଖି ତଦନ୍ତ କରୁଥିବା ଜଣାଯାଇଛି ।

Leave A Reply