Odisha news

ଗୋପ ବ୍ଲକର ନଗଡା ଗ୍ରାମ ଭାବେ ପରିଚିତ ବନ୍ତଳି ଗ୍ରାମରେ ପ୍ରଶାସନ ର ନଜର ନାହିଁ : ସହାୟତାର ହାତ ବଢାଇଲେ ସମାଜସେବୀ

0

ଗୋପ,୧୧/୦୫ଗୋପ ବ୍ଲକର ନଗଡା ଗ୍ରାମ ଭାବେ ପରିଚିତ ବନ୍ତଳିଗ୍ରାମ ପଂଚାୟତ ୧୩ ନମ୍ବର ଓାର୍ଡର ଦଶମାଣ ଗ୍ରାମ । ଗତ ସପ୍ତାହରେ ଏହି ଗ୍ରାମ ସମ୍ପର୍କରେ କେତେକ ଗଣମାଧ୍ୟମରେ ତଥ୍ୟଭିତିକ ଖବର ପ୍ରକାଶ ପାଇବା ପରେ ପ୍ରଶାସନିକ ସ୍ତରରେ ହଡକମ୍ପ ହୋଇଯାଇଥିଲା । ଜିଲ୍ଲା ପ୍ରକଳ୍ପ ନିଦେ୍ର୍ଦଶକ ବିଶାଲ ସିଂ ଏହାର ତଦନ୍ତ ଦେବା ସହିତ ତୁରନ୍ତ ଏମାନଙ୍କୁ ଆବାସ ଯୋଜନାରେ ସାମିଲ କରିବାକୁ ମଧ୍ୟ ନିଦେ୍ର୍ଦଶ ଦେଇଥିଲେ । ମାତ୍ର କରୋନାର ଆଳରେ ଏହି ଗ୍ରାମ କାହାର ନଜର ନପଡିବାରୁ ଯୁବ ସମାଜସେବୀ ମନଦୀପ ପାଇକରାୟ ନିଜର ସହ ଯୋଗୀ ମାନଙ୍କ ସହିତ ଉକ୍ତ ଗ୍ରାମରେ ପଂହଚିବା ପରେ ସେମାନଙ୍କ ନିମନ୍ତେ ଅଂଟା ଭିଡିବାକୁ ନିଷ୍ପତି ନେଇଥିଲେ ।

ସମସ୍ତ ସ୍ୱେଚ୍ଛାସେବୀ ମାନେ ନିଜ ପକେଟରୁ ଏହି ଗ୍ରାମର ବିକାଶ ନିମନ୍ତେ ଖର୍ଚ୍ଚ କରିବାକୁ ସମ୍ମତି ପ୍ରକାସ କରିଥିଲେ । ସବୁଠାରୁ ଗୁରୁତ୍ୱପୂର୍ଣ କଥା ଯେ, ସୂଦୁର ଦିଲ୍ଲୀରେ ରହୁଥିବା ଅଣ୍ଢରା ଇଚ୍ଛାପୁର ପଂଚାୟତର ଜିତେନ୍ଦ୍ର ମହାନ୍ତି ଏହି ଗ୍ରାମର ବିକାଶ ନିମନ୍ତେ ହାତ ବଢାଇଥିଲେ । ସମସ୍ତଙ୍କ ସହ ଯୋଗ କୁ ନେଇ ମନଦୀପ ପାଇକରାୟ ନିଜର ୩୫ଜଣ ସାଥି ମାନଙ୍କ ସହିତ ଗତ କାଲି ଉକ୍ତ ଗ୍ରାମରେ ପଂହଚି ନିଜେ ଘର ଉପରେ ଚଢି ସମସ୍ତଙ୍କ ସହାୟତାରେ ଚିରା ପଲିଥିନ ତଳେ ରହୁଥିବା ସମସ୍ତଙ୍କ ଘରେ ପଲିଥିନ ପକାଇଥିଲେ ।

ଏହାକୁ ନେଇ ଫନିର ଏକ ବର୍ଷ ପରେ ପିଲାଛୁଆଙ୍କୁ ଧରି ଖରା ବର୍ଷାରେ ଦୁର୍ଦ୍ଦିନରେ କାଳାତିପାତ କରୁଥିବା ଏହି ଦଳିତ ପରିବାର ନିମନ୍ତେ ଯୁବ ସମାଜସେବୀ ମାନେ ଆଶାର କିରଣ ପାଲଟିଯାଇଛନ୍ତି । ପରେ ଏହି ଗ୍ରାମର ସମସ୍ତ ପରିବାର ସହିତ ଆଲୋଚନା କରି କିପରି ଭାବେ ସମସ୍ତ ପରିବାର ନିମନ୍ତେ ପକ୍କାଘର ନିର୍ମାଣ କରାଯାଇପାରିବ ଏବଂ ସେମାନଙ୍କୁ ଆବାସ ଯୋଜନାରେ ସାମିଲ କରିବାକୁ ସରକାରଙ୍କ ନିକଟରେ ଦାବୀ ଉପସ୍ଥାପନ କରିବେ ବୋଲି ମନଦୀପ କହିଥିଲେ । ସାଥିରେ ଯାଇଥିବା ସ୍ୱେଚ୍ଛାସେବୀ ମାନଙ୍କ ମଧ୍ୟରୁ ୨୩ଜଣଙ୍କୁ ଏହି ୨୩ ପରିବାର ନିମନ୍ତେ ସାମୟିକ ଦାୟିତ୍ୱ ନିର୍ବାହ କରିବାକୁ ଅନୁରୋଧ କରିଥିଲେ ।

ଏପରିକି ଯଦି କୌଣସି ପରିବାର ସରକାରୀ ସହାୟତା ପାଇବାରେ ବଂଚିତ ହୁଅନ୍ତି ତେବେ ସେମାନେ ଏହି ୨୩ ଜଣଙ୍କ ସହିତ ମୋବାଇଲ୍ ରେ ତୁରନ୍ତ ଯୋଗାଯୋଗ କରିବା ସହିତ ସେମାନଙ୍କ ନିକଟରେ ସ୍ୱେଚ୍ଛାସେବୀ ମାନେ ପଂହଚି ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିବେ । ଅନ୍ୟମାନଙ୍କ ମଧ୍ୟରେ ଦୀପକ ଭଟ୍ଟ, ଦେବାଶିଷ ସାହୁ, କ୍ଷୀତିଶ ସାହୁ, ଇନ୍ଦ୍ରଜିତ ଜେନା ପ୍ରମୂଖ ସାମିଲ ହୋଇ ଏହି ପରିବାର ନିମନ୍ତେ ସୂଚନାଥାଉକି ଏହି ଦଳିତ ସାହିରେ ସମସ୍ତ ପରିବାର ଚିରା ପଲିଥିନ ତଳେ ରହି ରହି ସ୍ୱାଧିନତାର ୭୩ ବର୍ଷ ଭିତରେ ଏମାନେ କେବେ ବି ପକ୍କାଘର ଦେଖି ନାହାନ୍ତି । କାରଣ ଏମାନଙ୍କୁ ରାଜନୈତିକ ପ୍ରତିଶୋଧ ପରାୟଣ ହୋଇ ବାରମ୍ବାର ହଇରାଣ କରିବାକୁ ଚେଷ୍ଟା କରାଯାଉଛି ବୋଲି ଗ୍ରାମବାସୀମାନେ ମତବ୍ୟକ୍ତ କରିଛନ୍ତି ।

Leave A Reply