Odisha news

ପାକିସ୍ତାନରୁ ୪ମାସ ପରେ ଫେରିଲେ ତାହିର୍‌

0

କରାଚି, ୨୮ା୭ (ଏଜେନ୍ସି) : ଦକ୍ଷିଣ ଆଫି୍ରକାର ତାରକା ଲେଗ୍‌ସ୍ପିନର୍‌ ଇମ୍ରାନ୍‌ ତାହିର ୪ ମାସ ପରେ ପାକିସ୍ତାନରୁ ମୁକୁଳିଛନ୍ତି । କରୋନା ମହାମାରୀ ଯୋଗୁଁ ଗତ ମାର୍ଚ୍ଚ ମାସରୁ ସେ ପାକିସ୍ତାନରେ ଫସିଥିଲେ । ବିଦେଶ ଯାତ୍ରା ଉପରେ
ପ୍ରତିବନ୍ଧକ ଲାଗି ଥିବାରୁ ସେ ପାକିସ୍ତାନରୁ ଦକ୍ଷିଣଆଫି୍ରକା ଫେରିପାରି ନଥିଲେ । ପାକିସ୍ତାନରେ ଜନ୍ମିତ ଦ.ଆଫି୍ରକା ବୋଲର୍‌ ରବିବାର େୱଷ୍ଟ ଇଣ୍ଡିଜ୍‌ ଅଭିମୁଖେ ଯାତ୍ରା କରିଥିଲେ । ସେଠାରେ ସେ କାରବୀୟ ପ୍ରିମିୟର୍‌ ଲିଗ୍‌ରେ ଅଂଶ
ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି ।

Leave A Reply