ନୂଆଦିଲ୍ଲୀ : ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ ଗତ ସପ୍ତାହରେ ଦୁଇ ଦିବସୀୟ ଗସ୍ତରେ ଶ୍ରୀଲଙ୍କା ଯାଇଥିଲେ ,ଭାରତ – ଶ୍ରୀଲଙ୍କା ସମ୍ପର୍କକୁ ନେଇ ବିଭିନ୍ନ ପ୍ରଶ୍ନ ଉଠିଥିଲା l ପାକିସ୍ତାନର ସରକାର ଶ୍ରୀଲଙ୍କାକୁ କହିଥିଲେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ସେଠାକାର ସାଂସଦଙ୍କୁ ସମ୍ବୋଧିତ କରିବାକୁ ଚାହୁଁଥିଲେ l ଶ୍ରୀଲଙ୍କା ପୂର୍ବରୁ ଏହାକୁ ମାନି ନେଇଥିଲା ,କିନ୍ତୁ ପରେ ସେ ଚିନ୍ତା କରିଥିଲା ଯେ କାଳେ ପାକିସ୍ତାନ ପାକିସ୍ତାନ ସଂସଦରେ କାଶ୍ମୀରକୁ ନେଇ ଆଲୋଚନା କରିବେ l ଶ୍ରୀଲଙ୍କାକୁ ଭୟ ଥିଲା ଏହାଦ୍ୱାରା ଭାରତ ସହିତ ସମ୍ପର୍କ ଖରାପ ହେବ ,କାରଣ ଗୋଟିଏ ମାସ ପୂର୍ବରୁ ଶ୍ରୀଲଙ୍କା ଭାରତ ଓ ଜାପାନକୁ ଗୋଟିଏ ପ୍ରକଳ୍ପରୁ ବାହାର କରିଦେଇଥିଲା l ଶ୍ରୀଲଙ୍କା ପାଇଁ ଭାରତ ମୁଖ୍ୟ ଅଟେ କିନ୍ତୁ ପାକିସ୍ତାନ ସହିତ ମଧ୍ୟ ଏତିହାସିକ ସମ୍ବଦ୍ଧ ରହିଛି l
ଶ୍ରୀଲଙ୍କାର ନିକଟତର ଚୀନ ସହିତ ମଧ୍ୟ ରହିଛି ,କିନ୍ତୁ ପାକିସ୍ତାନ ଓ ଚୀନର ବନ୍ଧୁତା ସାରା ଦୁନିଆକୁ ଜଣା l କିନ୍ତୁ ମଙ୍ଗଳବାର ଦିନ ଶ୍ରୀଲଙ୍କା ଏପରି ଗୋଟିଏ ନିଷ୍ପତି ନେଇ ତାର ଗୋଟିଏ ପ୍ରକଳ୍ପରୁ ଭାରତ ଓ ଜାପାନକୁ ବାହାର କଲା ଓ ତାର ଗୋଟିଏ ବିକଳ୍ପ ଭାବରେ ୨ଟି ଦେଶକୁ ନୂଆ ଅଫର ଦେଲା l ଶ୍ରୀଲଙ୍କା ମଙ୍ଗଳବାର ଦିନ କହିଛି ଯେ ସେ କଲମ୍ବୋ ପୋର୍ଟ ରେ ୱେଷ୍ଟ କଣ୍ଟେନର ଟର୍ମିନାଲର ବିକାଶ ପାଇଁ କରାଯାଇଥିବା ସ୍ଵାକ୍ଷରରୁ ବାହାର କରିଦେଇଥିଲା l କିନ୍ତୁ ସୋମବାରଦିନ କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତିକୁ ତଥ୍ୟ ଆକାରରେ ଦେଇ ଶ୍ରୀଲଙ୍କାର ସରକାରଙ୍କ ପ୍ରବକ୍ତା କହିଥିଲେ ଯେ”ୱେଷ୍ଟ କଣ୍ଟେନର ଟର୍ମିନାଲକୁ ବିକଶିତ କରିବା ପାଇଁ ଭାରତ ଓ ଜାପାନର ନିବେଶକ ମାନଙ୍କୁ ଅନୁମତି ଦିଆଯାଇଛି l “