ସାଧାରଣତଃ ଆମେ ଅଦା ଚୋପାକୁ ଛଡାଇ ଫିଙ୍ଗି ଦେଇଥାଉ ,କିନ୍ତୁ ଆଜି ଆମେ ଆମର ଏହି ଲେଖା ଜରିଆରେ ଆପଣଙ୍କୁ ଅଦା ଚୋପାର ଉପକାର ବିଷୟରେ କହିବୁ l ଯାହାକୁ ହୁଏତ ଆପଣ ଜାଣିବା ପରେ ଆଉ ଫିଙ୍ଗିବେ ନାହିଁ l ଅଦା ଚୋପା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ହିତକର ଅଟେ ,ଏଥିରେ ପୋଟାସିୟମ .ଆଇରନ ,ଆଣ୍ଟି ଆକ୍ସିଡେଣ୍ଟ ,କ୍ୟାଲସିୟମ ଓ ଭିଟାମିନ ରହିଛି l ଏହା ଆପଣଙ୍କର ଇମ୍ୟୁନିଟିକୁ ମଧ୍ୟ ବଢ଼ିଥାଏ l
* ଆପଣ ଅଦା ଚୋପାକୁ ଏକାଠି କରି ଖରାରେ ଶୁଖାଇ ନିଅନ୍ତୁ ଓ ଗ୍ରାଇଣ୍ଡିଙ୍ଗ କରି ଏହାକୁ ଗୁଣ୍ଡ କରି ନିଅନ୍ତୁ l ଯେତେବେଳେ ଆପଣଙ୍କର କାଶ ସମସ୍ୟା ଦେଖା ଦେଉଛି ସମାନ ପରିମାଣର ଏହି ଗୁଣ୍ଡ ଓ ମହୁ ନେଇ ଉଷୁମ ପାଣି ସହିତ ସେବନ କରନ୍ତୁ l ଏହାକୁ ଆପଣ ଦିନକୁ ଦୁଇଥର ଖାଆନ୍ତୁ କାଶ ସମସ୍ୟା ଦୂର ହୋଇଯିବ l
* ଅଦା ଚୋପାକୁ ଭଲରେ ବାଟି ପେଷ୍ଟ ପ୍ରସ୍ତୁତ କରନ୍ତୁ ,ଯଦି ଆପଣଙ୍କର ଗ୍ୟାସ ସମସ୍ୟା ରହୁଛି ଜିରା ଗୁଣ୍ଡ ସହିତ ମିଶାଇ ସମାନ ପରିମାଣରେ ଖାଆନ୍ତୁ l ଗ୍ୟାସ ଓ ଏସିଡ଼ିଟି ସମସ୍ୟା ଦୂର ହେବା ସହିତ କୋଷ୍ଠ କାଠିନ୍ୟ ମଧ୍ୟ ଦୂର ହେବ l
* ଅଦା ଚୋପାରେ ଚା ପ୍ରସ୍ତୁତ କରି ପିଇବା ଦ୍ୱାରା ସେଥିରେ ଥିବା ଆଣ୍ଟି ଆକ୍ସିଡେଣ୍ଟ ଆପଣଙ୍କର ଇମ୍ୟୁନିଟିକୁ ବଢ଼ାଇଥାଏ l ବର୍ତମାନ ଶୀତଋତୁ ଯାଇ ଗରମ ଦିନ ଆରମ୍ଭ ହୋଇ ଗଲାଣି l ତାହାକୁ ଆଖି ଆଗରେ ରଖି ଆପଣ ଅଦା ଚୋପାକୁ ଗୁଣ୍ଡ କରି ତାହାକୁ ପାଣିରେ ଫୁଟାନ୍ତୁ l କିଛି ସମୟ ଫୁଟିଲା ପରେ ଏଥିରେ ମହୁ ମିଶାଇ ସେବନ କରନ୍ତୁ l ଯାହା ଆପଣଙ୍କ ଇମ୍ୟୁନିଟିକୁ ବୃଦ୍ଧି କରିବ l