Odisha news

ଶୀତଦିନେ ଆଇସ୍‌କ୍ରିମ୍‌ ଖାଇବା ଭଲ

0

ଶୀତଋତୁରେ ଆଇସକ୍ରିମ୍‌ ଖାଇବାରେ ଅନେକ ସ୍ୱାସ୍ଥ୍ୟଲାଭ ରହିଛି । ଏଥିରେ ପ୍ରୋଟିନ୍‌, କ୍ୟାଲୋରି ଓ ଅନେକ ଭିଟାମିନ୍‌ ରହିଛି ଯାହା ସ୍ୱାସ୍ଥ୍ୟ ପାଇଁ ଉପକାରୀ । ଆଇସକ୍ରିମ୍‌ ଖାଇବା ଦ୍ୱାରା ମସ୍ତିଷ୍କକୁ ଆରାମ ମିଳିଥାଏ । ଷ୍ଟ୍ରେସ୍‌ଫ୍ରି କରାଇବା ସହ ଇମୁ୍ୟନ ସିଷ୍ଟମ ମଜଭୁତ କରିଥାଏ ବ୍ରେକ୍‌ଫାଷ୍ଟ୍‌ରେ ଆଇସକ୍ରିମ୍‌ ଖାଇଲେ ପୂରା ଦିନ ଷ୍ଟ୍ରେସ୍‌ ଫ୍ରି ରହିବା ସହ ଫ୍ରେଶ୍‌ ଲାଗିଥାଏ । ଆଇସକ୍ରିମ୍‌ ଖାଇବା ଦ୍ୱାରା ମାଂସପେଶୀ ମଜଭୁତ ହୋଇଥାଏ । ତ୍ୱଚାରେ ଚମକ ଆସିବା ସହ ହାଡ଼ ଶୀତଦିନେ ଆଇସ୍‌କ୍ରିମ୍‌ ଖାଇବା ଭଲ ମଜଭୁତ ହୋଇଥାଏ । ଏଥିରେ ଭିଟାମିନ୍‌ ଏ, ବି୨ ଓ ବି୧୨ ରହିଥାଏ ଯାହା ସ୍ୱାସ୍ଥ୍ୟ ପାଇଁ ଉପକାରୀ । ଏହାଦ୍ୱାରା ନର୍ଭସ ସିଷ୍ଟମ ଭଲ ହୋଇଥାଏ ଓ ଦୃଷ୍ଟି ଶକ୍ତି ବଢ଼ିଥାଏ । ଆଇସକ୍ରିମ୍‌ରେ ଥିବା ଭିଟାମିନ୍‌ ଏ, ଇ୨ ଓ ଇ୩ ଇମୁ୍ୟନ୍‌ ସିଷ୍ଟମ ବଢ଼ାଇଥାଏ । ଭିଟାମିନ୍‌ ବି୨ ଓ ବି୧୨ ମେଟାବୋଲିଜମ୍‌ ସନ୍ତୁଳିତ ରଖିବାରେ ସାହାଯ୍ୟ କରେ । ଓଜନ କମାଇବାରେ ମଧ୍ୟ ପ୍ରମୁଖ ଭୂମିକା ରହିଛି । ଅଧିକ ମାତ୍ରାରେ ଓମେଗା ୩ ଓ ଭିଟାମିନ୍‌ ଡି ଥିବାରୁ ଶରୀରରେ କ୍ୟାଲସିୟମ୍‌ ଅଭାବ ଦୂର ହୋଇଥାଏ ।

Leave A Reply