Odisha news

ବିଶ୍ୱକର୍ମା ପାୱାର ପଏଂଟ ନିଲାମକୁ ନିଲାମ କଲା ଓଡିଶା ଗ୍ରାମ୍ୟ ବ୍ୟାଙ୍କ

0

ପାଣିକୋଇଲି: ପାଣିକୋଇଲି ଥାନା ଅନ୍ତର୍ଗତ ପଥରପଦା ପଂଚାୟତର ବଡବରୁଣାଇପଦା ମୌଜାରେ ଥିବା ବିଶ୍ୱକର୍ମା ପାୱାର ପଏଂଟ ଓ ଇଂଜିୟରିଙ୍ଗ ୱାର୍କ ସପକୁ ଆଜି ଓଡିଶା ଗ୍ରମ୍ୟ ବ୍ୟାଙ୍କ ରୁଢିଆ ଶାଖା ପକ୍ଷରୁ ନିଲାମ କରାଯାଇଛି । ୨୦୧୧ ମସିହାରେ ବିଶ୍ୱକର୍ମା ପାୱାର ପଏଂଟ ସଂସ୍ଥା ଋଣ ନେବା ପରେ ଆଜକୁ ୫ ବର୍ଷ ହେବ ବ୍ୟାଙ୍କ ସହିତ କୌଣସି ନେଣଦେଣ କାରବାର କରିନଥିଲେ । ବ୍ୟାଙ୍କର ବାରମ୍ବାର ସୂଚନା ସତ୍ୱେ ସେ କିଛି କର୍ଣ୍ଣପାତ କରିନଥିଲେ । ଫଳରେ ଏହି ସଂସ୍ଥାକୁ ଆଜି ନିଲାମ କରାଯାଇଥିଲା । ୨୦୧୧ ମସିହାରେ ସଂସ୍ଥାର ମାଲିକ ମୂଳାପାଳ ପଂଚାୟତ କ୍ଷôରୋ ଗ୍ରାମର ଅକ୍ଷୟ କୁମାର ମହାରଣା ରୁଢିଆ ଓଡିଶା ଗ୍ରାମ୍ୟ ବ୍ୟାଙ୍କର ୬୯ଲକ୍ଷ ୫୦ହଜାର ଟଙ୍କା ଋଣ ଆଣିଥିଲେ । ଦୀର୍ଘବର୍ଷ ହେବ କାରବାର ବନ୍ଦ କରିଥିବାରୁ ଆଜି ତାକୁ ୪୬ ଲକ୍ଷ ୪୦ ହଜାର ଟଙ୍କାରେ ନିଲାମ କରିଦିଆଗଲା । ଅନୁଗୁଳର ସୁଧା ସାହା, କାଜଲ ସାହା ଏହାକୁ ନିଲାମ ନେଇଥିବା ବ୍ୟାଙ୍କ ପକ୍ଷରୁ ସୂଚନା ମିଳିଛି । ଏହି ନିଲାମ କାର୍ଯ୍ୟକ୍ରମରେ ରସୁଲପୁର ତହସିଲଦାର ତଥା ବ୍ୟାସନଗର ଇନଚାର୍ଯ୍ୟ ତହସିଲଦାର ଜ୍ୟୋତିକାନ୍ତ ଭୁଜବଳ, ଚଣ୍ଡିଖୋଲ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ରିଜିଓନାଲ ମ୍ୟାନେଜର ଗୋବିନ୍ଦ ଚନ୍ଦ୍ର ସେଠୀ, ରୁଢିଆ ବ୍ୟାଙ୍କ ମ୍ୟାନେଜର ପ୍ରଶାନ୍ତ କୁମାର ମେହେର, ମାନ ଭଂଜନ ମିଶ୍ର, ପାଣିକୋଇଲି ଥାନା ସବଇନ୍ସପେକ୍ଟର କୈଳାସ ଚନ୍ଦ୍ର ଭୋଇ, କମଳଲୋଚନ କରଙ୍କ ସମତେ ପୁଲିସ ଫୋର୍ସ ଉପସ୍ଥିତ ଥିଲେ ।

Leave A Reply